Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଧର୍ମେନ୍ଦ୍ରଙ୍କ ଗୋଟିଚାଳନା; ହରିୟାଣାରେ ବିଜେପିର ହ୍ୟାଟ୍ରିକ୍

Smruti Parija
Browse all articles by Smruti Parija
·1 year ago·3 min read
ଧର୍ମେନ୍ଦ୍ରଙ୍କ ଗୋଟିଚାଳନା; ହରିୟାଣାରେ ବିଜେପିର ହ୍ୟାଟ୍ରିକ୍

ଅର୍ଗସ ବ୍ୟୁରୋ: ସବୁ କଳ୍ପନା ଜଳ୍ପନାର ଅନ୍ତ । ଫେଲ୍ ମାରିଲା ଏକଜିଟ୍ ପୋଲ୍ । ତୃତୀୟ ଥର ପାଇଁ ହରିୟାଣାରେ ସରକାର କରିବ ବିଜେପି ।  ହରିୟାଣା ନିର୍ବାଚନ ଫଳାଫଳ ନେଇ ଆସୁଥିବା ଟ୍ରେଣ୍ଡ୍ ରେ ବର୍ତ୍ତମାନ ସୁଦ୍ଧା ବିଜେପି ଆଗୁଆ ରହିଛି । ବିଜେପି ସାନଦାର୍ ପ୍ରଦର୍ଶନ କରିବା ସହ ନିଜ ଦମ୍ ରେ ବହୁମତ ହାସଲ କରି ଆଗେଇ ଚାଲିଛି । ସୂଚନାନୁଯାୟୀ, ବର୍ତ୍ତମାନ ସୁଦ୍ଧା ମ୍ୟାଜିକ୍ ନମ୍ବର ପାର୍ କରିସାରିଲାଣି ବିଜେପି । ଭାରତୀୟ ଜନତା ପାର୍ଟି 49 ସିଟ୍ ରେ ଆଗୁଆ ଥିବାବେଳେ କଂଗ୍ରେସ 36 ସିଟ୍ ରେ ଆଗୁଆ ରହିଛି ।   

କ'ଣ ଥିଲା ବିଜେପିର ମାଷ୍ଟରପ୍ଲାନ୍ ?

ହରିୟାଣା ଛୋଟ ରାଜ୍ୟ ହୋଇଥିଲେ ମଧ୍ୟ ଏହାର ରାଜନୈତିକ ସମୀକରଣ ଅତି ଜଟିଳ । ଲଗାତାର ଦୁଇଥର ହରିଆଣାରେ କ୍ଷମତାରେ ଥିବା ବିଜେପି ବିରୋଧରେ ଆଣ୍ଟି ଇକୋମ୍ବାସି ରହିବା ସ୍ବାଭାବିକ କଥା। ପରିସ୍ଥିତି ଏପରି ହୋଇଥିଲା ଯେ ବିଧାନସଭା ନିର୍ବାଚନର ୬ ମାସ ପୂର୍ବରୁ ମନୋହରଲାଲ ଖଟ୍ଟରଙ୍କୁ ହଟାଇ ନାୟବ ସିଂ ସୈନିଙ୍କୁ ମୁଖ୍ୟମନ୍ତ୍ରୀ ବନାଇଥିଲା ବିଜେପି। ତଥାପି ଲୋକସଭା ନିର୍ବାଚନରେ କ୍ଷତିକୁ ରୋକିପାରିନଥିଲା ଦଳ। ପଦ୍ମ ଆସନ ସଂଖ୍ୟା ୧୦ରୁ ୫କୁ ଖସି ଆସିଥିଲା। ହେଲେ ହରିୟାଣାରେ ବିଧାନସଭା ନିର୍ବାଚନରେ ସମସ୍ତ ଏକଜିଟ୍ ପୋଲ୍ କହୁଥିଲା ଯେ ହରିୟାଣା ହାତରୁ ବିଜେପି ଚାଲିଯିବ । ହେଲେ ସବୁ ଆକଳନ ଫେଲ୍ ମାରିଛି । 

ହରିୟାଣାରେ 90 ସିଟ୍ ପାଇଁ ନିର୍ବାଚନ ସମୟରେ ମାହୋଲ୍ ବେଶ ରୋଚକମୟ ଥିଲା । ଉଭୟ କଂଗ୍ରେସ- ବିଜେପି ନିଜ ନିଜ ଦିଗ୍ଜଜ ନେତାଙ୍କୁ ନେଇ ଭୋଟ୍ ହାତେଇବା ପାଇଁ ଅଙ୍କ କଷିଥିଲେ । ଏହି ସମୟରେ ବିଭିନ୍ନ ସୋସିଆଲ ମିଡିଆ ମାଧ୍ୟମରେ ମଧ୍ୟ ନିର୍ବାଚନୀ ମାହୋଲ୍ ଖୁବ ଦେଖିବାକୁ ମିଳିଥିଲା । ଆଉ ଏଥିରୁ ପୁରା ସ୍ପଷ୍ଟ ହୋଇଛି ଯେ, କଂଗ୍ରେସ ଯେଉଁ ମୁଦ୍ଦାକୁ ହତିଆର କରି ନିର୍ବାଚନୀ ବୈତରଣୀ ପାର୍ ହେବାକୁ ଚାହୁଁଥିଲା ଲୋକମାନେ ନିଜର ମତ ସାବ୍ୟସ୍ତ କରି ସେ ସବୁକୁ ଭୂଲ୍ ପ୍ରମାଣିତ କରିଛନ୍ତି । ଯାହା ଆଜିର ନିର୍ବାଚନୀ ଫଳାଫଳ କହୁଛି ।      

ହରିୟାଣା ନିର୍ବାଚନରେ ଆଉ ଏକ କଥା ମଧ୍ୟ ସ୍ପଷ୍ଟ ହୋଇଛି ଯେ, ଗ୍ରାଉଣ୍ଡ୍ ରେ ଏବେ ବି ରହିଛି ପ୍ରଧାନମନ୍ତ୍ରୀଙ୍କ ମ୍ୟାଜିକ୍ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ପ୍ରମୁଖ ଘନ ଘନ ହରିୟାଣା ଗସ୍ତ କରିଥିଲେ । ପଲୱାଲ୍ , ହିସାର୍ , ଗୋହାନାରେ ପିଏମ୍ ରାଲି ଭୋଟ୍ ବ୍ୟାଙ୍କ୍ କୁ ଆହୁରି ଦୃଢୀଭୂତ କରିଥିଲା ।  ଯେଉଁଥିରୁ ଜଣାପଡୁଛି ଏବେ ବି ଗ୍ରାଉଣ୍ଡ୍ ରେ ମୋଦିଙ୍କ ମ୍ୟାଜିକ୍ ବରାବର୍ ରହିଛି । 

ଧର୍ମେନ୍ଦ୍ରଙ୍କୁ ଶୁଭେଚ୍ଛା 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଏତିକି ବେଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ । ହରିୟାଣା ବିଧାନସଭା ନିର୍ବାଚନ ପୂର୍ବରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ହରିୟାଣାର ନିର୍ବାଚନ ପ୍ରଭାରୀ ଭାବରେ ଦାୟିତ୍ୱ ଦିଆଯାଇଥିଲା । ନିର୍ବାଚନ ଫଳାଫଳ ନେଇ ଆସୁଥିବା ଟ୍ରେଣ୍ଡ୍ ରେ ବର୍ତ୍ତମାନ ସୁଦ୍ଧା ବିଜେପି ଆଗୁଆ ରହିଥିବାବେଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ । ତୃତୀୟ ଥର ପାଇଁ ହରିୟାଣାରେ ହେବ ବିଜେପି ସରକାର । 2019ରେ ମଧ୍ୟ କେନ୍ଦ୍ରମନ୍ତ୍ରୀ ହରିୟାଣାରେ ଗୁରୁ ଦାୟିତ୍ୱ ତୁଲାଇଥିଲେ । ଯାହା ଭୋଟ୍ ବ୍ୟାଙ୍କ୍ ରେ ପ୍ରତିଫଳିତ ହୋଇଥିଲା । ​​​​​​ଉତ୍ତରପ୍ରଦେଶ, ବିହାର, କର୍ଣ୍ଣାଟକ, ଉତ୍ତରାଖଣ୍ଡ, ଝାଡ଼ଖଣ୍ଡ, ଛତିଶଗଡ଼ ପରି ବହୁ ରାଜ୍ୟରେ ବିଜେପିକୁ କ୍ଷମତାସୀନ କରିବାରେ ଧର୍ମେନ୍ଦ୍ରଙ୍କ ସଫଳ ଗୋଟିଚାଳନା କାମ ଦେଇଛି । ଯେଉଁଥିପାଇଁ ଧର୍ମେନ୍ଦ୍ର ହୋଇପାରିଛନ୍ତି ମୋଦିଙ୍କର ଅନ୍ୟତମ ବିଶ୍ବସ୍ତ ସିପାହୀ ।  ଅନ୍ୟପଟେ ଚଳିତ ବର୍ଷ ଓଡିଶାରେ ବିଜେପିର ଐତିହାସକ ବିଜୟ ହୋଇଥିଲା । ଯେଉଁଥିରେ ଗୁରୁ ଦାୟିତ୍ୱ ତୁଲାଇଥିଲେ କେନ୍ଦ୍ରମନ୍ତ୍ରୀ । 

ସେପଟେ ଏବେ ବିଜେପିର ଆରମ୍ଭ ହୋଇଯାଇଛି ସେଲିବ୍ରେସନ୍ । ନାଚି , ଗାଇ ବାଣ ଫୁଟାଇ ସେଲିବ୍ରେଟ୍ କରୁଛନ୍ତି ବିଜେପି କର୍ମୀ । 


ସୂଚନାଯୋଗ୍ୟ, ହରିୟାଣାର 90 ବିଧାନସଭା ଆସନରେ ମୋଟ 1 ହଜାର 31 ପ୍ରାର୍ଥୀ ରହିଛନ୍ତି । ଗତ ସେପ୍ଚେମ୍ବର 18, 25 ଏବଂ ଅକ୍ଟୋବର 1 ତାରିଖରେ ହୋଇଥିଲା ଜମ୍ମୁ କାଶ୍ମୀର ଓ ହରିୟାଣାରେ ନିର୍ବାଚନ  । ଭୋଟ ଗଣନା ପ୍ରକ୍ରିୟାକୁ ସୁରୁଖୁରୁରେ କରିବାକୁ ନିର୍ବାଚନ କମିଶନ ପକ୍ଷରୁ ପ୍ରତି ଗଣତି କେନ୍ଦ୍ରରେ ପର୍ଯ୍ୟବେକ୍ଷକ ନିଯୁକ୍ତି କରାଯାଇଛି ।

 

 

Sponsored
dharmendra-pradhan-modis-trusted-lieutenant-who-proved-pollsters-wrong | Argus News