Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - NEETର କୌଣସି ପ୍ରକାର ପେପର ଲିକ୍ ହୋଇନି; କେନ୍ଦ୍ର ଶିକ୍ଷାମନ୍ତ୍ରୀ

National

NEETର କୌଣସି ପ୍ରକାର ପେପର ଲିକ୍ ହୋଇନି; କେନ୍ଦ୍ର ଶିକ୍ଷାମନ୍ତ୍ରୀ

Smruti Parija
Browse all articles by Smruti Parija
·2 years ago·1 min read
NEETର କୌଣସି ପ୍ରକାର ପେପର ଲିକ୍ ହୋଇନି; କେନ୍ଦ୍ର ଶିକ୍ଷାମନ୍ତ୍ରୀ

ଅର୍ଗସ ବ୍ୟୁରୋ: ନିଟରେ ଦିଆଯାଇଥିବା ଗ୍ରେସ ମାର୍କ ପ୍ରତ୍ୟାହାର ହେବ । ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ସୁପ୍ରିମକୋର୍ଟଙ୍କୁ ଜଣାଯାଇଛି । ଯେଉଁ ୧୫୬୩ ପରୀକ୍ଷାର୍ଥୀଙ୍କୁ ଗ୍ରେସ ମାର୍କ ଦିଆଯାଇଥିଲା ସେମାନେ ଆସନ୍ତା ୨୩ରେ ପୁଣି ଥରେ ପରୀକ୍ଷା ଦେଇପାରିବେ । ଜୁନ ୩୦ରେ ସେମାନଙ୍କର ରେଜଲ୍ଟ ପ୍ରକାଶ ପାଇବ । 

ସେପଟେ ନିଟର କୌଣସି ପ୍ରକାର ପେପର ଲିକ୍ ହୋଇନାହିଁ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଚଳିତ ବର୍ଷ ୨୪ ଲକ୍ଷ ପରୀକ୍ଷାର୍ଥୀ ନିଟ୍ ଦେଇଛନ୍ତି । ସେମାନଙ୍କ ମଧ୍ୟରୁ ମାତ୍ର ୧୫୬୩ ପରୀକ୍ଷାର୍ଥୀଙ୍କୁ ନେଇ ଅଭିଯୋଗ ଆସିଛି । ଏହାକୁ ଗୁରୁତର ସହ ନେଉଛନ୍ତି କେନ୍ଦ୍ର ସରକାର । ଏଥିପାଇଁ ଶିକ୍ଷାବିତଙ୍କୁ ନେଇ ଗଠନ ହୋଇଛି କମିଟି । ସେମାନଙ୍କ ରିପୋର୍ଟ ଅନୁସାରେ ଦୋଷୀଙ୍କ ବିରୋଧରେ ନିଆଯିବ କାର୍ଯ୍ୟାନୁଷ୍ଠାନ ।  

ଆଜି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ମନ୍ତ୍ରଣାଳୟକୁ ଯାଇ କାର୍ଯ୍ୟଭାର ସମ୍ଭାଳିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ତୃତୀୟ ପାଳିରେ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଗୁରୁଦାୟିତ୍ଵ ମିଳିଛି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
dharmendra-pradhan-reaction-on-neet-exam | Argus News