Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ବେଆଇନ ଟଙ୍କା ଜବତ ମାମଲାରେ ରାଜ୍ୟ ସରକାରଙ୍କୁ ଧର୍ମେନ୍ଦ୍ର ପ୍ରଧାନଙ୍କ ଟାର୍ଗେଟ୍‌

National

ବେଆଇନ ଟଙ୍କା ଜବତ ମାମଲାରେ ରାଜ୍ୟ ସରକାରଙ୍କୁ ଧର୍ମେନ୍ଦ୍ର ପ୍ରଧାନଙ୍କ ଟାର୍ଗେଟ୍‌

Banajyotshna Ray
Browse all articles by Banajyotshna Ray
·2 years ago·1 min read
ବେଆଇନ ଟଙ୍କା ଜବତ ମାମଲାରେ ରାଜ୍ୟ ସରକାରଙ୍କୁ ଧର୍ମେନ୍ଦ୍ର ପ୍ରଧାନଙ୍କ ଟାର୍ଗେଟ୍‌

ଅର୍ଗସ ବ୍ୟୁରୋ:  ଧୀରଜ ଚଲାଉଥିଲେ କିଛି ରାଜ୍ୟର ଅବକାରୀ ନୀତି। ବେଆଇନ ଟଙ୍କା ଜବତ ମାମଲାରେ ପରୋକ୍ଷରେ ରାଜ୍ୟ ସରକାରଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଟାର୍ଗେଟ୍। ସାଂସଦ ଧୀରଜଙ୍କ ପ୍ରତିକ୍ରିୟାକୁ ନେଇ ବର୍ଷିଲେ। କହିଲେ ମିଛ କହୁଛନ୍ତି କଂଗ୍ରେସର ATM। ସେ କହିଛନ୍ତି, ଓଡ଼ିଆରେ ଗୋଟେ କଥା ଅଛି, ମନ୍ଦିରରେ କିଏ ନା କଦଳୀ ଖାଇନି । ଧୀରଜ ସାହୁ ତୃତୀୟ ଥର କଂଗ୍ରେସର ରାଜ୍ୟସଭା ସାଂସଦ ବନିଛନ୍ତି । ସେ କଂଗ୍ରେସର ATM ଥିଲେ । ରେଡ୍‌ର ସପ୍ତାହେ ପରେ ସେ ମୁହଁ ଖୋଲିଛନ୍ତି । ଆଉ ମିଛ କହିଛନ୍ତି ବୋଲି କହିଛନ୍ତି ଧର୍ମେନ୍ଦ୍ର । କିଛି ରାଜ୍ୟର ଅବକାରୀ ନୀତିକୁ ଧୀରଜ ସାହୁ ନିଜେ ଚଲାଉଥିଲେ । ମନ୍ଦ ଉପାୟରେ ଟଙ୍କା ରୋଜଗାର କରିବା ତାଙ୍କର ଏକ ନୂଆ ବ୍ୟବସାୟ ।

ସେ ଅବକାରୀ ନୀତିକୁ ମୋଡ଼ି ମକଚି ଦେଇଥିଲେ । ଗାନ୍ଧୀ ପରିବାର ସହ ଫଟୋ ଉଠାଇ ଲୋକଙ୍କ ମଧ୍ୟରେ ନିଜର ଦବଦବା ଦେଖାଉଥିଲେ । ଏମାନେ କିଏ, ତାଙ୍କ ପରିବାର ସହ କାହାର ସଂପୃକ୍ତି ଅଛି ଲୋକେ ଜାଣିଛନ୍ତି । ଧୀରଜ ସାହୁ ଚାହିଁଲେ ମଧ୍ୟ ମାମଲା ଲୁଚିବ ନାହିଁ । ଲୋକେ ଜାଣିଛନ୍ତି ସେ ଗାନ୍ଧୀ ପରିବାରର ଖାସ୍ । ସେପଟେ କେନ୍ଦ୍ରମନ୍ତ୍ରୀଙ୍କ ପ୍ରତିକ୍ରିୟା ପରେ ରାଜ୍ୟର ଦରଭଙ୍ଗା ଅବକାରୀ ନୀତିକୁ ନେଇ ପୁଣି ଉଠିଲା ପ୍ରଶ୍ନ। ବର୍ଷ ବର୍ଷ ଧରି କାହିଁକି ହେଉ ନଥିଲା ଟେଣ୍ଡର୍। କାହା ସ୍ବାର୍ଥ ଜଗୁଥିଲେ ରାଜ୍ୟ ସରକାର। କାହିଁକି କିଛି ହାତ ଗଣତି ଅସାଧୁ ବ୍ୟବସାୟୀଙ୍କୁ ହିଁ ଲାଇସେନ୍ସ ରୁଜୁ କରାଯାଉଥିବା ତାକୁ ନେଇ ଏବେ ନାନା ପ୍ରଶ୍ନ ସୃଷ୍ଟି ହୋଇଛି। ମାମଲାରେ ସିବିଆଇ ଓ ଇଡିର ତଦନ୍ତ ଦାବି କରି ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ରୁଜୁ ହେବା ପରେ ଯାଇ ଗତକାଲି ମୁହଁ ଖୋଲିଥିଲେ କଂଗ୍ରେସର ଏଟିଏମ ସାଂସଦ ଧୀରଜ ସାହୁ।

ଅଧିକ ପଢ଼ନ୍ତୁ ଦେଶ ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Dharmendra Pradhan targets the state government in the case of illegal money seizure | Argus News