ମୋଦୀଙ୍କ ଓଡ଼ିଆ ଆଇଡିରେ ଯୋଡି ହେବା ପାଇଁ ନିବେଦନ କଲେ ଧର୍ମେନ୍ଦ୍ର

ଅର୍ଗସ ବ୍ୟୁରୋ: ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ‘ଏକ୍ସ’ରେ ଓଡ଼ିଶାବାସୀଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନିବେଦନ। ‘ଏକ୍ସ’ରେ ନରେନ୍ଦ୍ର ମୋଦୀଙ୍କ ଓଡ଼ିଆ ଆଇ’ଡି NaMo In Odia ରେ ଯୋଡି ହେବା ପାଇଁ ନିବେଦନ କଲେ ଧର୍ମେନ୍ଦ୍ର ପ୍ରଧାନ। ଆଞ୍ଚଳିକ ଭାଷାରେ ଲୋକଙ୍କ ସହ ଯୋଡି ହେବାର ପ୍ରୟାସକୁ କଲେ ପ୍ରଶଂସା... ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ ଓ ବାର୍ତ୍ତାକୁ ଓଡ଼ିଆ ଭାଷାରେ ଓଡ଼ିଆ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ଆଇ’ଡିରେ ଯୋଡି ହେବାକୁ ଓଡ଼ିଶାବାସୀଙ୍କୁ ନିବେଦନ କରିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଦେଶର ଯଶସ୍ୱୀ ପ୍ରଧାନମନ୍ତ୍ରୀ @narendramodi କେବଳ ଜନକଲ୍ୟାଣକାରୀ ପଦକ୍ଷେପ ମାଧ୍ୟମରେ ସବୁ ନାଗରିକଙ୍କ ପାଖରେ ପହଞ୍ଚୁନାହାନ୍ତି ବରଂ ଆଞ୍ଚଳିକ ଭାଷାରେ ତାଙ୍କର ଲୋକକଲ୍ୟାଣ ବାର୍ତ୍ତାକୁ ପହଞ୍ଚାଇବାରେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରୁଛନ୍ତି । ଏହି ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ, ବାର୍ତ୍ତା ଓ ବିଭିନ୍ନ କାର୍ଯ୍ୟକ୍ରମ…
— Dharmendra Pradhan (मोदी का परिवार) (@dpradhanbjp) March 4, 2024
ଶ୍ରୀ ପ୍ରଧାନ କହିଛନ୍ତି ଯେ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କେବଳ ଜନକଲ୍ୟାଣକାରୀ ପଦକ୍ଷେପ ମାଧ୍ୟମରେ ସବୁ ନାଗରିକଙ୍କ ପାଖରେ ପହଞ୍ଚୁନାହାନ୍ତି ବରଂ ଆଞ୍ଚଳିକ ଭାଷାରେ ତାଙ୍କର ଲୋକକଲ୍ୟାଣ ବାର୍ତ୍ତାକୁ ପହଞ୍ଚାଇବାରେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରୁଛନ୍ତି । ଏହି ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ, ବାର୍ତ୍ତା ଓ ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କୀତ ତଥ୍ୟକୁ ଡିଜିଟାଲ ମାଧ୍ୟମରେ ପ୍ରତ୍ୟେକ ଓଡ଼ିଆଙ୍କ ପାଖରେ ପହଞ୍ଚାଇବା ପାଇଁ ଆରମ୍ଭ ହୋଇଥିବା ପଦକ୍ଷେପ ପ୍ରଂଶସନୀୟ।
📱 Get Argus News App
✨ଅଧିକ ପଢ଼ନ୍ତୁ ଭାରତ ଖବର