Videos
|
National

Dharmendra Pradhan / "ଦେଶର ଯୁବଶକ୍ତିକୁ ଭ୍ରମ ଓ କୁଚକ୍ରରେ ଫସିବାକୁ ଦେଲେନି" କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

Ritu Das
Browse all articles by Ritu Das
·2 weeks ago·2 min read
"ଦେଶର ଯୁବଶକ୍ତିକୁ ଭ୍ରମ ଓ କୁଚକ୍ରରେ ଫସିବାକୁ ଦେଲେନି" କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
India

Key Points

କେନ୍ଦ୍ର ଶିକ୍ଷାମନ୍ତ୍ରୀ ପଦରୁ ଇସ୍ତଫା ଦେଇ ସମସ୍ତଙ୍କ ମନ ଜଣିଲେ ଧର୍ମେନ୍ଦ୍ର ପ୍ରଧାନ
ରାଷ୍ଟ୍ରବିରୋଧୀ ଶକ୍ତି ଯେପରି ଫାଇଦା ନ ଉଠାନ୍ତୁ ସେଥିପାଇଁ ନେଲେ କଠୋର ନିଷ୍ପତ୍ତି

କେନ୍ଦ୍ର ଶିକ୍ଷାମନ୍ତ୍ରୀ ପଦରୁ ଇସ୍ତଫା ଦେଇ ସମସ୍ତଙ୍କ ମନ ଜଣିଲେ ଧର୍ମେନ୍ଦ୍ର ପ୍ରଧାନ । ଇସ୍ତଫା ସହ ଧର୍ମେନ୍ଦ୍ରଙ୍କ ଦୁଇ ପୃଷ୍ଠା ସମ୍ବଳିତ ଲେଖା ଶିକ୍ଷା ପ୍ରତି ଥିବା ତାଙ୍କ ସମର୍ପଣର ଦର୍ପଣ । ଏତେ ବଡ଼ ପଦବୀକୁ ଗୋଟିଏ ସେକେଣ୍ଡରେ ତୁଚ୍ଛ କରିଦେଇଥିବା ଧର୍ମେନ୍ଦ୍ର ନିଜ ଇସ୍ତଫା ପତ୍ରରେ ବି ପିଲାଙ୍କୁ ଭବିଷ୍ୟତ ପାଇଁ ପରାମର୍ଶ ଦେବାକୁ ଭୁଲି ନାହାଁନ୍ତି । ନିଜ ଇସ୍ତଫାରେ ଧର୍ମେନ୍ଦ୍ର ଏମିତ କିଛି ଲେଖିଛନ୍ତି ଯାହା ସମସ୍ତଙ୍କ ମନ ଜିଣିଛି।

ଶିକ୍ଷା ସହ ତାଙ୍କ ସଂପର୍କ ନେଇ ଧର୍ମେନ୍ଦ୍ର ଲେଖିଛନ୍ତି ସେ ୪ ଦଶନ୍ଧିରୁ ଅଧିକ ସମୟ ଧରି ଛାତ୍ର, ଶିକ୍ଷକ ଏବଂ ଶିକ୍ଷା ସୁଧାର ପାଇଁ ସମର୍ପିତ । ସଶକ୍ତ, ସମାବେଶୀ ଏବଂ ଦୂରଦୃଷ୍ଟିସମ୍ପନ୍ନ ଶିକ୍ଷା ବ୍ୟବସ୍ଥା ହିଁ ସଶକ୍ତ ରାଷ୍ଟ୍ରର ଆଧାରଶୀଳା । ଯୁବବର୍ଗଙ୍କ ଆକାଂକ୍ଷା, ଭାବନା ଏବଂ ସେମାନଙ୍କ ନ୍ୟାୟୋଚିତ ଅପେକ୍ଷାକୁ ସେଗଭୀର ସମ୍ମାନ କରନ୍ତି । ଯୁବପିଢ଼ିର ସ୍ୱପ୍ନକୁ ସାକାର କରିବା ଆମ ସମସ୍ତଙ୍କର ନୈତିକ ସଂକଳ୍ପ। କେବଳ ସେତିକି ନୁହେଁ ଏତେ ବଡ଼ ପଦକୁ କିଛି ସେକେଣ୍ଡ ମଧ୍ୟରେ ତ୍ୟାଗ କରିବାରେ ଟିକିଏ ବି କୁଣ୍ଠା କରିନାହାନ୍ତି ସେ । ଏପରିକି ଇସ୍ତଫା ବେଳେ ବି ଛାତ୍ରଛାତ୍ରୀଙ୍କୁ ଭବିଷ୍ୟତ ଗଠନ ନେଇ ଦେଇଛନ୍ତି ପରାମର୍ଶ । ପିଲାମାନେ ନିଜ ସମୟ ପାଠପଢ଼ାରେ ଲଗାନ୍ତୁ । କ୍ୟାରିୟର ଗଢ଼ିବା ଉପରେ ଧ୍ୟାନ ଦିଅନ୍ତୁ । ଯୁବବର୍ଗ ଭାରତର ଭବିଷ୍ୟତ, ନୂତନ ଏବଂ ବିକଶିତ ଭାରତର ବାହକ । ଛାତ୍ର ହେଉଛନ୍ତି ଦେଶର ନିର୍ମାତା ଏବଂ ଭବିଷ୍ୟତର ଶିଳ୍ପୀ ବୋଲି ସେ ଉଲ୍ଲେଖ କରିଛନ୍ତି।

ଏହାଛଡ଼ା ସେ କାହିଁକି ଦେଲେ ଇସ୍ତଫା ସେ ନେଇ ମଧ୍ୟ ସ୍ପଷ୍ଟ ଭାବେ ଲେଖିଛନ୍ତି। "ବିଗତ ୧୦ ଦିନର ଘଟଣାକ୍ରମ ତାଙ୍କ ମନକୁ କେତେ ଦୁଃଖ ଦେଇଛି ସେ ଉଲ୍ଲେଖ କରିଛନ୍ତି। ଏହା ମୋ ପାଇଁ ବ୍ୟକ୍ତିଗତ ପ୍ରତିଷ୍ଠାର ବିଷୟ ନୁହେଁ । ଭାରତର ଯୁବଶକ୍ତି ହିଁ ଏହି ଦେଶର ଅସଲି ଶକ୍ତି। ଦେଶର ଯୁବଶକ୍ତିକୁ ଭ୍ରମ ଓ କୁଚକ୍ରରେ ଫସିବାକୁ ଦେବିନାହିଁ। ପରିସ୍ଥିତିର ଫାଇଦା ଯେମିତି ରାଷ୍ଟ୍ରବିରୋଧୀ ଶକ୍ତିମାନେ ନ ଉଠାନ୍ତୁ ଓ ଜଣେ ହେଲେ ବି ବିଦ୍ୟାର୍ଥୀଙ୍କ ଭବିଷ୍ୟତ ଆଇନଗତ ଜଟିଳତା ମଧ୍ୟରେ ନ ଫସୁ ସେଥିପାଇଁ ଇସ୍ତଫା ଦେଲି ବୋଲି କହିଛନ୍ତି।" କେବଳ ସେତିକି ନୁହେଁ ଦେଶ ଓ ରାଜ୍ୟ ପାଇଁ ତାଙ୍କ ସର୍ମପଣ ବି ତାଙ୍କ ଲେଖାରେ ଝଲସି ଉଠୁଛି । ସେ ଲେଖିଛନ୍ତି ରାଷ୍ଟ୍ରସେବା ମୋ ଜୀବନର ସର୍ବୋଚ୍ଚ ପ୍ରାଥମିକତା । "ମୁଁ ଏଥି ପାଇଁ ସଦାସର୍ବଦା ସମର୍ପିତ ରହିବି।" " ମୁଁ ଦେଶର ଯୁବବର୍ଗଙ୍କ ଆକାଂକ୍ଷାର ପୂରଣ ପାଇଁ ନିଜକୁ ସମର୍ପିତ ରଖିବି।"ଦେଶର ଏକତା ବଜାୟ ରହୁ ବୋଲି ଲେଖି ପ୍ରଧାନମନ୍ତ୍ରୀଙ୍କ ପାଖକୁ ପଠାଇ ଦେଇଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ପଦରୁ ତ୍ୟାଗପତ୍ର ।

ଶିକ୍ଷା ପ୍ରତି କେବଳ ନିଜର ସମର୍ପଣ ଓ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ନୁହେଁ ବରଂ ନିଟ୍ ଅନିୟମିତତା ଜଣାପଡ଼ିବା ପରେ କେମିତି ନେଇଥିଲେ ତ୍ବରିତ ଆକ୍ସନ ସେନେଇ ମଧ୍ୟ ଉଲ୍ଲେଖ କରିଛନ୍ତି ଧର୍ମେନ୍ଦ୍ର । ମାମଲା ତୁରନ୍ତ CBIକୁ ହସ୍ତାନ୍ତରଠାରୁ ପରୀକ୍ଷା ରଦ୍ଦ ଓ ପୁନଃ ପରୀକ୍ଷା ନେଇ ସେ ଉଲ୍ଲେଖ କରିଛନ୍ତି । ଆସନ୍ତା ବର୍ଷଠାରୁ ଏହି ପରୀକ୍ଷାକୁ CBT ମୋଡ୍‌ରେ କରାଇବାକୁ ନିଷ୍ପତ୍ତି ପ୍ରସଙ୍ଗ ବି ସେ ଲେଖିଛନ୍ତି । କୌଣସି ଛାତ୍ରଙ୍କ ସହିତ ଅନ୍ୟାୟ ହେବାକୁ ଦେବୁନାହିଁ ଏହାକୁ ପାଥେୟ କରି ନିଟ୍ ପୁନଃ ପରୀକ୍ଷା କରାଇ ତୁରନ୍ତ ରେଜଲ୍ଟ ବାହାର କରାଯାଇଥିଲା ବୋଲି ଲେଖିଛନ୍ତି ଧର୍ମେନ୍ଦ୍ର । ଶେଷରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦରୁ ଦେଶର ଯୁବବର୍ଗଙ୍କ ଆକାଂକ୍ଷା ପୂରଣ ପାଇଁ ନିଜକୁ ସମର୍ପିତ ରଖିବି ବୋଲି ଲେଖି ସମର୍ପି ଦେଇଛନ୍ତି ଇସ୍ତଫା ପତ୍ର ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Dharmendra Pradhan Urges Youth Against Misinformation, Promotes Education And National Progress | Argus News