Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଓଡ଼ିଆରେ ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ ଓରାମଙ୍କ ଶପଥ ପାଠ

Manini Pattanayak
Browse all articles by Manini Pattanayak
·2 years ago·1 min read
ଓଡ଼ିଆରେ ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ ଓରାମଙ୍କ ଶପଥ ପାଠ

ନୂଆଦିଲ୍ଲୀ: ବାଚସ୍ପତି ଆସନରେ ଓଡ଼ିଆ ପୁଅ ଭର୍ତ୍ତୃହରି । ଭର୍ତ୍ତୃହରିଙ୍କୁ ଶପଥ ପାଥ କରାଇଲେ ଓଡିଆ ଝିଅ ଦ୍ରୌପଦୀ । ଓଡ଼ିଆରେ ଶପଥ ନେଲେ ଧର୍ମେନ୍ଦ୍ର-ଜୁଏଲ । ସଂସଦରେ ଓଡ଼ିଆ ଅସ୍ମିତାର ଝଲକ । 280 ସାଂସଦଙ୍କ ଶପଥ ପାଠ କରାଇଲେ ଭର୍ତ୍ତୃହରି । ଆରମ୍ଭ ହୋଇଛି ଅଷ୍ଟାଦଶ ଲୋକସଭାର ସ୍ବତନ୍ତ୍ର ଅଧିବେଶନ। କାମଚଳା ବାଚସ୍ପତି ଭାବେ ଶପଥ ନେଇଛନ୍ତି କଟକ ସାଂସଦ ଭର୍ତ୍ତୃହରି ମହତାବ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ଭବନରେ ଭର୍ତ୍ତୃହରି ମହତାବଙ୍କୁ ଶପଥ ପାଠ କରାଇଥିଲେ। ଏହାପରେ ସେ ଗୃହରେ ନବନିର୍ବାଚିତ ସାଂସଦଙ୍କୁ ଶପଥପାଠ କରାଇଛନ୍ତି।  ପ୍ରଥମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ରମନ୍ତ୍ରୀମାନେ ଶପଥ ଗ୍ରହଣ କରିଥିଲେ। ଗୃହମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, କେନ୍ଦ୍ରମନ୍ତ୍ରୀ ଶିବରାଜ ସିଂହ ଚୌହାନ ପ୍ରମୁଖ ସାଂସଦ ଭାବେ ଶପଥ ଗ୍ରହଣ କରିଛନ୍ତି। ସେହିପରି ରାଧାମୋହନ ସିଂହ, ନୀତିନ ଗଡକରୀ, ମନୋହର ଲାଲ ଖଟ୍ଟର, ଜ୍ୟୋତିରାଦ୍ଧିତ୍ୟ ସିନ୍ଧିଆ, ଚିରାଗ ପାଶଓ୍ବାନ, ଏଚଡି କୁମାରସ୍ବାମୀ ମଧ୍ୟ ଶପଥ ନେଇଛନ୍ତି।

ଦୁଇ ଓଡ଼ିଆ ସାଂସଦ ଧର୍ମେନ୍ଦ୍ର ପ୍ରଧାନ ଏବଂ ଜୁଏଲ୍ ଓରାମ ନିଜ ମାତୃଭାଷା ଓଡିଆରେ ଶପଥ ପାଠ କରିଛନ୍ତି। ତାଙ୍କ ସହିତ  ବିଜେପିର ଅନୁରାଗ ଠାକୁର, କଙ୍ଗନା ରଣାଓ୍ବତ, କଂଗ୍ରେସର ଦୀପେନ୍ଦ୍ର ସିଂ ହୁଡ୍ଡା, ଗୌରଭ ଗୋଗଇ। ଅବଶିଷ୍ଟ ସାଂସଦ ଆସନ୍ତାକାଲି ଶପଥ ନେବେ। ପରେ ୨୬ ତାରିଖରେ ହେବ ବାଚସ୍ପତି ନିର୍ବାଚନ।
ଏହାପରେ ସଂସଦର ଉଭୟ ଗୃହକୁ ଜୁନ 27ରେ ରାଷ୍ଟ୍ରପତି ସମ୍ବୋଧନ କରିବେ। ରାଷ୍ଟ୍ରପତିଙ୍କ ଅଭିଭାଷଣ ପରେ ଧନ୍ୟବାଦ ପ୍ରସ୍ତାବ ଉପରେ ଜୁନ 28ରେ ଆଲୋଚନା ହେବ। ଏହା ପରେ ଜୁଲାଇ 2 କିମ୍ବା 3ରେ ପ୍ରଧାନମନ୍ତ୍ରୀ ଉତ୍ତର ରଖିବେ।  

ଅଧିକ ପଢନ୍ତୁ ଭାରତ ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Dharmendra Pradhan, Joel Oram's oath text in Odia | Argus News