Videos
|
National

Dharmendra Pradhan / ରାହୁଲ୍ ଗାନ୍ଧୀଙ୍କ ଉପରେ ବର୍ଷିଲେ ଧର୍ମେନ୍ଦ୍ର ପ୍ରଧାନ; ତଥ୍ୟ ଦେଇ ଖୋଲିଦେଲେ ମୁଖା

Sushanta Sahoo
Browse all articles by Sushanta Sahoo
·1 hour ago·3 min read
ରାହୁଲ୍ ଗାନ୍ଧୀଙ୍କ ଉପରେ ବର୍ଷିଲେ ଧର୍ମେନ୍ଦ୍ର ପ୍ରଧାନ; ତଥ୍ୟ ଦେଇ ଖୋଲିଦେଲେ ମୁଖା
Rahul Gandhi’s Student Event Draws Dharmendra Pradhan’s Criticism

Key Points

ଛାତ୍ରଛାତ୍ରୀଙ୍କୁ ନେଇ ରାଜନୀତି କରୁଥିବା ରାହୁଲ୍ ଗାନ୍ଧୀଙ୍କୁ କଡ଼ା ସମାଲୋଚନା କରିଛନ୍ତି ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ । ରାହୁଲ୍ ଗାନ୍ଧୀଙ୍କୁ, ଧର୍ମେନ୍ଦ୍ର ପ୍ରଧାନ ସମାଲୋଚନା କରିବା ସହ ବାସ୍ତବ ତଥ୍ୟ ଦେଇଛନ୍ତି ।
ନୂଆଦିଲ୍ଲୀ: ଛାତ୍ରଙ୍କୁ ରାଜନୈତିକ ଅସ୍ତ୍ର କରିବା ଛାଡ଼ । ଛାତ୍ରଛାତ୍ରୀଙ୍କ ସମସ୍ୟାର ସମାଧାନ ପାଇଁ ଆଲୋଚନା କର । ଛାତ୍ରଛାତ୍ରୀଙ୍କୁ ନେଇ ରାଜନୀତି କରୁଥିବା ରାହୁଲ୍ ଗାନ୍ଧୀଙ୍କୁ ଏଭଳି କଡ଼ା ସମାଲୋଚନା କରିଛନ୍ତି ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ ।

ମଧ୍ୟପ୍ରଦେଶର ଇନ୍ଦୋରରେ ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ 'ଛାତ୍ରଙ୍କ ଗୁଞ୍ଜ' କାର୍ଯ୍ୟକ୍ରମକୁ କଡ଼ା ବିରୋଧ କରିଛି ବିଜେପି । ସୋସିଆଲ୍ ମିଡିଆ ଏକ୍ସରେ ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ ସମାଲୋଚନା କରି ଲେଖିଛନ୍ତି, "ଇନ୍ଦୋରକୁ ରାହୁଲ ଗାନ୍ଧୀ ଏକ ମାଇକ୍ରୋଫୋନ୍ ଏବଂ ମନଗଢ଼ା 'ବ୍ୟବସ୍ଥା ବନାମ ଛାତ୍ରଛାତ୍ରୀ' କାହାଣୀ ନେଇ ଆସିଛନ୍ତି ।"

ଛାତ୍ରଛାତ୍ରୀ ସାମ୍ନା କରୁଥିବା ପ୍ରତିଟି ଆହ୍ଵାନକୁ ରାହୁଲ୍ ଗାନ୍ଧୀ 'ବ୍ୟବସ୍ଥାର କବ୍‌ଜାରେ' ଥିବା ଭଳି ଉପସ୍ଥାପନ କରିଛନ୍ତି । ଶିକ୍ଷାର ଜଟିଳ ଇକୋସିଷ୍ଟମକୁ କେବଳ ରାଜନୈତିକ ସ୍ଲୋଗାନରେ ପରିଣତ କରିଥିବା ଲେଖିଛନ୍ତି ଧର୍ମନ୍ଦ୍ର ପ୍ରଧାନ ।

ତଥ୍ୟ ଦେଲେ ଧର୍ମେନ୍ଦ୍ର ପ୍ରଧାନ

ରାହୁଲ୍ ଗାନ୍ଧୀଙ୍କୁ, ଧର୍ମେନ୍ଦ୍ର ପ୍ରଧାନ ସମାଲୋଚନା କରିବା ସହ ବାସ୍ତବ ତଥ୍ୟ ଦେଇଛନ୍ତି । ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, "କୁହାଯାଇଥିବା କଥାଠାରୁ ବାସ୍ତବତା ବହୁତ ଭିନ୍ନ । ଛାତ୍ର ଉତ୍ତର ପାଇବାର ଯୋଗ୍ୟ, ଛାତ୍ର କୌଣସି ରାଜନୀତିର ସିନେମା ନୁହନ୍ତି ।"


ବିରୋଧୀ ଦଳ ନେତା ତାଙ୍କ ଏଜେଣ୍ଡା ବାଣ୍ଟୁଥିବା ବେଳେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତଥ୍ୟ ରଖିଛନ୍ତି । ଭାରତ ଉଚ୍ଚଶିକ୍ଷାରେ ଆଗକୁ ବଢ଼ିଛି । ୨୦୧୪-୧୫ରେ ଗ୍ରସ୍ ଏନରୋଲମେଣ୍ଟ ରେସିଓ ଇନ୍ ଏଜୁକେସନ୍ (GER) ୨୩.୭ ପ୍ରତିଶତ ଥିଲା । ୨୦୨୩-୨୪ରେ ଏହା ୩୦ ପ୍ରତିଶତରେ ପହଞ୍ଚିଛି ।

ପିଏମ୍-ବିଦ୍ୟାଲକ୍ଷ୍ମୀ ଯୋଜନାରେ ଯୋଗ୍ୟ ଛାତ୍ରଛାତ୍ରୀଙ୍କୁ ବିନା ବନ୍ଧକରେ ଶିକ୍ଷା ଋଣ ସହ ସୁଧ ସହାୟତା ମିଳୁଛି । ସେହିଭଳି ପିଏମ୍-ଉଷା ରାଜ୍ୟ ସଂସ୍ଥାମାନଙ୍କ ସହ ମିଶି ଭିତ୍ତିଭୂମି ସହ ଗୁଣବତ୍ତା ବୃଦ୍ଧି କରୁଛି । ଗତ ଦଶନ୍ଧି ମଧ୍ୟରେ ଆମର QS ୱାର୍ଲ୍ଡ ରାଙ୍କିଂରେ ଉନ୍ନତି ଆସିଛି ଏବଂ ଆମ ସଂସ୍ଥାଗୁଡ଼ିକର କ୍ଷମତା ବଢ଼ିଛି ।

ପରୀକ୍ଷା ସଂସ୍କାର

ପରୀକ୍ଷା ବ୍ୟବସ୍ଥାରେ ସଂସ୍କାର ଆଣିବା ପାଇଁ ସରକାର ପେପର୍ ଆଧାରିତ ପରୀକ୍ଷାରେ ଥିବା ତ୍ରୁଟି ଦୂର ପାଇଁ କମ୍ପୁଟର ଆଧାରିତ ଟେଷ୍ଟିଂ ପାଇଁ ଆଗକୁ ବଢ଼ିଛନ୍ତି । ଏଥିସହ ପରୀକ୍ଷାରେ ନିରନ୍ତର ସୁରକ୍ଷା ମଜଭୁତ୍ ଉପରେ ଧର୍ମେନ୍ଦ୍ର ପ୍ରଧାନ ଗୁରୁତ୍ଵ ଦେଇଛନ୍ତି ।

ପରୀକ୍ଷାରେ ହେଉଥିବା ଅନିୟମିତତା ରୋକିବାକୁ ମୋଦି ସରକାର ୨୦୨୪ରେ କଡ଼ା ଆଇନ୍ ଆଣିଛନ୍ତି ଏବଂ ଆଇନକୁ ଆହୁରି ଦୃଢ଼ କରାଯାଇଛି । ଯେଉଁଥିରେ ଦଣ୍ଡ ବିଧାନ ପାଇଁ ଫାଷ୍ଟଟ୍ରାକ୍ କୋର୍ଟ ସହ ରହିଛି । ଛାତ୍ରଙ୍କ ଭବିଷ୍ୟତ ବରବାଦକାରୀଙ୍କୁ କଠିନ ଦଣ୍ଡ ମିଳିପାରିବ ।

ଛାତ୍ରଛାତ୍ରୀଙ୍କ ଚିନ୍ତାକୁ ଗମ୍ଭୀରତାର ସହ ବିଚାର କରିବା ଉଚିତ୍ । ଏଥିସହ ସୁଯୋଗ ବୃଦ୍ଧି, ସାମଗ୍ରୀକୁ ଶସ୍ତା କରିବା ସହ ଭିତ୍ତିଭୂମି ଓ ସ୍ଵଚ୍ଛତା ଦିଗରେ କାମ କରାଯାଇଛି । ସେ ସେବୁକୁ ଗୁରୁତ୍ଵ ଦିଆଯିବା ଆବଶ୍ୟକ । ରାହୁଲ୍ ଗାନ୍ଧୀ କେବେ ସମାଧାନ କହିବେ ? ନା କେବଳ ଛାତ୍ରଙ୍କୁ ରାଜନୈତିକ ଅସ୍ତ୍ର କରିବାରେ ବ୍ୟସ୍ତ ରହିବେ ବୋଲି ପ୍ରଶ୍ନ କରିଛନ୍ତି ସାଂସଦ ଧର୍ମେନ୍ଦ୍ର ପ୍ରଧାନ ।

ପୂର୍ବତନ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, "ଭାରତର ଛାତ୍ରଙ୍କୁ ରାଗିବା ଲାଗି ବତାଇବା ପାଇଁ କୌଣସି ନେତାଙ୍କର ଆବଶ୍ୟକତା ନାହିଁ । ସେମାନଙ୍କୁ ଏଭଳି ସଂସ୍ଥା ଦରକାର ଯିଏ ସୁଯୋଗର ବିସ୍ତାର କରିବା ସହ ସରକାର ସେମାନଙ୍କ ସହିତ ଛିଡ଼ା ହେଉଥିବ ।" ଛାତ୍ରଙ୍କୁ ନେଇ କରାଯାଉଥିବା ରାଜନୀତି ଓ ଛାତ୍ରଙ୍କ ପାଇଁ ହେଉଥିବା ରାଜନୀତି ମଧ୍ୟରେ ପାର୍ଥକ୍ୟ ଥିବା ସାଂସଦ ଧର୍ମେନ୍ଦ୍ର ପ୍ରଧାନ ଲେଖିଛନ୍ତି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: