Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

Yugantar / ଯୁବକ, ଯୁବତୀ ନିଯୁକ୍ତିଦାତା ହେବାର ମାନସିକତା ରଖିବା ଉଚିତ: ଧର୍ମେନ୍ଦ୍ର

Bikash Mohanty
Browse all articles by Bikash Mohanty
·4 months ago·2 min read
ଯୁବକ, ଯୁବତୀ ନିଯୁକ୍ତିଦାତା ହେବାର ମାନସିକତା ରଖିବା ଉଚିତ: ଧର୍ମେନ୍ଦ୍ର
Srcc

Key Points

ଶ୍ରୀରାମ କଲେଜ ଅଫ୍ କମର୍ସର ବାର୍ଷିକ ମ୍ୟାନେଜମ୍ୟାଣ୍ଟ କନକ୍ଲେଭ
ମୁଖ୍ୟ ଅତିଥି ଭାବେ ଯୋଗଦେଇ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ଦେଶର ଶିକ୍ଷା ପଦ୍ଧତିକୁ 'ରି-ଇମାଜିନ୍' ବା ପୁନର୍ବିଚାର କରିବା ଉପରେ ଜୋର


ଶ୍ରୀରାମ କଲେଜ ଅଫ୍ କମର୍ସର ବାର୍ଷିକ ମ୍ୟାନେଜମ୍ୟାଣ୍ଟ କନକ୍ଲେଭ ‘ଯୁଗାନ୍ତର-୨୦୨୬’ ରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭାରତର ଶିକ୍ଷା ବ୍ୟବସ୍ଥା ଓ ଭବିଷ୍ୟତର ରୋଡମ୍ୟାପ୍ ବିଷୟରେ ଗୁରୁତ୍ୱପୂର୍ଣ୍ଣ ଅଭିଭାଷଣ ରଖିଛନ୍ତି ।

୧୯୨୬ ମସିହାରେ ପ୍ରତିଷ୍ଠିତ ଏହି ସମ୍ମାନଜନକ ଶିକ୍ଷାନୁଷ୍ଠାନର ଶତବାର୍ଷିକୀ ପାଳନ ଅବସରରେ ସେ କଲେଜର ଐତିହ୍ୟକୁ ମନେ ପକାଇବା ସହ ପୂର୍ବତନ ଅର୍ଥ ମନ୍ତ୍ରୀ ସ୍ୱର୍ଗତ ଅରୁଣ ଜେଟଲୀଙ୍କ ଭଳି ପ୍ରତିଷ୍ଠିତ ଛାତ୍ରମାନଙ୍କ ଉଦାହରଣ ଦେଇଥିଲେ । ଶ୍ରୀ ପ୍ରଧାନ କହିଥିଲେ ଯେ, ଶ୍ରୀରାମ କଲେଜ ଅଫ୍ କମର୍ସର ଗ୍ଲୋବାଲ୍ ବିଜନେସ୍ ଅପରେସନ୍ସ ପାଠ୍ୟକ୍ରମ ନିଜର ନେତୃତ୍ୱ ସ୍ଥିତି ବଜାୟ ରଖିବା ସହ ଶିକ୍ଷାନୁଷ୍ଠାନଟି ଏକ ସମ୍ପୂର୍ଣ୍ଣ ରିସର୍ଚ୍ଚ କ୍ୟାମ୍ପସରେ ପରିଣତ ହେବା ଆବଶ୍ୟକ ।


ଦେଶର ଶିକ୍ଷା ପଦ୍ଧତିକୁ 'ରି-ଇମାଜିନ୍' ବା ପୁନର୍ବିଚାର କରିବା ଉପରେ ଜୋର ଦେଇ ସେ କହିଛନ୍ତି ଯେ, ନୂତନ ଶିକ୍ଷା ନୀତି ଆମକୁ ବହୁବିଧ ବିଷୟ ସମ୍ବନ୍ଧୀୟ ବା 'Multidisciplinary' ଶିକ୍ଷା ଗ୍ରହଣ କରିବା ପାଇଁ ସୁଯୋଗ ଦେଇଛି । କମର୍ସର ଛାତ୍ରଛାତ୍ରୀମାନେ କେବଳ ବ୍ୟବସାୟ ନୁହେଁ, ବରଂ ସାମାଜିକ ଜ୍ଞାନ, ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ଶିକ୍ଷା କରିବା ଉଚିତ । ଏପରିକି ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଜଣେ ଛାତ୍ର ଅନ୍ୟ ଏକ କଲେଜରେ ପ୍ରାକ୍ଟିକାଲ୍ କୋର୍ସ କରିପାରିବା ଭଳି ବ୍ୟବସ୍ଥା ହେବା ଆବଶ୍ୟକ । ଆଜିର ପିଲାମାନେ କେବଳ ଚାକିରୀ ପଛରେ ନଗୋଡ଼ାଇ ନିଯୁକ୍ତିଦାତା ହେବାର ମାନସିକତା ରଖିବା ଉଚିତ ବୋଲି  ଯୁବପିଢ଼ିକୁ ଆହ୍ୱାନ ଦେଇଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ, ଧର୍ମେନ୍ଦ୍ର ପ୍ରଧାନ। 


ଶେଷରେ, ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଏବଂ ଭାରତର ବିଶ୍ୱସ୍ତରୀୟ ଭୂମିକା ଉପରେ ଆଲୋକପାତ କରି ମନ୍ତ୍ରୀ କହିଛନ୍ତି ଯେ, ଭାରତ ବର୍ତ୍ତମାନ କେବଳ ଏଆଇ ବ୍ୟବହାରକାରୀ ହୋଇ ରହିନାହିଁ, ବରଂ 'Sovereign AI' ଆଡ଼କୁ ଗତି କରୁଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭାରତ ଗ୍ଲୋବାଲ୍ ସାଉଥ୍ ବା ବିଶ୍ୱର ଅବହେଳିତ ଦେଶଗୁଡ଼ିକର ଦାୟିତ୍ୱ ନେଇଛି । ଆଜି ବିଶ୍ୱର ବଡ଼ ବଡ଼ କମ୍ପାନୀ ଯଥା ଗୁଗଲ୍ ଓ ମାଇକ୍ରୋସଫ୍ଟର ନେତୃତ୍ୱ ଭାରତୀୟମାନେ ନେଉଥିବା ବେଳେ, ଆଗାମୀ ଦିନରେ ଆମର ଯୁବପିଢ଼ି ବିଶ୍ୱର ଆମ୍ବାସେଡର ସାଜି ମାନବଜାତିର ସମସ୍ତ ସମସ୍ୟାର ସମାଧାନ ଦେବେ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Yugantar | Dharmendra Pradhan at SRCC Yugantar 2026 | India Education Future Roadmap | Argus News