Videos
|
National

Dharmendra Pradhan / ପ୍ରଧାନମନ୍ତ୍ରୀଙ୍କୁ ଇସ୍ତଫା ପତ୍ର ପଠାଇଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

Sushanta Sahoo
Browse all articles by Sushanta Sahoo
·1 hour ago·3 min read
ପ୍ରଧାନମନ୍ତ୍ରୀଙ୍କୁ ଇସ୍ତଫା ପତ୍ର ପଠାଇଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
Dharmendra Pradhan Resigns

Key Points

କେନ୍ଦ୍ର ଶିକ୍ଷା ମନ୍ତ୍ରୀ ପଦରୁ ଧର୍ମେନ୍ଦ୍ର ପ୍ରଧାନ ଇସ୍ତଫା ଦେଇଛନ୍ତି । ଧର୍ମେନ୍ଦ୍ର ତାଙ୍କ ଇସ୍ତଫାପତ୍ର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଦେଇଛନ୍ତି ।
ନୂଆଦିଲ୍ଲୀ: ଇସ୍ତଫା ଦେଲେ ଧର୍ମେନ୍ଦ୍ର ପ୍ରଧାନ । କେନ୍ଦ୍ର ଶିକ୍ଷା ମନ୍ତ୍ରୀ ପଦରୁ ଧର୍ମେନ୍ଦ୍ର ପ୍ରଧାନ ଇସ୍ତଫା ଦେଇଛନ୍ତି । ଧର୍ମେନ୍ଦ୍ର ତାଙ୍କ ଇସ୍ତଫାପତ୍ର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଦେଇଛନ୍ତି । ଏନେଇ ସୋସିଆଲ୍ ମିଡିଆରେ ପୋଷ୍ଟ କରିଛନ୍ତି ଧର୍ମେନ୍ଦ୍ର ପ୍ରଧାନ ।

ଯେଉଁଥିରେ ସେ ଲେଖିଛନ୍ତି, "ବିଗତ ୪ ଦଶନ୍ଧିରୁ ଅଧିକ ସମୟ ଧରି ଛାତ୍ର, ଶିକ୍ଷକ ଓ ଶିକ୍ଷା ସୁଧାର ପାଇଁ ସମର୍ପିତ ରହିଛି । ମୋର ସବୁବେଳେ ବିଶ୍ଵାସ ଏକ ସଶକ୍ତ, ସମାବେଶୀ ଓ ଦୂରଦର୍ଶୀ ଶିକ୍ଷା ବ୍ୟବସ୍ଥା ହିଁ ସଶକ୍ତ ରାଷ୍ଟ୍ରର ଆଧାରଶିଳା ହୋଇଥାଏ ।"

ମୁଁ ଦେଶର ଯୁବବର୍ଗଙ୍କ ଆକାଂକ୍ଷା, ଭାବନା ଓ ସେମାନଙ୍କ ନ୍ୟାୟୋଚିତ ଅପେକ୍ଷାକୁ ଗମ୍ଭୀରତାର ସହ ସମ୍ମାନ କରେ । ଭାରତର ଯୁବପିଢ଼ିଙ୍କ ସ୍ଵପ୍ନ ସାକାର କରିବା ଆମ ସମସ୍ତଙ୍କ ରାଜନୈତିକ ଓ ସାମାଜିକ ଜୀବନର ନୈତିକ ସଂକଳ୍ପ । ଆଦରଣୀୟ ପ୍ରଧାନମନ୍ତ୍ରୀଙ୍କ ଦୂରଦର୍ଶୀ ନେତୃତ୍ଵରେ ଦେଶର ସେବା ପାଇଁ ସୁଯୋଗ ମିଳିଥିଲା । ସେଥିପାଇଁ ମୁଁ ପ୍ରଧାନମନ୍ତ୍ରୀଙ୍କ ନିକଟରେ କୃତଜ୍ଞତା ଜ୍ଞାପନ କରୁଛି ବୋଲି ଲେଖିଛନ୍ତି ଧର୍ମେନ୍ଦ୍ର ପ୍ରଧାନ ।

୨୦୨୬ ମେ ୩ରେ NEET-UG ପରୀକ୍ଷାରେ ଅନିୟମିତତା ହୋଇଥିବା ଜଣାପଡ଼ିଥିଲା । ତୁରନ୍ତ ଭାରତ ସରକାର ଅନିୟମିତତାର ତଦନ୍ତ ଭାର ସିବିଆଇକୁ ଦେବା ସହ ପରୀକ୍ଷା ବାତିଲ୍ କରିଥିଲେ । ଏଥିସହ ପୁନଃ ପରୀକ୍ଷା ତାରିଖ ଧାର୍ଯ୍ୟ କରାଯାଇଥିଲା । ଏଥିସହ ଆସନ୍ତା ବର୍ଷରୁ ଏହି ପରୀକ୍ଷା CBT ମୋଡ୍‌ରେ କରିବାକୁ ନିଷ୍ପତ୍ତି ନିଆ ଯାଇଥିଲା ।


ଏହି ସମୟରେ ସରକାରଙ୍କ ପ୍ରମୁଖ ପ୍ରାଥମିକତା ଥିଲା ୨୦ ଲକ୍ଷର ଅଧିକ ଛାତ୍ରଛାତ୍ରୀଙ୍କ ପରୀକ୍ଷା ସୂଚାରୁରୂପ ଆୟୋଜିତ କରିବା । ସରକାର ଏକାଠି କାମ କରିଥିଲେ । କେନ୍ଦ୍ର ସରକାରଙ୍କ ସହ ରାଜ୍ୟ ସରକାର, ଜିଲ୍ଲା ପ୍ରଶାସନ ଗୁରୁତ୍ଵପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ । ଛାତ୍ରଛାତ୍ରୀ, ଅଭିଭାବକ, ଓ ମାତାପିତାଙ୍କ ସହଯୋଗରେ ୨୦୨୬ ଜୁନ୍ ୨୧ରେ ଏହି ପରୀକ୍ଷା ହୋଇଥିଲା ।

ପ୍ରଥମ ଦିନରୁ ହିଁ ଏଥିପାଇଁ ଦାୟିତ୍ଵ ନେଇଥିଲି ଏବଂ କେବେ ପରିସ୍ଥିତିରୁ ମୁହଁ ଫେରାଇ ନେଇ ନଥିଲି । ମୋ ସଂକଳ୍ପ ଥିଲା, ଆମେ କୌଣସି ମେଧାବୀ ଛାତ୍ରଛାତ୍ରୀଙ୍କ ସମ୍ଭାବନା ପରୀକ୍ଷାକୁ ମାଫିଆଙ୍କ ପାଇଁ ଖରାପ ହେବାକୁ ଦେବୁ ନାହିଁ । କୌଣସି ଛାତ୍ରଛାତ୍ରୀଙ୍କ ସହ ଅନ୍ୟାୟ ହେବାକୁ ଦେବୁ ନାହିଁ ।

୧୬ ଜୁଲାଇରେ ନିଟ୍-ୟୁଜି ପରୀକ୍ଷା ଫଳ ଘୋଷଣା ହୋଇଥିବା ବେଳେ ପରିଣାମ ସନ୍ତୋଷଜନକ ରହିଥିଲା । ଯେଉଁଥିରେ ଗରିବୀରୁ ଆସିଥିବା ମେଧାବୀ ଛାତ୍ରଛାତ୍ରୀଙ୍କୁ ମଧ୍ୟ ସଫଳତା ମିଳିଥିଲା । ମୁଁ ସବୁବେଳେ ଗଣତନ୍ତ୍ରର ଶକ୍ତି ଉପରେ ଅତୁଟ ବିଶ୍ଵାସ ରଖି ଆସିଛି । ଯୁବବର୍ଗଙ୍କ ଆକାଂକ୍ଷା, ସ୍ଵପ୍ନ, ଓ ଅପେକ୍ଷାକୁ ଗଭୀର ଭାବେ ସମ୍ମାନ କରି ଆସିଛି । ଏହା କେବଳ ଭାରତର ଭବିଷ୍ୟତ ନୁହେଁ, ବରଂ ଏକ ନୂଆ ଓ ବିକଶିତ ଭାରତର ବାହକ, ନିର୍ମାତା ଓ ଭବିଷ୍ୟତର ଶିଳ୍ପକାର ଅଟନ୍ତି । ଭାରତର ଯୁବ ଶକ୍ତି ହିଁ ଦେଶର ପ୍ରକୃତ ଶକ୍ତି ଅଟନ୍ତି ।

ଦେଶର ଯୁବଶକ୍ତିଙ୍କୁ ଭ୍ରମ, କୁଚକ୍ରରେ ଫସିବାକୁ ନଦେବା ହେଉଛି ମୋର ସଂକଳ୍ପ । ଜନ୍ତରମନ୍ତର ଓ ଦେଶରେ ଯେଉଁ ସ୍ଥିତି ସୃଷ୍ଟି ହୋଇଛି, ଏହାର ଲାଭ ରାଷ୍ଟ୍ର ବିରୋଧୀ ଶକ୍ତି ନ ଉଠାନ୍ତୁ । ଦେଶର ଏକତା ବଜାୟ ରହୁ, ଭାରତର ପ୍ରତିଟି ବିଦ୍ୟାର୍ଥୀଙ୍କ ଭବିଷ୍ୟତ ସୁରକ୍ଷିତ ରହୁ, ଆମ ଛାତ୍ରଛାତ୍ରୀ ସମୟ ପାଠପଢ଼ାରେ ଦିଅନ୍ତୁ, କ୍ୟାରିୟର ଉପରେ ଫୋକସ୍ କରନ୍ତୁ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମାର୍ଗ ଦର୍ଶନ, ବିଶ୍ଵାସ ଓ ନିରନ୍ତର ସହଯୋଗ ପାଇଁ କୃତଜ୍ଞତା ଜଣାଇଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ଏଥିସହ ମନ୍ତ୍ରିପରିଷଦର ସମସ୍ତ ସହଯୋଗୀ, ମନ୍ତ୍ରଣାଳୟର ଅଧିକାରୀ ଏବଂ କର୍ମଚାରୀଙ୍କୁ କୃତଜ୍ଞତା ଜଣାଇଛନ୍ତି । ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, "ରାଷ୍ଟ୍ରସେବା ମୋ ଜୀବନରେ ସର୍ବୋଚ୍ଚ ପ୍ରାଥମିକତା, ମୁଁ ଏଥିପାଇଁ ସବୁବେଳେ ସମର୍ପିତ ରହିବି । ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦରୁ ମୁଁ ଭବିଷ୍ୟତରେ ମଧ୍ୟ ଭାରତ ମାତା, ଓଡ଼ିଶାର ଜନସାଧାରଣ ତଥା ଦେଶର ଯୁବବର୍ଗଙ୍କ ଆକାଂକ୍ଷା ପୂରଣ ପାଇଁ ସବୁବେଳେ ନିଜକୁ ସମର୍ପିତ ରଖିବି ।"
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored