Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

National Update / ମାଡ୍ରାସର ଯୁବ ଉଦ୍ଭାବକ ଏବଂ ଉଦ୍ୟୋଗୀମାନଙ୍କୁ ଉତ୍ସାହିତ କଲେ ଧର୍ମେନ୍ଦ୍ର

Banajyotshna Ray
Browse all articles by Banajyotshna Ray
·9 months ago·1 min read
ମାଡ୍ରାସର ଯୁବ ଉଦ୍ଭାବକ ଏବଂ ଉଦ୍ୟୋଗୀମାନଙ୍କୁ ଉତ୍ସାହିତ କଲେ ଧର୍ମେନ୍ଦ୍ର

Key Points

ଆଇଆଇଟି ମାଡ୍ରାସରେ ‘ଥିଙ୍କ୍ ଇଣ୍ଡିଆ ଦକ୍ଷିଣପଥ ସମ୍ମିଳନୀ’ରେ କେନ୍ଦ୍ରମନ୍ତ୍ରୀଙ୍କ ଉଦବୋଧନ 

ଆଇଆଇଟି ମାଡ୍ରାସର ଯୁବ ଉଦ୍ଭାବକ ଏବଂ ଉଦ୍ୟୋଗୀମାନଙ୍କୁ ଉତ୍ସାହିତ କଲେ ଧର୍ମେନ୍ଦ୍ର

ଆଇଆଇଟି ମାଡ୍ରାସରେ ‘ଥିଙ୍କ୍ ଇଣ୍ଡିଆ ଦକ୍ଷିଣପଥ ସମ୍ମିଳନୀ’ରେ କେନ୍ଦ୍ରମନ୍ତ୍ରୀଙ୍କ ଉଦବୋଧନ । ‘ଦକ୍ଷିଣପଥ ସମ୍ମିଳନୀ’ ଭାରତର ଆହ୍ୱାନ ଗୁଡ଼ିକର ସମାଧାନ ପାଇଁ ନୂତନ ଚିନ୍ତାଧାରା ବିକଶିତ କରିବ ଏବଂ ଆମର ଯୁବବର୍ଗଙ୍କୁ ବିଶ୍ୱ କଲ୍ୟାଣର ଉତପ୍ରେରକ ଭାବରେ ଉଭା କରାଇବ ବୋଲି ରବିବାର ଚେନ୍ନାଇ ସ୍ଥିତ ଆଇଆଇଟି ମାଡ୍ରାସରେ ଆୟୋଜିତ ‘ଥିଙ୍କ ଇଣ୍ଡିଆ ଦକ୍ଷିଣପଥ ସମ୍ମିଳନୀ - ୨୦୨୫’ରେ କହିଛନ୍ତି କେନ୍ଦ୍ରଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଆଇଆଇଟି ମାଡ୍ରାସର ଯୁବ ଉଦ୍ଭାବକ ଏବଂ ଉଦ୍ୟୋଗୀମାନଙ୍କୁ ଉତ୍ସାହିତ କଲେ ଧର୍ମେନ୍ଦ୍ର ।


କହିଛନ୍ତି, ନବସୃଜନ ଏବଂ ଉଦ୍ୟମିତାକୁ ପ୍ରୋତ୍ସାହିତ କରିବାରେ ଆଇଆଇଟି ମାଡ୍ରାସର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଶିକ୍ଷାଗତ ଲକ୍ଷ୍ୟ ଏବଂ ଜାତୀୟ ପ୍ରାଥମିକତା ପୂରଣ କରିବା ଦିଗରେ ଅଧିକ ଦାୟିତ୍ୱ ନେବା ଦରକାର । ଏହି ଅବସରରେ ଜାତୀୟ ଶିକ୍ଷା ନୀତି ୨୦୨୦ର ଭବିଷ୍ୟତମୁଖୀ ଦିଗ ଉପରେ ଆଲୋଚନା କରିଛନ୍ତି କେନ୍ଦ୍ର ମନ୍ତ୍ରୀ । କହିଛନ୍ତି, ଜାତୀୟ ଶିକ୍ଷା ନୀତି ହେଉଛି ‘ବସୁଧୈବ କୁଟୁମ୍ବକମ୍’ର ଏକ ପ୍ରୟୋଗାତ୍ମକ ରୂପ । ତିନିଦିନିଆ ତାମିଲନାଡୁ ଗସ୍ତରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ତେନକାଶୀ ସ୍ଥିତ ଜୋହୋ କର୍ପୋରେସନର ବିଭିନ୍ନ ଅନୁଷ୍ଠାନ ଗସ୍ତ କରିଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଜୋହୋ ସ୍କୁଲ ଅଫ୍ ଲର୍ଣ୍ଣିଂ, ମେକାଟ୍ରୋନିକ୍ସ ଷ୍ଟାର୍ଟ-ଅପ୍ କାରୁଭି, କାଲୟୀବାଣୀ କାଲଓ୍ୱି ମୈୟମ ସ୍କୁଲ, ଥରୁଭାଇ କ୍ୟାମ୍ପସ ପରିଦର୍ଶନ କରିଛନ୍ତି । ମହାକବି ସୁବ୍ରମଣ୍ୟମ ଭାରତୀଙ୍କ ପତ୍ନୀ ଚେଲ୍ଲାମ୍ମା ଭାରତୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଛନ୍ତି ।

Related Topics

Explore more stories

Sponsored
National Update | Dharmendra Encourages Young Innovators and Entrepreneurs in Madras | Argus News | Argus News