Videos
|
National

ଟ୍ରେନି ଡାକ୍ତର ହତ୍ୟା ମାମଲା, ସୁପ୍ରିମକୋର୍ଟରେ ଶୁଣାଣି ନେଇ ପ୍ରତିକ୍ରିୟା ରଖିଛନ୍ତି ଧର୍ମେନ୍ଦ୍ର ପ୍ରଧାନ

Banajyotshna Ray
Browse all articles by Banajyotshna Ray
·1 year ago·1 min read
ଟ୍ରେନି ଡାକ୍ତର ହତ୍ୟା ମାମଲା, ସୁପ୍ରିମକୋର୍ଟରେ ଶୁଣାଣି ନେଇ ପ୍ରତିକ୍ରିୟା ରଖିଛନ୍ତି ଧର୍ମେନ୍ଦ୍ର ପ୍ରଧାନ

ଅର୍ଗସ ବ୍ୟୁରୋ:  କୋଲକାତା ଡାକ୍ତରୀ ଛାତ୍ରୀ ଦୁଷ୍କର୍ମ ଓ ହତ୍ୟା ମାମଲାର ସୁପ୍ରିମକୋର୍ଟରେ ଶୁଣାଣି ନେଇ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସେ କହିଛନ୍ତି କୋଲକାତା ହସ୍ପିଟାଲରେ ହୋଇଥିବା ଘଟଣାକୁ ଯେତେ କଡ଼ା ଭାଷାରେ ନିନ୍ଦା କଲେ ବି କମ୍ ହେବ। ପୀଡ଼ିତା, ତାଙ୍କ ପରିବାରର ଯେଉଁ କ୍ଷତି ହୋଇଛି, ପୁରା ସମାଜକୁ ଯେଉଁଭଳି ଆଘାତ ଲାଗିଛି ତାହା ଅବର୍ଣ୍ଣନୀୟ । ମାମଲାରେ ପଶ୍ଚିମବଙ୍ଗ ସରକାରଙ୍କ ଆଭିମୁଖ୍ୟ ଅତ୍ୟନ୍ତ ଚିନ୍ତାଜନକ। ସଭ୍ୟ ସମାଜ ପାଇଁ ଏହା ବିପଜ୍ଜନକ । ଏ ସବୁ ପ୍ରସଙ୍ଗକୁ ବିଚାରକୁ ନେଇ ସୁପ୍ରିମକୋର୍ଟ ମାମଲାର ଶୁଣାଣି କରୁଛନ୍ତି ।

କୋଲକାତା ଡାକ୍ତରୀ ଛାତ୍ରୀ ଦୁଷ୍କର୍ମ ଓ ହତ୍ୟା ମାମଲାରେ ସୁପ୍ରିମକୋର୍ଟଙ୍କ କଡ଼ା ଆଭିମୁଖ୍ୟ । ମାମଲାରେ ମମତା ସରକାର ସହ ପଶ୍ଚିମବଙ୍ଗ ପୋଲିସକୁ ଭର୍ସନା କଲେ କୋର୍ଟ। ମାମଲାରେ କଲେଜର ପୂର୍ବତନ ପ୍ରିନ୍ସିପାଲଙ୍କ ଭୂମିକାକୁ  କାଠଗଡ଼ାରେ ରଖିଲେ। ପ୍ରଥମେ ମାମଲାକୁ ଆତ୍ମହତ୍ୟାର ରୂପ ଦେବାକୁ ଉଦ୍ୟମ କରିଥିଲେ ପ୍ରିନ୍ସିପାଲ। ତେବେ ତାଙ୍କୁ କାହିଁକି ଅନ୍ୟ କଲେଜକୁ ଟ୍ରାନ୍ସଫର୍ କରାଗଲା ବୋଲି ପ୍ରଶ୍ନ କରି ସିଧାସଳଖ ମମତା ସରକାରର ଅଭିମୁଖ୍ୟକୁ ପ୍ରଶ୍ନ କରିଛନ୍ତି ସର୍ବୋଚ୍ଚ ଅଦାଲତ। ଏହାଛଡ଼ା କାହିଁକି ପ୍ରଥମେ ପୀଡିତାଙ୍କ ପରିବାରକୁ ମୃତଦେହ ଦେଖିବାକୁ ଦିଆଗଲା ନାହିଁ ବୋଲି ପ୍ରଶ୍ନ କରି ପୋଲିସର ଆଭିମୁଖ୍ୟକୁ ଟାର୍ଗେଟ୍ କରିଛନ୍ତି ସର୍ବୋଚ୍ଚ ଅଦାଲତ ।

ଅଧିକ ପଢ଼ନ୍ତୁ:କୋଲକାତା ମାମଲା: ମମତା ସରକାରଙ୍କ ଉପରେ ବର୍ଷିଲେ ସୁପ୍ରିମକୋର୍ଟ 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Dharmendra Pradhan Expresses Concern Over Kolkata Doctor Murder Case | Argus News