Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ସୋନିଆ ଗାନ୍ଧିଙ୍କ ସମାଲୋଚନାର କଡା ଜବାବ ରଖିଛନ୍ତି ଧର୍ମେନ୍ଦ୍ର ପ୍ରଧାନ

National

ସୋନିଆ ଗାନ୍ଧିଙ୍କ ସମାଲୋଚନାର କଡା ଜବାବ ରଖିଛନ୍ତି ଧର୍ମେନ୍ଦ୍ର ପ୍ରଧାନ

Banajyotshna Ray
Browse all articles by Banajyotshna Ray
·1 year ago·2 min read
ସୋନିଆ ଗାନ୍ଧିଙ୍କ ସମାଲୋଚନାର କଡା ଜବାବ ରଖିଛନ୍ତି ଧର୍ମେନ୍ଦ୍ର ପ୍ରଧାନ

ଜାତୀୟ ଶିକ୍ଷା ନୀତିକୁ କଂଗ୍ରେସ ସଂସଦୀୟ ଦଳ ନେତା ସୋନିଆ ଗାନ୍ଧିଙ୍କ ସମାଲୋଚନାର କଡା ଜବାବ ରଖିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଜାତୀୟ ଶିକ୍ଷା ନୀତି ଦେଶରେ ଆଣିବ ନବଜାଗରଣ, ଶିକ୍ଷାରେ ଆସିବ ବୈପ୍ଳବିକ ପରିବର୍ତ୍ତନ । ଏନେଇ ଇଂରାଜୀ ଦୈନିକ ଦି ହିନ୍ଦୁରେ ଏକ ଆଲେଖ୍ୟ ଲେଖିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ । ସେ ଲେଖିଛନ୍ତି, ନୀତି ନିର୍ଦ୍ଧାରଣ କ୍ଷେତ୍ରରେ ଏହା ଏକ ସର୍ବୋତ୍କୃଷ୍ଟ ପ୍ରକ୍ରିୟା । ଏଥିରେ ଗ୍ରହଣୀୟତା, ସମାନତା, ଉତ୍କର୍ଷ, ସମସ୍ତଙ୍କୁ ଉପଲବ୍ଧ ହେବା ସହ ଉତ୍ତରଦାୟିତ୍ବ ରହିଛି । ଜାତୀୟ ଶିକ୍ଷାନୀତି ୨୦୦୦ ଲୋକମାନଙ୍କର, ଲୋକମାନଙ୍କ ଦ୍ବାରା ଓ ଭବିଷ୍ୟତ ଲୋକମାନଙ୍କ ପାଇଁ ।


ଏଥିରେ ବିଭିନ୍ନ ବର୍ଗର ଲୋକମାନଙ୍କ ମଧ୍ୟରେ ରହିଥିବା ଅସାମନତାକୁ ଦୂର କରିବା ସହ ସଶକ୍ତୀକରଣକୁ ଗୁରୁତ୍ବ ଦିଆଯାଇଛି । ମହିଳା ସଶକ୍ତୀକରଣକୁ ଦିଆଯାଇଛି ପ୍ରାଥମିକତା । ପ୍ରତ୍ୟେକ ଶିଶୁଙ୍କ ପାଇଁ ସରକାରୀ ଖର୍ଚ୍ଚ ପରିମାଣ ୧୩୦ ପ୍ରତିଶତ ବୃଦ୍ଧି କରାଯାଇଛି । ୨୦୧୩-୧୪ରେ ୧୦ହଜାର ୭୮୦ଟଙ୍କା ଖର୍ଚ୍ଚ କରାଯାଉଥିବା ବେଳେ ୨୦୨୧-୨୨ରେ ଏହାର ପରିମାଣ ୨୫ ହଜାର ୪୩ଟଙ୍କାକୁ ବୃଦ୍ଧି ପାଇଛି । ସରକାରୀ ସ୍କୁଲ ଗୁଡିକରେ ଅତ୍ୟାଧୁନିକ ଭିତ୍ତିଭୂମି ଯୋଗାଇ ଦିଆଯାଉଛି । ଶିକ୍ଷାପ୍ରତି ଛାତ୍ରଛାତ୍ରୀ ଆଗ୍ରହ ବଢୁଥିବାରୁ କମୁଛି ଡ୍ରପ୍ ଆଉଟ ସଂଖ୍ୟା। ଜାତୀୟ ଶିକ୍ଷା ନୀତିରେ ସବୁ ଆଞ୍ଚଳିକ ଭାଷାକୁ ଦିଆଯାଇଛି ପ୍ରାଥମିକତା । ପୂର୍ବରୁ ରହିଥିବା ଇଙ୍ଗଲିସ୍ ଫାଷ୍ଟ ନୀତିକୁ ବାଦ ଦିଆଯାଇଛି । ଏଥିପାଇଁ ଶିକ୍ଷା ମାଧ୍ୟମରେ ସଶକ୍ତ କରି ବିକଶିତ ଭାରତ ଗଠନର ଲକ୍ଷ୍ୟ ରହିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଆଗାମୀ ଦଶନ୍ଧିରେ ଶିକ୍ଷାରେ ନବଜାଗରଣ ସୃଷ୍ଟି ହେବ । ଯାହା ଭାରତର ଗୌରବମୟ ଐତିହ୍ୟକୁ ରୁଦ୍ଧିମନ୍ତ କରିବା ସହ ଭବିଷ୍ୟତର ବିକାଶ ପ୍ରକ୍ରିୟାକୁ ସହଜସାଧ୍ୟ କରିବ । ଶେଷରେ ଭାରତର ଶିକ୍ଷା ବ୍ୟବସ୍ଥା ଉପନିବେଶ ବାଦରୁ ମୁକ୍ତ ହୋଇଛି । ଆଗାମୀ ଦିନରେ ଏହା କୋଟି କୋଟି ଭାରତୀୟଙ୍କ ସ୍ବପ୍ନକୁ ସାକାର କରିବ ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଲେଖିଛନ୍ତି । 

Sponsored
dharmendra-pradhan-gives-a-strong-response-to-sonia-gandhis-criticism | Argus News