Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

Ram Mandir / ୫ ଶହ ବର୍ଷ ଧରି ପ୍ରଜ୍ୱଳିତ ଯଜ୍ଞରେ ପୂର୍ଣ୍ଣାହୂତି !

Satyendu Sekhar Mishra
Browse all articles by Satyendu Sekhar Mishra
·7 months ago·2 min read
୫ ଶହ ବର୍ଷ ଧରି ପ୍ରଜ୍ୱଳିତ ଯଜ୍ଞରେ ପୂର୍ଣ୍ଣାହୂତି !

Key Points

ରାମମନ୍ଦିର ଧ୍ୱଜାରୋହଣ ସମାରୋହରେ ସାମିଲ ହେବାକୁ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା ।
୫୦ରୁ ୬୦ ହଜାର ଥିଲେ ନିମନ୍ତ୍ରିତ ଅତିଥି ଓ ବିଭିନ୍ନ ପ୍ରାନ୍ତରୁ ଆସିଥିବା ସାଧୁସନ୍ଥ ।

ସମ୍ପୂର୍ଣ୍ଣ ଭାରତ, ସମଗ୍ର ବିଶ୍ୱ ଆଜି ରାମମୟ । ପ୍ରତ୍ୟେକ ରାମ ଭକ୍ତଙ୍କ ହୃଦୟରେ ଅଦ୍ୱିତୀୟ ସନ୍ତୋଷ । ରାମମନ୍ଦିର ଧ୍ୱଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବଡ଼ ବାର୍ତ୍ତା । ଦୀର୍ଘବର୍ଷରୁ ରହିଥିବା ବେଦନାରେ ପୂର୍ଣ୍ଣଛେଦ ସହ ସିଦ୍ଧିପ୍ରାପ୍ତ ହୋଇଛି କୋଟି କୋଟି ରାମ ଭକ୍ତଙ୍କ ସଂକଳ୍ପ । ୫ଶହ ବର୍ଷ ଧରି ପ୍ରଜ୍ୱଳିତ ଯଜ୍ଞରେ ପୂର୍ଣ୍ଣାହୂତି ।

ଅଯୋଧ୍ୟା ରାମ ମନ୍ଦିରର ହେଲା ଧ୍ୱଜାରୋହଣ । ରାମ ମନ୍ଦିର ଶିଖରରେ ଧ୍ୱଜାରୋହଣ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଯେଉଁ ଶୁଭ ଲଗ୍ନ ପାଇଁ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଉତ୍ସୁକତାର ଶହ ଅପେକ୍ଷା କରିଥିଲେ, ଆଜି ସେଇ ଅଭିଜିତ ମୁହୂର୍ତ୍ତରେ ଧ୍ୱଜାରୋହଣ କରାଯାଇଛି । ମନ୍ଦିର ଉପରେ ଲାଗିଛି ଗେରୁଆ ରଙ୍ଗର ଧର୍ମ ପତାକା। ଯେଉଁଥିରେ ସୂର୍ଯ୍ୟ ଦେବତାଙ୍କୁ ଚିତ୍ରଣ କରାଯାଇଛି। ୧୯୪ ଫୁଟ ଉଚ୍ଚରେ ଉଡୁଛି ଧ୍ୱଜା ।

ଧ୍ୱଜାର ଉଚ୍ଚତା ୧୦ଫୁଟ ହୋଇଥିବା ବେଳେ ଲମ୍ବ ରହିଛି ୨୦ ଫୁଟ । ପାଖାପାଖି ୪ କିଲୋମିଟର୍ ଦୂରରୁ ଧ୍ବଜା ଦିଶିବା ସହ ରାମ ମନ୍ଦିର ଆହୁରି ସୁନ୍ଦର ଓ ଦିବ୍ୟ ମୟ କରୁଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାମଲାଲାଙ୍କ ଗର୍ଭଗୃହରେ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିଥିଲେ। ସପ୍ତମନ୍ଦିର ପରିସରରେ ମହର୍ଷି ବଶିଷ୍ଠ, ମହର୍ଷି ବିଶ୍ୱାମିତ୍ର, ମହର୍ଷି ଅଗସ୍ତ୍ୟ, ମହର୍ଷି ବାଲ୍ମିକି, ଦେବୀ ଅହଲ୍ୟା, ନିଷାଦରାଜ ଏବଂ ମାତା ଶବରୀଙ୍କ ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ । ଧ୍ୱଜାରୋହଣ ସମାରୋହ ପାଇଁ ରାମନଗରୀରେ ଭକ୍ତିର ଜୁଆର ।

ରାମମନ୍ଦିର ଧ୍ୱଜାରୋହଣ ସମାରୋହରେ ସାମିଲ ହେବାକୁ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା । ୫୦ରୁ ୬୦ ହଜାର ଥିଲେ ନିମନ୍ତ୍ରିତ ଅତିଥି ଓ ବିଭିନ୍ନ ପ୍ରାନ୍ତରୁ ଆସିଥିବା ସାଧୁସନ୍ଥ । ଏହି ବିଶେଷ ସମାରୋହରେ ଯୋଗ ଦେଇ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି, ଧ୍ୱଜାରୋହଣ ଯଜ୍ଞର ପୂର୍ଣ୍ଣାହୂତି ନୁହେଁ, ଏହା ଏକ ନୂତନ ଯୁଗର ଅୟମାରମ୍ଭ । ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ଅନେକ ସ୍ୱପ୍ନ ଦେଖିଥିଲେ । ଏଥିପାଇଁ ଅନେକ ପ୍ରୟାସ କରିଥିଲେ, ଅନେକ ବ୍ୟକ୍ତି ଏଥିପାଇଁ ଜୀବନ ଦେଇଛନ୍ତି । ସେମାନଙ୍କର ଆତ୍ମା ଆଜି ନିଶ୍ଚୟ ଶାନ୍ତି ପାଇଥିବ । ଧ୍ୱଜାରୋହଣ ସହ ରାମମନ୍ଦିରର ଶାସ୍ତ୍ରୀୟ ପ୍ରକ୍ରିୟା ସମ୍ପୂର୍ଣ ହୋଇଛି ବୋଲି ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ସରସଂଘ ଚାଳକ ମୋହନ ଭାଗବତ କହିଛନ୍ତି ।

ସେପଟେ ରାମନଗରୀରୁ ଗୁଲାମି ମାନସିକତାରୁ ହଟିବା ପାଇଁ ଆହ୍ୱାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ । ଗୁଲାମି ମାନସିକତାରୁ ବାହାରିଲେ ୨୦୪୭ ସୁଦ୍ଧା ବିକଶିତ ଭାରତର ଗଠନ ନିଶ୍ଚିତ । ଅଯୋଧ୍ୟା ନଗରୀ ଏବେ ସାରା ବିଶ୍ୱ ପାଇଁ ଉଦାହରଣ । ଏକବିଂଶ ଶତାବ୍ଦୀର ଅଯୋଧ୍ୟା ବିଶ୍ୱକୁ ବିକାଶର ନୂଆ ମଡେଲ୍ ଦର୍ଶାଉଛି । ପ୍ରାଣପ୍ରତିଷ୍ଠା ଦିନଠାରୁ ୪୫ କୋଟି ଶ୍ରଦ୍ଧାଳୁ ରାମଲାଲାଙ୍କ ଦର୍ଶନ କରିଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Ram Mandir | ‘Dharma Dhwaja’ is a symbol of India’s civilizational renaissance: PM Modi | Argus News