Dharmendra Pradhan / ମକର ସଂକ୍ରାନ୍ତିର ଶୁଭେଚ୍ଛା ଜଣାଇଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
·6 months ago·2 min read

Key Points
ଆଜି ପବିତ୍ର ମକର ସଂକ୍ରାନ୍ତି। ସାରା ଦେଶରେ ଖୁସିର ମାହୋଲ। ଏହି ଅବସରରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।
ଆଜି ପବିତ୍ର ମକର ସଂକ୍ରାନ୍ତି। ସାରା ଦେଶରେ ଖୁସିର ମାହୋଲ। ଏହି ଅବସରରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସେ ତାଙ୍କ ଏକ୍ସରେ ଲେଖିଛନ୍ତି, ପ୍ରକୃତି ପ୍ରତି କୃତଜ୍ଞତା ଜଣାଇବା ସହ ସାରା ଦେଶରେ ପାଳନ କରାଯାଉଥିବା 'ମକର ସଂକ୍ରାନ୍ତି', 'ଉତ୍ତରାୟଣ' ଏବଂ ଅନ୍ୟାନ୍ୟ ସମସ୍ତ ପବିତ୍ର ପର୍ବପର୍ବାଣୀରେ ସମସ୍ତ ଦେଶବାସୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଏବଂ ଶୁଭକାମନା।
ଏହି ସମସ୍ତ ପର୍ବ ପ୍ରକୃତିର ଚକ୍ର, ସୂର୍ଯ୍ୟ ପୂଜା, ଆମର କୃଷି ସଂସ୍କୃତି, ପରମ୍ପରା ଏବଂ ବିବିଧତାରେ ଏକତା ସହିତ ଜଡିତ ଅନନ୍ତ ମୂଲ୍ୟବୋଧର ଏକ ଜୀବନ୍ତ ଉତ୍ସବ।
ଉତ୍ତରାୟଣର ଏହି ପବିତ୍ର ସମୟ ସମସ୍ତଙ୍କ ଜୀବନରେ ସ୍ୱାସ୍ଥ୍ୟ, ସୁଖ, ସମୃଦ୍ଧି, ନୂତନ ଦିଗ, ସକାରାତ୍ମକ ଶକ୍ତି ଏବଂ ଆଶା ଆଣିଦେଉ, ଏହା ମୋର ଶୁଭକାମନା। ମକର ସଂକ୍ରାନ୍ତି, ଉତ୍ତରାୟଣ ଏବଂ ଦେଶ ସାରା ପାଳନ କରାଯାଉଥିବା ସମସ୍ତ ଫସଲ ପର୍ବର ହାର୍ଦ୍ଦିକ ଶୁଭେଚ୍ଛା।
ମକର ସଂକ୍ରାନ୍ତିର ମାହାତ୍ମ୍ୟ କଣ?
ସରିଲା ଦିନ ଛୋଟ ଓ ରାତି ବଡ଼ର ଋତୁ। ମକର ସଂକ୍ରାନ୍ତି ଠାରୁ ଦିନ ବଡ଼ ଓ ରାତି ଛୋଟ ହେବା ପ୍ରକ୍ରିୟା ଆରମ୍ଭ ହୋଇଯିବ। ଓଡ଼ିଆରେ ଏକ କଥା ଅଛି, ‘ମକରଠାରୁ ଦିନ ହୁଏ ବକର’। ଅର୍ଥାତ ଏହି ତିଥି ଠାରୁ ଦିନ କ୍ରମଶଃ ବଡ଼ ହୁଏ। ମକରଠାରୁ ସୂର୍ଯ୍ୟଙ୍କର ଉତ୍ତରାୟଣ ଗତି ଆରମ୍ଭ ହୋଇଯାଉଥିବାରୁ ଖରା ଧୀରେ ଧୀରେ ପ୍ରଖର ହୁଏ। ସୂର୍ଯ୍ୟ ଉତ୍ତର ଦିଗକୁ ଯାତ୍ରା କରି ଛଅ ମାସ ଅବସ୍ଥାନ କରୁଥିବାରୁ ବିବାହ, ବ୍ରତ, ଯଜ୍ଞାନୁଷ୍ଠାନ, ଗୃହ, ଦେବାଳୟ ପ୍ରତିଷ୍ଠା ଆଦି ସମସ୍ତ ଶୁଭକର୍ମ ଏହି ସମୟରେ ଅନୁଷ୍ଠିତ ହୋଇଥାଏ। ଖାଲି ସେତିକି ନୁହେଁ, ମକର ସଂକ୍ରାନ୍ତି ଓଡ଼ିଆମାନଙ୍କ ପାଇଁ ବନ୍ଧୁତ୍ବର ଦିନ। ଏହି ଦିନ ପରସ୍ପରକୁ ‘ମକର ଚକଟା’ ଖୁଆଇ, ମକର ବସି ସମ୍ପର୍କର ସେତୁ ମଜବୁତ କରନ୍ତି ଆମ କିଶୋର-କିଶୋରୀ ଓ ତରୁଣ ତରୁଣୀ।ମକର ସଂକ୍ରାନ୍ତି ବେଳକୁ ଓଡ଼ିଶାରେ ଧାନ, ଆଖୁ ଆଦି ନୂଆ ଫସଲ ଅମଳ ହୋଇଥାଏ।
ଏଣୁ ଏହି ଦିନ ନୂଆ ଧାନରୁ ପ୍ରସ୍ତୁତ ଅରୁଆ ଚାଉଳ, ନୂଆଗୁଡ଼, ଛେନା, ନଡ଼ିଆ, ପାଚିଲା କଦଳୀ, ଘିଅ, କ୍ଷୀର ଓ ଗୋଲ୍ମରିଚ ଗୁଣ୍ଡ ଇତ୍ୟାଦି ଚକଟା ହୋଇ ଏକ ସୁମିଷ୍ଟ ଭୋଗ ପ୍ରସ୍ତୁତ କରାଯାଏ। ଏହି ଚକଟାକୁ ଗୃହଦେବତାଙ୍କୁ ଓ ଧାନଖଳାରେ ଭୋଗ ଲଗାଯାଏ। ଏହା ‘ମକର ଚାଉଳ’ ଭାବେ ପରିଚିତ। ଏହି ଭୋଗ ପରସ୍ପରକୁ ଖୁଆଖୋଇ ହୋଇ ପୁଅ/ଝିଅମାନେ ‘ମକର’ ବସନ୍ତି। ପୁରୀ ଶ୍ରୀମନ୍ଦିରରେ ଏହି ଦିନଟିରେ ମା’ ଲକ୍ଷ୍ମୀ ବାପଘର ବରୁଣାଳୟରୁ ଫେରନ୍ତି। ଏହିଦିନ ଘରେ ଘରେ ଖେଚୁଡ଼ି, ରାଶିଜାଉ, ବାଦାମଜାଉ, ମଣ୍ଡା କାକରା ଓ କ୍ଷୀରି ଇତ୍ୟାଦି ସହ ମକର ଚାଉଳ ପ୍ରସ୍ତୁତ ହୁଏ। ଖେଚୁଡ଼ି ଖିଆ ଓ ଗୁଡ଼ିଉଡ଼ା ଏହି ପର୍ବର ଅନ୍ୟ ଏକ ସୁଖଦ ଅନୁଭୂତି।
ପବିତ୍ର 'ମକର ସଂକ୍ରାନ୍ତି' ଅବସରରେ ସମସ୍ତଙ୍କୁ ଅଭିନନ୍ଦନ ।
— Dharmendra Pradhan (@dpradhanbjp) January 14, 2026
समस्त देशवासियों को 'मकर संक्रांति', 'उत्तरायण' और प्रकृति को आभार प्रकट करने के लिए देश भर में मनाए जा रहे सभी पावन पर्वों की हार्दिक बधाई और शुभकामनाएँ।
यह सभी पर्व प्रकृति के चक्र, सूर्य की आराधना, हमारी कृषि-संस्कृति से… pic.twitter.com/vL6uhuNvmf
ଉତ୍ତରାୟଣର ଏହି ପବିତ୍ର ସମୟ ସମସ୍ତଙ୍କ ଜୀବନରେ ସ୍ୱାସ୍ଥ୍ୟ, ସୁଖ, ସମୃଦ୍ଧି, ନୂତନ ଦିଗ, ସକାରାତ୍ମକ ଶକ୍ତି ଏବଂ ଆଶା ଆଣିଦେଉ, ଏହା ମୋର ଶୁଭକାମନା। ମକର ସଂକ୍ରାନ୍ତି, ଉତ୍ତରାୟଣ ଏବଂ ଦେଶ ସାରା ପାଳନ କରାଯାଉଥିବା ସମସ୍ତ ଫସଲ ପର୍ବର ହାର୍ଦ୍ଦିକ ଶୁଭେଚ୍ଛା।
ମକର ସଂକ୍ରାନ୍ତିର ମାହାତ୍ମ୍ୟ କଣ?
ସରିଲା ଦିନ ଛୋଟ ଓ ରାତି ବଡ଼ର ଋତୁ। ମକର ସଂକ୍ରାନ୍ତି ଠାରୁ ଦିନ ବଡ଼ ଓ ରାତି ଛୋଟ ହେବା ପ୍ରକ୍ରିୟା ଆରମ୍ଭ ହୋଇଯିବ। ଓଡ଼ିଆରେ ଏକ କଥା ଅଛି, ‘ମକରଠାରୁ ଦିନ ହୁଏ ବକର’। ଅର୍ଥାତ ଏହି ତିଥି ଠାରୁ ଦିନ କ୍ରମଶଃ ବଡ଼ ହୁଏ। ମକରଠାରୁ ସୂର୍ଯ୍ୟଙ୍କର ଉତ୍ତରାୟଣ ଗତି ଆରମ୍ଭ ହୋଇଯାଉଥିବାରୁ ଖରା ଧୀରେ ଧୀରେ ପ୍ରଖର ହୁଏ। ସୂର୍ଯ୍ୟ ଉତ୍ତର ଦିଗକୁ ଯାତ୍ରା କରି ଛଅ ମାସ ଅବସ୍ଥାନ କରୁଥିବାରୁ ବିବାହ, ବ୍ରତ, ଯଜ୍ଞାନୁଷ୍ଠାନ, ଗୃହ, ଦେବାଳୟ ପ୍ରତିଷ୍ଠା ଆଦି ସମସ୍ତ ଶୁଭକର୍ମ ଏହି ସମୟରେ ଅନୁଷ୍ଠିତ ହୋଇଥାଏ। ଖାଲି ସେତିକି ନୁହେଁ, ମକର ସଂକ୍ରାନ୍ତି ଓଡ଼ିଆମାନଙ୍କ ପାଇଁ ବନ୍ଧୁତ୍ବର ଦିନ। ଏହି ଦିନ ପରସ୍ପରକୁ ‘ମକର ଚକଟା’ ଖୁଆଇ, ମକର ବସି ସମ୍ପର୍କର ସେତୁ ମଜବୁତ କରନ୍ତି ଆମ କିଶୋର-କିଶୋରୀ ଓ ତରୁଣ ତରୁଣୀ।ମକର ସଂକ୍ରାନ୍ତି ବେଳକୁ ଓଡ଼ିଶାରେ ଧାନ, ଆଖୁ ଆଦି ନୂଆ ଫସଲ ଅମଳ ହୋଇଥାଏ।
ଏଣୁ ଏହି ଦିନ ନୂଆ ଧାନରୁ ପ୍ରସ୍ତୁତ ଅରୁଆ ଚାଉଳ, ନୂଆଗୁଡ଼, ଛେନା, ନଡ଼ିଆ, ପାଚିଲା କଦଳୀ, ଘିଅ, କ୍ଷୀର ଓ ଗୋଲ୍ମରିଚ ଗୁଣ୍ଡ ଇତ୍ୟାଦି ଚକଟା ହୋଇ ଏକ ସୁମିଷ୍ଟ ଭୋଗ ପ୍ରସ୍ତୁତ କରାଯାଏ। ଏହି ଚକଟାକୁ ଗୃହଦେବତାଙ୍କୁ ଓ ଧାନଖଳାରେ ଭୋଗ ଲଗାଯାଏ। ଏହା ‘ମକର ଚାଉଳ’ ଭାବେ ପରିଚିତ। ଏହି ଭୋଗ ପରସ୍ପରକୁ ଖୁଆଖୋଇ ହୋଇ ପୁଅ/ଝିଅମାନେ ‘ମକର’ ବସନ୍ତି। ପୁରୀ ଶ୍ରୀମନ୍ଦିରରେ ଏହି ଦିନଟିରେ ମା’ ଲକ୍ଷ୍ମୀ ବାପଘର ବରୁଣାଳୟରୁ ଫେରନ୍ତି। ଏହିଦିନ ଘରେ ଘରେ ଖେଚୁଡ଼ି, ରାଶିଜାଉ, ବାଦାମଜାଉ, ମଣ୍ଡା କାକରା ଓ କ୍ଷୀରି ଇତ୍ୟାଦି ସହ ମକର ଚାଉଳ ପ୍ରସ୍ତୁତ ହୁଏ। ଖେଚୁଡ଼ି ଖିଆ ଓ ଗୁଡ଼ିଉଡ଼ା ଏହି ପର୍ବର ଅନ୍ୟ ଏକ ସୁଖଦ ଅନୁଭୂତି।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories