Dharmasthala Burial Case ; ୨୦ ବର୍ଷର ରହସ୍ୟମୟ ହତ୍ୟା ଘଟଣାର ପର୍ଦ୍ଦାଫାସ, ଜାଣନ୍ତୁ ପୁରା କାହାଣୀ...

Key Points
ବାଙ୍ଗାଲୋରରୁ ୨୪୦ କିଲୋମିଟର ଦୂର କର୍ଣ୍ଣାଟକର ଦକ୍ଷିଣକନ୍ନଡରେ ଧର୍ମସ୍ଥଳ ବୋଲି ଏକ ମନ୍ଦିର ରହିଛି । ସେହି ସ୍ଥାନକୁ ନେଇ ଏବେ ଗଣମାଧ୍ୟମରେ ବେଶ ଚର୍ଚ୍ଚା । କାରଣ ସେହି ସ୍ଥାନରେ ପୋତା ହୋଇଛି ୧୦୦ରୁ ଅଧିକ ଶବ ।
ପରିବାରର ସୁରକ୍ଷା ପାଇଁ ଚୁପଚାପ ପୋତି ଚାଲିଥିଲେ ଗୋଟିଏ ପରେ ଗୋଟିଏ ଶବ । ହେଲେ ମନେ ମନେ ଖୋଜି ଚାଲିଥିଲେ ଏହି ସନ୍ଦେହଜନକ ମୃତ୍ୟୁ ପଛର ପ୍ରକୃତ ରହସ୍ୟ । କାହିଁକି ଏମିତି ଅର୍ଦ୍ଧନଗ୍ନ , ଅର୍ଦ୍ଧଦଗ୍ଧ ମହିଳା, ନାବାଳିକାଙ୍କ ମୃତଦେହ ପ୍ରତିଦିନ ଆସୁଛି ? ପୁଣି ଅଧିକାଂଶ ଶରୀର ଯୌନ ଉତ୍ପୀଡନର ଶିକାର ହୋଇଥିବା ସ୍ପଷ୍ଟ ଜଣାପଡୁଛି । ହେଲେ କିଏ !!! କେଉଁ କାମାନ୍ଧ ନିଜ ଶରୀରର ଭୋକକୁ ମେଣ୍ଟାଇବାକୁ ଯାଇଁ ଏପରି ବିଭତ୍ସ ନାରକୀୟ କାଣ୍ଡ କରୁଛି ? ଏ ପ୍ରଶ୍ନର ଉତ୍ତର ଦେବାକୁ କେହି ନଥାନ୍ତି । ପ୍ରଶ୍ନ ପଚାରିଲେ ମିଳେ ଜୀବନରୁ ମାରିଦେବାର ଧମକ । ମାଳମାଳ ରହସ୍ୟମୟ ପ୍ରଶ୍ନର ଉତ୍ତର ଖୋଜିବାକୁ ବି ତାଙ୍କ ପାଖରେ ସମୟ ବି ନଥାଏ । କାରଣ ସେ ଝିଅର ଅର୍ଦ୍ଧଦଗ୍ଧ ଶରୀରରୁ ପୁରା ଜାଳିଲେ ତାଙ୍କ ପରିବାରକୁ ମିଳେ ସୁରକ୍ଷା । ସେଥିପାଇଁ କଷ୍ଟ ହେଲେ ବି ନିଜ ପରିବାର କଥା ଭାବି ସେ ସବୁକିଛି ସହି ଯାଆନ୍ତି ।
ଏକ ବିଭତ୍ସ ରହସ୍ୟମୟ ହତ୍ୟାର କାହାଣୀ । ଯାହା ବର୍ଷେ କି ୨ ବର୍ଷର ନୁହେଁ, ବରଂ ଦୀର୍ଘ ୨୦ ବର୍ଷର । ଆଜି ଅପରାଧର ପର୍ଦ୍ଦାଫାଶର ଆଉ ଏକ ଅଧ୍ୟାୟରେ ଆମେ ଜାଣିବା ଧର୍ମସ୍ଥଳର ରହସ୍ୟମୟ ହତ୍ୟା କାହାଣୀ । କେମିତି ଗୋଟିଏ ସ୍ଥାନରେ ରହସ୍ୟମୟ ଭାବେ ପୋତି ହୋଇଥିଲା ୧୦୦ରୁ ଅଧିକ ଶବ । କିଏ କରୁଥିଲା କାହିଁକି କରୁଥିଲା, କେମିତି ଦୀର୍ଘ ୨୦ ବର୍ଷ ପରେ ଘଟଣା ସାମ୍ନାକୁ ଆସିଲା , ତାହାର ସମ୍ପୁର୍ଣ୍ଣ ପର୍ଦ୍ଦାଫାଶ କରିବା ।
ବାଙ୍ଗାଲୋରରୁ ୨୪୦ କିଲୋମିଟର ଦୂର କର୍ଣ୍ଣାଟକର ଦକ୍ଷିଣକନ୍ନଡରେ ଧର୍ମସ୍ଥଳ ବୋଲି ଏକ ମନ୍ଦିର ରହିଛି । ସେହି ସ୍ଥାନକୁ ନେଇ ଏବେ ଗଣମାଧ୍ୟମରେ ବେଶ ଚର୍ଚ୍ଚା । କାରଣ ସେହି ସ୍ଥାନରେ ପୋତା ହୋଇଛି ୧୦୦ରୁ ଅଧିକ ଶବ । ପ୍ରକୃତରେ ଏହି ଘଟଣାକୁ ସାମ୍ନାକୁ ଆଣିଛନ୍ତି ସେହି ସ୍ଥାନର ସଫେଇ କର୍ମଚାରୀ । ଯିଏ ନିଜକୁ ଗଣମାଧ୍ୟମ ସାମ୍ନାରୁ ଲୁଚେଇ ରଖିଛନ୍ତି । ସମ୍ପୁର୍ଣ୍ଣ ଭାବେ ନିଜକୁ କଳା ମୁଖାରେ କଭର କରି ସେ ନିଜର ପ୍ରତ୍ୟେକଟି ବୟାନ ପୋଲିସକୁ ଦେଇଛନ୍ତି । କେବଳ ପୋଲିସକୁ ନୁହେଁ, କୋର୍ଟରେ ମାଜିଷ୍ଟ୍ରେଟଙ୍କ ସାମ୍ନାରେ ମଧ୍ୟ ନିଜର ବୟାନ ରଖିଛନ୍ତି । ହେଲେ ନିଜର ନାଁ , ନିଜର ଚେହେରା ସେ ଅନ୍ୟମାନଙ୍କ ସାମ୍ନାକୁ ଆଣିବାକୁ ମନା କରିଛନ୍ତି, କାରଣ ତାଙ୍କ ପରିବାର ପ୍ରତି ବିପଦ ଅଛି ବୋଲି ସେ କହିଛନ୍ତି । ସେଥିପାଇଁ କଡା ସୁରକ୍ଷା ଭିତରେ ତାଙ୍କୁ କୋର୍ଟରେ ପହଞ୍ଚାଯାଉଛି, ପୁଣି ସେଠାରୁ ତାଙ୍କ ଘରକୁ ମଧ୍ୟ ନିଆଯାଉଛି ।
ଗତ କିଛିଦିନ ତଳେ ଏହି ସଫେଇ କର୍ମଚାରୀ ହଠାତ ପହଞ୍ଚିଥିଲେ କୋର୍ଟରେ । ଆଉ ବଖାଣି ଦେଇଥିଲେ ସେହି ୨୦ ବର୍ଷର ବିଭତ୍ସ ଲୋମଟାଙ୍କୁରା କାହାଣୀ । ସେ କହିଥିଲେ, ଅନେକ ଦିନରୁ ତାଙ୍କୁ ଏହି ଘଟଣା ଶାନ୍ତିରେ ବଞ୍ଚିବାକୁ ଦେଉନଥିଲା । ଧର୍ମସ୍ଥଳର ମନ୍ଦିରରେ ସଫେଇ କର୍ମଚାରୀ ଭାବେ ସେ କାମ କରୁଥିଲେ । କାମ କରିବା ଭିତରେ କିଛି ଅଜବ ଘଟଣା ଘଟିଥିଲା ତାଙ୍କ ସହ । ପ୍ରଥମେ ସେ ପାଖରେ ଥିବା ନେତ୍ରବତୀ ନଦୀରେ ମୃତଦେହ ପଡିଥିବାର ଦେଖିଥିଲେ । ପ୍ରଥମେ ଏହାକୁ ଏକ ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ବୋଲି ଭାବି ନଜରଅନ୍ଦାଜ କରି ଦେଇଥିଲେ । ହେଲେ ୧୯୯୫ରୁ ୧୯୯୮ ପର୍ଯ୍ୟନ୍ତ ଏମିତି ଲଗାତାର କିଛିଦିନ ବ୍ୟବଧାନରେ ମୃତଦେହ ପଡିଥିବା ତାଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ଆଉ ବେଶି ଆଶ୍ଚର୍ଯ୍ୟ ଏଥିପାଇଁ କରିଥିଲା, କାରଣ ସେଥିରେ ଥିଲା ଅନେକ ଯୁବତୀଙ୍କ ମୃତଦେହ । ଯେଉଁମାନେ ଅର୍ଦ୍ଧନଗ୍ନ ଅବସ୍ଥାରେ ମୃତଭାବେ ପଡି ରହୁଥିଲେ ।
ଅଧିକ ଜାଣିବା ପାଇଁ ତଳେ ଦିଆଯାଇଥିବା ଲିଙ୍କ୍ରେ କ୍ଲିକ କରନ୍ତୁ..