“ଆଇଏସବି ଇନସାଇଟ୍ସ ଫୋରମ-୨୦୨୪”ରେ ଯୋଗଦେଲେ ଧର୍ମେନ୍ଦ୍ର ପ୍ରଧାନ

ଅର୍ଗସ ବ୍ୟୁରୋ: କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁକ୍ରବାର କାର୍ତ୍ତିକ ପୂର୍ଣ୍ଣିମାର ପବିତ୍ର ଦିବସରେ ହାଇଦ୍ରାବାଦ ସ୍ଥିତ ଇଣ୍ଡିଆନ ସ୍କୁଲ୍ ଅଫ୍ ବିଜନେସ କ୍ୟାମ୍ପସ ପରିସରରେ ଆୟୋଜିତ “ଆଇଏସବି ଇନସାଇଟ୍ସ ଫୋରମ-୨୦୨୪”ରେ ଯୋଗଦେଇ କାର୍ତ୍ତିକ ପୂର୍ଣ୍ଣିମା ଏବଂ ଓଡ଼ିଶାରେ ପାଳିତ ହେଉଥିବା ବୋଇତ ବନ୍ଦାଣ ଉତ୍ସବର ମାହାତ୍ମ୍ୟ ଉପରେ ଆଲୋକପାତ କରିଛନ୍ତି। କେନ୍ଦ୍ରମନ୍ତ୍ରୀ କହିଛନ୍ତି କାର୍ତ୍ତିକ ପୂର୍ଣ୍ଣିମାର ଅନେକ ମହତ୍ତ୍ବ ରହିଛି। ସମଗ୍ର ଭାରତରେ ଏହାକୁ ବିଭିନ୍ନ ଢଙ୍ଗରେ ପାଳନ କରାଯାଇଥାଏ । ଓଡ଼ିଶାରେ କାର୍ତ୍ତିକ ପୂର୍ଣ୍ଣିମାକୁ 'ବୋଇତ ବନ୍ଦାଣ' ଭାବରେ ପାଳନ କରାଯାଇଥାଏ । ଆମର ସମୃଦ୍ଧ ସାମୁଦ୍ରିକ ନୌବାଣିଜ୍ୟ ଇତିହାସକୁ ସ୍ମରଣ କରିବା ସହ ସାଧବ ପୁଅଙ୍କୁ ସମ୍ମାନ ଜଣାଇବାର ଏହା ମହାନ ଅବସର। କାର୍ତ୍ତିକ ପୂର୍ଣ୍ଣିମା ପ୍ରାଚୀନ ଉତ୍କଳର ସମୃଦ୍ଧ ସାଧବ ସଂସ୍କୃତି ଓ ବର୍ଣ୍ଣାଢ଼୍ୟ ବୋଇତ ବନ୍ଦାଣ ଆମ ପରମ୍ପରାର ଦୃଢ଼ ଗୌରବଗାଥା। ବୋଇତ ବନ୍ଦାଣ ହେଉଛି ଅନ୍ବଷଣ ଏବଂ ଉଦ୍ୟୋଗୀ ଭାବନାର ଏକ ଅନନ୍ୟ ଉତ୍ସବ।
ଅଧିକ ପଢ଼ନ୍ତୁ ଦେଶ ଖବର: