Videos
|
National

ନବନିର୍ମିତ ନମୋ ମେଡିକାଲ କଲେଜରେ ପଢ଼ୁଥିବା ଓଡ଼ିଆ ଛାତ୍ରଙ୍କ କଥା ହେଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ

Smruti Parija
Browse all articles by Smruti Parija
·2 years ago·1 min read
ନବନିର୍ମିତ ନମୋ ମେଡିକାଲ କଲେଜରେ ପଢ଼ୁଥିବା ଓଡ଼ିଆ ଛାତ୍ରଙ୍କ କଥା ହେଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ

ଅର୍ଗସ ବ୍ୟୁରୋ: ଦିନିକିଆ ଦମନ ଡ଼ିଉ, ସିଲଭାସା ଗସ୍ତରେ କେନ୍ଦ୍ର ଶିକ୍ଷା ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି ଅବସରରେ ପ୍ରଥମେ ଡମନ ସି ବିଚ୍ ଠାରେ ନବନିର୍ମିତ ପକ୍ଷୀ ସଙ୍ଗରକ୍ଷ ପାର୍କ ନିରୀକ୍ଷଣ ସହ ସମୀକ୍ଷା କରିଛନ୍ତି କେନ୍ଦ୍ରମନ୍ତ୍ରୀ । 

ଏହାପରେ ସରକାରୀ ଇଞ୍ଜିନିୟରିଂ କଲେଜ ପରିଦର୍ଶନ ସହ ନୂତନ ଭବନର ଶିକ୍ଷା ବ୍ୟବସ୍ଥା ପରଖିଛନ୍ତି । ସେଣ୍ଟ୍ରାଲ ଲାଇବ୍ରେରୀର ସମୀକ୍ଷା କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ପରେ ସିଲଭାସା ଠାରେ ନବନିର୍ମିତ ନମୋ ମେଡିକାଲ କଲେଜ ପରିଦର୍ଶନ କରି ପଢ଼ୁଥିବା ଓଡ଼ିଆ ଛାତ୍ରଙ୍କ ସୁଖ ଦୁଃଖ ପଚାରିବୁଝିଥିଲେ । 

 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ସିଲଭାଷା ଠାରେ ଆୟୋଜିତ ସଭାରେ 4200 ବିଦ୍ୟାର୍ଥୀଙ୍କୁ ଲାପଟପ୍ ଓ 7000 ବିଦ୍ୟାର୍ଥୀ ଝିଅଙ୍କୁ ସାଇକେଲ ବିତରଣ ସହ ଦମନ ଡ଼ିଉ ସିଲଭସା ସଙ୍ଘ ପ୍ରଦେଶରେ ନବନିର୍ମିତ ବିଧ୍ୟାଳୟ ଭବନର ଲୋକାର୍ପଣ ସହ ଶିଳାନ୍ୟାସ କରିଛନ୍ତି କେନ୍ଦ୍ରମନ୍ତ୍ରୀ ।