Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

Dharmendra On Rahul: 'କ୍ଷମା ମାଗନ୍ତୁ ରାହୁଲ, ଏଭଳି ଭୁଲ ବାରମ୍ବାର କରୁଛନ୍ତି'

Satyendu Sekhar Mishra
Browse all articles by Satyendu Sekhar Mishra
·11 months ago·1 min read
Dharmendra On Rahul: 'କ୍ଷମା ମାଗନ୍ତୁ ରାହୁଲ, ଏଭଳି ଭୁଲ ବାରମ୍ବାର କରୁଛନ୍ତି'

Key Points

ରାହୁଲ ଗାନ୍ଧୀ ଏବଂ କଂଗ୍ରେସ, ସେନାକୁ ଅପମାନ କରିବାର ଇତିହାସ ରଖିଛନ୍ତି ।

ସମଗ୍ର ଦେଶ ରାହୁଲ ଗାନ୍ଧୀ ଏବଂ କଂଗ୍ରେସଠାରୁ କ୍ଷମା ପ୍ରାର୍ଥନା ଆଶା କରୁଛି ।

ଭାରତୀୟ ସେନା ଉପରେ ଆପତ୍ତିଜନକ ମନ୍ତବ୍ୟ ପ୍ରସଙ୍ଗରେ ରାହୁଲ ଗାନ୍ଧୀଙ୍କୁ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ କଡ଼ା ସମାଲୋଚନା । 'X'ରେ ପୋଷ୍ଟ କରି ଧର୍ମେନ୍ଦ୍ର କହିଛନ୍ତି- ଯଦି ତୁମେ ଜଣେ ସଚ୍ଚା ଭାରତୀୟ ହୋଇଥାନ୍ତ, କେବେବି ଏହି ବକ୍ତବ୍ୟ ଦେଇନଥାନ୍ତ । ସୁପ୍ରିମକୋର୍ଟ ସେନା ଏବଂ ଜାତୀୟ ସୁରକ୍ଷା ଉପରେ ରାହୁଲ ଗାନ୍ଧୀଙ୍କ ଦାୟିତ୍ୱହୀନ ବୟାନ ପାଇଁ ତାଙ୍କୁ ଭର୍ତ୍ସନା କରିଛନ୍ତି ।

ଚୀନ୍ 2000 କିମି ଭାରତୀୟ ଭୂମି ଦଖଲ କରିଥିବାର ମିଥ୍ୟା ଦାବି ଉପରେ, କୋର୍ଟ ପଚାରିଛନ୍ତି - "ତୁମେ ସେଠାରେ ଥିଲ କି ? ତୁମ ପାଖରେ କୌଣସି ପ୍ରମାଣ ଅଛି କି ? କେବଳ ବିରୋଧୀ ଦଳ ନେତା ହେବାର ଅର୍ଥ ନୁହେଁ ଯେ ତୁମେ କିଛି ବି କହିପାରିବ" । ଦେଶର ସଂସଦୀୟ ଇତିହାସରେ ଏହା ପ୍ରଥମ ଥର ଯେ ସୁପ୍ରିମକୋର୍ଟଙ୍କୁ ବିରୋଧୀ ଦଳ ନେତାଙ୍କ ଉପରେ ଏତେ କଠୋର ମନ୍ତବ୍ୟ ଦେବାକୁ ପଡିଛି ।

ରାହୁଲ ଗାନ୍ଧୀ ଏବଂ କଂଗ୍ରେସ, ସେନାକୁ ଅପମାନ କରିବାର ଇତିହାସ ରଖିଛନ୍ତି । ସର୍ଜିକାଲ୍ ଷ୍ଟ୍ରାଇକ୍ ହେଉ କିମ୍ବା ଅପରେସନ୍ ସିନ୍ଦୁର, ସେମାନେ ପ୍ରତ୍ୟେକ ସମୟରେ ଆମର ବୀରମାନଙ୍କ ବଳିଦାନ ଉପରେ ପ୍ରଶ୍ନ ଉଠାଇଛନ୍ତି । ସେମାନଙ୍କର ବିଶ୍ୱସ୍ଥତା ଦେଶ ପ୍ରତି ନୁହେଁ, କେବଳ ଗୋଟିଏ ପରିବାର ପ୍ରତି, ତେଣୁ ରାଷ୍ଟ୍ରପ୍ରତିଙ୍କୁ ବି ସମ୍ମାନ ସେମାନଙ୍କ ମୌଳିକ ଚିନ୍ତାଧାରାରେ ନାହିଁ । ଆଜି ସମଗ୍ର ଦେଶ ଏହି ଦେଶ ବିରୋଧୀ ମାନସିକତା ଦ୍ୱାରା ଆଘାତ ପାଇଛି ଏବଂ ରାହୁଲ ଗାନ୍ଧୀ ଏବଂ କଂଗ୍ରେସଠାରୁ କ୍ଷମା ପ୍ରାର୍ଥନା ଆଶା କରୁଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Dharmendra On Rahul: 'Apologize Rahul, you are repeating such mistakes' | Argus News