ସମସ୍ତଙ୍କୁ କୃତଜ୍ଞତା ଜଣାଇଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ

ଶେଷ ହୋଇଛି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଡାକ୍ତର ଦେବେନ୍ଦ୍ର ପ୍ରଧାନଙ୍କ ଦ୍ବାଦଶାହ । ସମସ୍ତଙ୍କୁ କୃତଜ୍ଞତା ଜଣାଇଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଦେହାବସାନରୁ ଦ୍ବାଦଶ ପର୍ଯ୍ୟନ୍ତ- ଦିଲ୍ଲୀ ବାସଭବନରୁ ସ୍ବର୍ଗଦ୍ବାର । ସ୍ବର୍ଗଦ୍ବାରରୁ ତାଳଚେର । ତାଳଚେରରୁ ଭୁବନେଶ୍ବର । ଏହି ୧୨ରେ ଦେଶର କୋଣ ଅନୁକୋଣରୁ ଅନେକ ଶୁଭେଚ୍ଛୁ ଛୁଟି ଆସିଥିଲେ ଏହି ଜନ ନେତାଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି ଜଣାଇବାକୁ। ରାଷ୍ଟ୍ରୀୟ ନେତୃବୃନ୍ଦଙ୍କଠୁ ବଡ଼ ବଡ଼ ନେତା, ମନ୍ତ୍ରୀ, ବିଶିଷ୍ଟ ବ୍ୟକ୍ତି ଓ ସାଧାରଣ ଲୋକ ସାମିଲ ହୋଇଥିଲେ ଅନୁଷ୍ଠିତ ହୋଇଥିବା ଶୋକସଭା ଓ ସ୍ମୃତି ଚାରଣ ସଭାରେ। ୮ ରାଜ୍ୟର ରାଜ୍ୟପାଳ ଓ ୯ ଟି ରାଜ୍ୟର ମୁଖ୍ୟମନ୍ତ୍ରୀ ଡାକ୍ତର ପ୍ରଧାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି।
ଡାକ୍ତର ପ୍ରଧାନଙ୍କ ଦେହାନ୍ତ ପରେ ପ୍ରଥମେ ଦିଲ୍ଲୀ ବାସଭବନରେ ପହଞ୍ଚି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, କେନ୍ଦ୍ରମନ୍ତ୍ରୀ କିରଣ ରିଜ୍ଜୁ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା, ବାଚସ୍ପତି ଓମ୍-ପ୍ରକାଶ ବିର୍ଲା ପହଞ୍ଚି ଶେଷ ଦର୍ଶନ କରିଥିଲେ। ଏହି ୧୨ ଦିନ ଧରି ଭୁବନେଶ୍ବର ଓ ତାଳଚେର ବାସଭବନ ସମେତ ସ୍ୱାଧୀନତା ସଂଗ୍ରାମ ପଡିଆରେ ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭାରେ ଡାକ୍ତର ପ୍ରଧାନଙ୍କୁ ଶ୍ରଦ୍ଧା ସୁମନ ଅର୍ପଣ କରିଛନ୍ତି ବହୁ ମାଣ୍ୟଗଣ୍ୟ ବ୍ୟକ୍ତି। ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କଠୁ ଆରମ୍ଭ କରି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବୀସ, ଉତ୍ତରାଖଣ୍ଡ ସିଏମ୍ ପୁଷ୍କର ସିଂ ଧାମି, ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଏ, ହରିଆଣା ମୁଖ୍ୟମନ୍ତ୍ରୀ ନାୟବ ସିଂହ, ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଭଜନ ଲାଲ ଶର୍ମା, ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା, ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ସ୍ବର୍ଗତଃ ଦେବେନ୍ଦ୍ର ପ୍ରଧାନଙ୍କ ସ୍ମୃତିଚାରଣ ସହ ଶୋକସନ୍ତପ୍ତ ପରିବାରକୁ ଭେଟି ସମବେଦନା ଜଣାଇଥିଲେ । ଏଥିସହ ବାର୍ତ୍ତା ମାଧ୍ୟମରେ ଶୋକ ପ୍ରକାଶ କରିଥିଲେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ।
ସେହିଭଳି ଓଡ଼ିଶା ରାଜ୍ୟପାଳ ହରିବାବୁ କୁମ୍ଭମପତି, ବିହାର ରାଜ୍ୟପାଳ ଆରିପ୍ ଅହମ୍ମଦ ଖାନ୍, ଜମ୍ମୁ କାଶ୍ମୀର ରାଜ୍ୟପାଳ ମନୋଜ ସିହ୍ନା, ପଶ୍ଚିମବଙ୍ଗ ରାଜ୍ୟପାଳ ସି.ଭି. ଆନନ୍ଦବୋଷ, କର୍ଣ୍ଣାଟକ ରାଜ୍ୟପାଳ ଥାଓ୍ବାର ଚାନ୍ଦ ଗେହଲଟ, ଝାଡ଼ଖଣ୍ଡ ରାଜ୍ୟପାଳ ସନ୍ତୋଷ ଗଙ୍ଗୱାର୍, ଆନ୍ଧ୍ରପ୍ରଦେଶ ପୂର୍ବତନ ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନ ଡାକ୍ତର ପ୍ରଧାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ପରିବାର ବର୍ଗଙ୍କୁ ସମବେଦନା ଜଣାଇଥିଲେ। ମଧ୍ୟପ୍ରଦେଶ ବାଚସ୍ପତି ନରେନ୍ଦ୍ର ସିଂ ତୋମାର୍, ଛତିଶଗଡ଼ ବାଚସ୍ପତି ରମଣ ସିଂ, ତ୍ରିପୁରା ଉପବାଚସ୍ପତି ମଧ୍ୟ ପହଞ୍ଚି ଡାକ୍ତର ପ୍ରଧାନଙ୍କ ସ୍ମୃତି ଚାରଣ କରିଥିଲେ ।
📱 Get Argus News App
✨ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, କେନ୍ଦ୍ରମନ୍ତ୍ରୀ ଶିବରାଜ ସିଂ ଚୌହାନ, ଗଜେନ୍ଦ୍ର ସିଂହ ଶେଖାଓ୍ୱତ୍, ଗିରିରାଜ ସିଂ, ମନୋହର ଲାଲ ଖଟ୍ଟର୍, ଏସ.ପି ସିଂ ବାଘେଲ୍, ଜୟନ୍ତ ସିଂହ ଚୌଧୁରୀ, କୃଷ୍ଣ ପାଲ ଗୁର୍ଜ୍ଜର, ଅନୁପ୍ରିୟା ପଟେଲଙ୍କ ସମେତ ବହୁ କେନ୍ଦ୍ରମନ୍ତ୍ରୀ ଓ ବହୁ ରାଜ୍ୟର ମନ୍ତ୍ରୀମାନେ ଡାକ୍ତର ପ୍ରଧାନଙ୍କୁ ଜଣାଇଛନ୍ତି। ବାବା ରାମଦେବ, ପ୍ରଜ୍ଞାନନ୍ଦଜୀ, ଜୀବନ ବାବଙ୍କ ସମେତ ବହୁ ସାଧୁସନ୍ଥ ଯୋଗଦାନ କରି ଡାକ୍ତର ପ୍ରଧାନଙ୍କୁ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ।
Passing of our father Dr. Debendra Pradhan has brought an end to an era of love, affection, care and compassion for our family.
— Dharmendra Pradhan (@dpradhanbjp) March 29, 2025
Our father was a guiding light and a pillar of strength for our family. His loss has created a huge void and has engulfed us in immense pain and…
ଏଭଳି ଦୁଃଖଦ ଏବଂ କଠିନ ସମୟରେ ଉପସ୍ଥିତି ତଥା ଭାବପୂର୍ଣ୍ଣ ବାର୍ତ୍ତା ମାଧ୍ୟମରେ ପରିବାରର ଶକ୍ତି ଓ ସାହସ ବଢ଼ାଇ ଥିବାରୁ ନିଜ ଏକ୍ସ୍ ଆକାଉଣ୍ଟ ମାଧ୍ୟମରେ ସମସ୍ତ ପ୍ରିୟଜନଙ୍କ ପାଖରେ କୃତଜ୍ଞତା ଜ୍ଞାପନ କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ । ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ବାପାଙ୍କ ପାଇଁ ଆପଣମାନଙ୍କ ଶ୍ରଦ୍ଧା ଏବଂ ସମ୍ମାନ ଆମକୁ ଅତୁଟ ଶକ୍ତି ପ୍ରଦାନ କରିଛି । ପୂଜ୍ୟ ପିତାଙ୍କ ବିୟୋଗରେ ସ୍ନେହ ଏବଂ ବାତ୍ସଲ୍ୟର ଏକ ସମୟ ଅଟକି ଗଲା ଭଳି ମନେହେଉଛି । ତାଙ୍କ ସହ ବିତାଇଥିବା ମୁହୂର୍ତ୍ତ ସବୁ ଖୁବ୍ ମନେ ପଡୁଛି । ଆମ ଜୀବନରେ ତାଙ୍କର ଶୂନ୍ୟତା ଅପୂରଣୀୟ ହୋଇରହିବ । ସେ ଥିଲେ ଆମ ମାର୍ଗଦର୍ଶକ, ଆଦର୍ଶ । ଆମର ସବୁଠୁ ବଡ ସାହାରା । ତାଙ୍କ ସ୍ନେହ ବୋଳା କଥା, ସ୍ମୃତି, ବିଚାର, ଆଦର୍ଶ ଏବଂ ମୂଲ୍ୟବୋଧ ସର୍ବଦା ଆମ ସହ ରହିବ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।