Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

Bihar Election / 'ରାହୁଲ ଗାନ୍ଧିଙ୍କୁ ବିହାରର 'ବ' ଅକ୍ଷର ବି ଜଣାନାହି'

Satyendu Sekhar Mishra
Browse all articles by Satyendu Sekhar Mishra
·8 months ago·3 min read
'ରାହୁଲ ଗାନ୍ଧିଙ୍କୁ ବିହାରର 'ବ' ଅକ୍ଷର ବି ଜଣାନାହି'

Key Points

ବିହାରରେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ପ୍ରଚାର ।
ପୁରା ଦମ୍ ଲଗାଇ ଦେଇଛନ୍ତି ସବୁ ଦଳ ।
ଶନିବାର ବି ମଇଦାନରେ ପ୍ରଧାନମନ୍ତ୍ରୀ ମୋଦି ଏବଂ ଅମିତ ଶାହ କରିବେ ପ୍ରଚାର ।

ନିର୍ବାଚନ ସମୟରେ ରାହୁଲ ଗାନ୍ଧିଙ୍କ ଦାୟିତ୍ବହୀନ ମନ୍ତବ୍ୟକୁ ନେଇ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ରାହୁଲ ଗାନ୍ଧିଙ୍କୁ ବିହାରର ବ ଅକ୍ଷର ଜଣାନାହିଁ । ତାଙ୍କ ବୟାନର ପ୍ରଭାବ ମହାମେଣ୍ଟର ଅନ୍ୟଦଳକୁ ଭୋଗିବାକୁ ପଡୁଛି । ବିହାରର ପରିଶ୍ରମୀ ଲୋକଙ୍କ ବିଷୟରେ କିଛି କହିବା ପୂର୍ବରୁ ସେମାନଙ୍କର ଅତୀତକୁ ଦେଖିବା ଦରକାର । ସ୍ବାଧୀନତାର ୪୦ ବର୍ଷ ପର୍ଯ୍ୟନ୍ତ ବିହାରରେ କଂଗ୍ରେସ ଶାସନ ଥିଲା । ଏହା ପରେ ୧୫ବର୍ଷ କଂଗ୍ରେସର ସାଥୀ ଦଳ ଆରଜେଡି କ୍ଷମତାରେ ଥିଲା ।

ଏହି ୫୫ ବର୍ଷ ଭିତରେ କଂଗ୍ରେସ ଓ ଆରଜେଡି ବିହାରକୁ ପଛକୁ ଠେଲିବାକୁ କୌଣସି ଅବସର ଛାଡିନାହାନ୍ତି । ୨୦୦୫ରେ ବିହାରର ଲୋକମାନେ ଆରଜେଡିର ଜଂଗଲରାଜକୁ ବିଦାକରି ଏନଡିଏ ସରକାର ଗଠନ କରିଥିଲେ । କିନ୍ତୁ କଂଗ୍ରେସକୁ ଏହା ଭଲ ଲାଗି ନଥିଲା । ୨୦୦୫ରୁ ୨୦୧୪ ପର୍ଯ୍ୟନ୍ତ ୯ ବର୍ଷ କେନ୍ଦ୍ର ସରକାରରେ ରହି କଂଗ୍ରେସ ବିହାରକୁ ସାବତ ବ୍ୟବହାର କରିଥିଲା । ତେଣୁ ରାହୁଲ ଗାନ୍ଧି କୌଣସି ପ୍ରଶ୍ନ ପଚାରିବା ପୂର୍ବରୁ ବିହାର ବାସୀଙ୍କୁ ପୂର୍ବରୁ କରିଥିବା ଅନ୍ୟାୟର ହିସାବ ଦେବା ଦରକାର । ୨୦୦୪ରୁ ୨୦୧୪ ମଧ୍ୟରେ କଂଗ୍ରେସ ଦ୍ବାରା ବିହାରକୁ ଦିଆଯାଇଥିବା ଅନୁଦାନ ଏବଂ ୨୦୧୪ରୁ ୨୦୨୫ ମଧ୍ୟରେ ମୋଦି ସରକାରଙ୍କ ଦ୍ବାରା ବିଭିନ୍ନ ଯୋଜନା ଓ ଅନୁଦାନର ତୁଳନାତ୍ମକ ତଥ୍ୟ ରଖିବାକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ।

ଅନ୍ୟପଟେ ବିହାରରେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ପ୍ରଚାର । ପୁରା ଦମ୍ ଲଗାଇ ଦେଇଛନ୍ତି ସବୁ ଦଳ । ଶନିବାର ବି ମଇଦାନରେ ପ୍ରଧାନମନ୍ତ୍ରୀ ମୋଦି ଏବଂ ଅମିତ ଶାହ କରିବେ ପ୍ରଚାର । ଆସନ୍ତା ୧୧ ତାରିଖରେ ଦ୍ବିତୀୟ ତଥା ଶେଷ ପର୍ଯ୍ୟାୟ ଭୋଟିଂ । ରବିବାର ସଂଧ୍ୟା ସୁଦ୍ଧା ସରିବ ପ୍ରଚାର । ପ୍ରଥମ ପର୍ଯ୍ୟାୟ ମତଦାନ ପରେ ପ୍ରଧାନମନ୍ତ୍ରୀ କହିଛନ୍ତି, "ବିହାରର ଯୁବପିଢ଼ି ମଧ୍ୟ RJDର ମିଛକୁ ପ୍ରତ୍ୟାଖ୍ୟାନ କରିଛନ୍ତି । ବିହାରର ଭୋଟରମାନେ ନରେନ୍ଦ୍ର ମୋଦି ଏବଂ ନୀତିଶ କୁମାରଙ୍କ ଟ୍ରାକ୍ ରେକର୍ଡ ଉପରେ ଭରସା କରୁଛନ୍ତି ।

ତେବେ ବିହାର ନିର୍ବାଚନୀ ମାହୋଲରେ ମହାମେଣ୍ଟର ସ୍ଥିତି ବିଗୁଡ଼ୁଥିବା ବେଳେ ରାହୁଲଙ୍କ ବୟାନ ଅଧିକ ଘାତକ ସାଜୁଛି । ରାହୁଲ ଗାନ୍ଧିଙ୍କ ମିଛ ନାଟକର ପର୍ଦ୍ଦାଫାସ ହୋଇଛି । ତିନି ଦିନ ପୂର୍ବରୁ ଭୋଟର ତାଲିକାରେ ଯେଉଁ ମଡେଲଙ୍କ ନାଁ ଓ ଫଟୋକୁ ନେଇ ରାହୁଲ ପ୍ରଶ୍ନ କରିଥିଲେ ତା'ର ଖୁଲାସା ହୋଇଛି । ରାହୁଲଙ୍କ ମିଛର ପୋଲ୍ ଖୋଲି ଦେଇଛନ୍ତି ନିଜେ ବ୍ରାଜିଲ ମଡେଲ ଲାରିସା । ସେ ପାଲଟା ଆକ୍ରମଣ କରିଛନ୍ତି, ତାଙ୍କର ୧୦ ବର୍ଷ ତଳର ଫଟୋକୁ ବ୍ୟବହାର କରି ଲୋକଙ୍କୁ ଠକିବାକୁ ପ୍ରୟାସ କରାଯାଉଥିବା ସେ କହିଛନ୍ତି । ଭାରତରେ ନିର୍ବାଚନ ସମ୍ପର୍କରେ ତାଙ୍କୁ ବିଶେଷ ଜଣାନାହିଁ । ହରିୟାଣାର ଜଣେ ଭୋଟର ଭାବେ ତାଙ୍କୁ ଚିତ୍ରଣ କରିବାକୁ ହାସ୍ୟାସ୍ପଦ ଓ ପାଗଳାମୀ ବୋଲି କହିଛନ୍ତି ଲାରିସା ।

ରାହୁଲ ଗାନ୍ଧି ଭୋଟ୍ ଚୋରି ଅଭିଯୋଗ ଆଣି ବ୍ରାଜିଲ ମଡେଲଙ୍କ ନାଁ ୧୦ଟି ବୁଥର ଭୋଟର ଲିଷ୍ଟରେ ଥିବା ଦର୍ଶାଇଥିଲେ । ବ୍ରାଜିଲ ମଡେଲ ଲାରିସାଙ୍କ ଫଟୋ ଦେଖାଇ ସେ ହରିୟାଣାର ମୁରଥାଲର ବାସିନ୍ଦା ଗୁନିଆ ବୋଲି ଦର୍ଶାଇଥିଲେ ରାହୁଲ ଗାନ୍ଧି । ଅନୁସନ୍ଧାନରୁ ଜଣାପଡ଼ିଛି ୪ ବର୍ଷ ପୂର୍ବରୁ ଗୁନିଆ ନାମକ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଯାଇଛି । ତା ପରେ ତାଙ୍କ ନାଁ ଭୋଟର ତାଲିକାରୁ କଟାଯାଇନାହିଁ । ଶତାଧିକ ଭୋଟରଙ୍କ ସମାନ ଠିକଣାକୁ ନେଇ ବି ପ୍ରଶ୍ନ ଉଠାଇଥିଲେ ରାହୁଲ । ଗତ ମାସରେ ନିର୍ବାଚନ କମିଶନ ବିହାରରେ SIR ଅଭିଯୋଗ ଉପରେ ଜବାବ ଦେବା ସହ ରାହୁଲ ଗାନ୍ଧିଙ୍କୁ ଅଭିଯୋଗ ପ୍ରମାଣିତ କରିବାକୁ ଗୋଟିଏ ସପ୍ତାହ ସମୟ ଦେଇଥିଲେ । କିନ୍ତୁ ମିଛ ଧରାପଡ଼ିବା ପରେ ଚୁପ୍ ହୋଇଯାଇଥିଲେ ରାହୁଲ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Bihar Election | Dharmendra Pradhan Slams Rahul Gandhi Over Fake Voter Allegation, Calls Him “Mentally Bankrupt” | Argus News