Odia education in Gujarat / ଗୁଜରାଟରେ ଓଡ଼ିଆ ଭାଷା ଓ ଶିକ୍ଷାର ପ୍ରଚାର ପ୍ରସାର ପାଇଁ ଅନୁରୋଧ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
·5 months ago·2 min read

Key Points
• ଗୁଜରାଟରେ ଓଡ଼ିଆ ମାଧ୍ୟମ ବିଦ୍ୟାଳୟ ଏବଂ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ସଂଖ୍ୟା ବୃଦ୍ଧି କରିବାକୁ ପ୍ରସ୍ତାବ
• କଲେଜ ଏବଂ ବିଶ୍ୱବିଦ୍ୟାଳୟଗୁଡ଼ିକରେ ଓଡ଼ିଆ ଭାଷାକୁ ଏକ ବିକଳ୍ପ ବିଷୟ ଭାବରେ ଆରମ୍ଭ କରିବାକୁ ନିବେଦନ
• ଛାତ୍ରଛାତ୍ରୀଙ୍କ ସୁବିଧା ପାଇଁ ଏନସିଇଆରଟି ଆଧାରିତ ପାଠ୍ୟକ୍ରମ ପ୍ରଚଳନ କରିବାକୁ ପରାମର୍ଶ

ଗୁଜରାଟରେ ବିଶେଷ ଭାବରେ ସୁରଟରେ ବସବାସ କରୁଥିବା ଓଡ଼ିଆ ସମ୍ପ୍ରଦାୟର ସାମାଜିକ ଏବଂ ଶିକ୍ଷାଗତ ବିକାଶ ପାଇଁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗୁଜରାଟର ମୁଖ୍ୟମନ୍ତ୍ରୀ ଶ୍ରୀ ଭୂପେନ୍ଦ୍ର ପଟେଲଙ୍କୁ ଏକ ପତ୍ର ଲେଖି ଅନୁରୋଧ କରିଛନ୍ତି । ଗୁଜରାଟରେ ଓଡ଼ିଆ ଭାଷା ଓ ଶିକ୍ଷାର ପ୍ରଚାର ପ୍ରସାର ପାଇଁ ସେ ହସ୍ତକ୍ଷେପ ଲୋଡିଛନ୍ତି ।
ଗୁଜରାଟ ବିଶେଷତଃ ସୁରଟରେ ଓଡ଼ିଶାର ଏକ ଗୁରୁତ୍ୱପୂର୍ଣ୍ଣ ଓଡ଼ିଆ ଭାଷୀ ଜନସମୁଦାୟ ବସବାସ କରୁଛନ୍ତି, ଯେଉଁମାନେ ରାଜ୍ୟର ଶିଳ୍ପ ଏବଂ ସାମାଜିକ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ଦେଉଛନ୍ତି । ଓଡ଼ିଆ ଭାଷା ଏବଂ ସଂସ୍କୃତି ପ୍ରତି ସେମାନଙ୍କର ଆଗ୍ରହ ଏବଂ ଆକାଂକ୍ଷାକୁ ଦୃଷ୍ଟିରେ ରଖି ଶ୍ରୀ ପ୍ରଧାନ ଗୁଜରାଟରେ ଓଡ଼ିଆ ମାଧ୍ୟମ ବିଦ୍ୟାଳୟ ଏବଂ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ସଂଖ୍ୟା ବୃଦ୍ଧି କରିବା ପାଇଁ ପ୍ରସ୍ତାବ ଦେଇଛନ୍ତି । ଓଡ଼ିଆ ଭାଷାର ଶିକ୍ଷଣ-ପ୍ରଶିକ୍ଷଣ ବିଦ୍ୟାଳୟ ସଂଖ୍ୟାରେ ବୃଦ୍ଧି କରାଗଲେ ତାହା ସ୍ୱାଗତଯୋଗ୍ୟ ହେବ ବୋଲି ସେ କହିଛନ୍ତି ।
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ କୁଶଳ ନେତୃତ୍ୱରେ ଜାତୀୟ ଶିକ୍ଷା ନୀତି ୨୦୨୦ ମାତୃଭାଷାରେ ପ୍ରାଥମିକ ଶିକ୍ଷା, ଭାରତୀୟ ଭାଷାଗୁଡ଼ିକର ପ୍ରୋତ୍ସାହନ ଏବଂ ବହୁଭାଷୀ ଶିକ୍ଷାକୁ ସୁଲଭ ତଥା ସଶକ୍ତ କରିବା ଉପରେ ଗୁରୁତ୍ୱ ଦେଉଛି । ଏହି କ୍ରମରେ ଗୁଜରାଟରେ ଓଡ଼ିଆ ଭାଷା ପାଇଁ ଆବଶ୍ୟକୀୟ ସଂସ୍ଥାଗତ ସୁଦୃଢ଼ିକରଣ ପ୍ରାସଙ୍ଗିକତା ରଖୁଛି । ତା' ସହିତ, ରାଜ୍ୟର ମହାବିଦ୍ୟାଳୟ ଏବଂ ବିଶ୍ୱବିଦ୍ୟାଳୟଗୁଡ଼ିକରେ ଓଡ଼ିଆ ଭାଷାକୁ ଏକ ବୈକଳ୍ପିକ ବିଷୟ ଭାବରେ ଆରମ୍ଭ କରିବା ଏବଂ ଓଡ଼ିଆ ଭାଷା ବିଭାଗ ପ୍ରତିଷ୍ଠା କରିବା ଦ୍ୱାରା ଛାତ୍ରଛାତ୍ରୀମାନଙ୍କୁ ଉଚ୍ଚଶିକ୍ଷାରେ ଭାଷା-ନିରନ୍ତରତା ଉପଲବ୍ଧ ହୋଇପାରିବ ବୋଲି ଶିକ୍ଷା ମନ୍ତ୍ରୀ ପତ୍ରରେ ଉଲ୍ଲେଖ କରିଛନ୍ତି । ଶିକ୍ଷାର ଗୁଣାତ୍ମକ ମାନ ବୃଦ୍ଧି ଏବଂ ଓଡ଼ିଶା-ଗୁଜରାଟ ମଧ୍ୟରେ ସ୍ଥାନାନ୍ତରିତ ହେଉଥିବା ଛାତ୍ରଛାତ୍ରୀଙ୍କ ସୁବିଧା ପାଇଁ ଏନସିଇଆରଟି ଆଧାରିତ ପାଠ୍ୟକ୍ରମ ପ୍ରଚଳନ କରିବାକୁ ପରାମର୍ଶ ଦେଇଛନ୍ତି ଶ୍ରୀ ପ୍ରଧାନ । ଏହି କ୍ରମରେ ଓଡ଼ିଆ ଭାଷା ପାଇଁ ଶିକ୍ଷକ ଯୋଗ୍ୟତା ପରୀକ୍ଷା(ଟିଏଟି) ଆରମ୍ଭ କରିବାକୁ ପ୍ରସ୍ତାବ ଦେଇଛନ୍ତି । ଏହାଦ୍ୱାରା ସରକାରୀ ବିଦ୍ୟାଳୟରେ ଯୋଗ୍ୟ ଓଡ଼ିଆ ଶିକ୍ଷକଙ୍କ ଅଭାବ ଦୂର ହୋଇପାରିବ ।
'ସୁରଟ ଓଡ଼ିଆ ସମାଜ' ପକ୍ଷରୁ ମିଳିଥିବା ଆବେଦନ ପତ୍ରକୁ ମଧ୍ୟ ସେ ମୁଖ୍ୟମନ୍ତ୍ରୀଙ୍କ ଅବଗତି ନିମନ୍ତେ ସଂଲଗ୍ନ କରିଛନ୍ତି । ଗୁଜରାଟ ସରକାର ଏହି ବିଷୟଗୁଡ଼ିକ ଉପରେ ସହାନୁଭୂତିର ସହ ବିଚାର କରି ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ଶ୍ରୀ ପ୍ରଧାନ ଆଶା ବ୍ୟକ୍ତ କରିଛନ୍ତି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories