Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - କେନ୍ଦ୍ର ଶିକ୍ଷାମନ୍ତ୍ରୀ ଖୋଲିଲେ ମମତା ସରକାରର ଦୁର୍ନିତୀର ପୋଲ

National

କେନ୍ଦ୍ର ଶିକ୍ଷାମନ୍ତ୍ରୀ ଖୋଲିଲେ ମମତା ସରକାରର ଦୁର୍ନିତୀର ପୋଲ

Banajyotshna Ray
Browse all articles by Banajyotshna Ray
·2 years ago·1 min read
କେନ୍ଦ୍ର ଶିକ୍ଷାମନ୍ତ୍ରୀ ଖୋଲିଲେ ମମତା ସରକାରର ଦୁର୍ନିତୀର ପୋଲ

ଅର୍ଗସ ବ୍ୟୁରୋ:  ରାଜ୍ୟ ସଭାରେ ଆକ୍ରମଣାତ୍ମକ ମୁଦ୍ରାରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ତୃଣମୂଳ କଂଗ୍ରେସ ସାସଂଦଙ୍କୁ ଜମେଇକି ଧୋଇଲେ ଧର୍ମେନ୍ଦ୍ର। ପଶ୍ଚିମବଙ୍ଗକୁ ମନରେଗା ଅନୁଦାନ ପ୍ରଦାନରେ ବିଳମ୍ବ ନେଇ ଗୃହରେ ଆଲୋଚନା ଦାବି କରିଥିଲେ ଟିଏମସି ସାଂସଦ ସୁଦୀପ ବନ୍ଦୋପାଧ୍ୟାୟ। ଏହାର ଜବାବ ଦେବାକୁ ଛିଡା ହୋଇଥିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ। ପଶ୍ଚିମବଙ୍ଗ ସରକାର ଅନ୍ୟ ରାଜ୍ୟ ସରକାରଠୁ ନିଜକୁ ଉପରେ ଭାବୁଛନ୍ତି କହି ଟିଏମସିକୁ ଆଟାକ୍ କରିଥିଲେ ଧର୍ମେନ୍ଦ୍ର।ପଶ୍ଚିମବଙ୍ଗର ମମତା ସରକାର କେନ୍ଦ୍ରୀୟ ଅର୍ଥର ଦୁରୁପଯୋଗ କରୁଛନ୍ତି।

4 ହଜାର ଟଙ୍କାର ମଧ୍ୟାହ୍ନ ଭୋଜନ ଦୁର୍ନୀତି ପ୍ରସଙ୍ଗ ଉଠାଇ ଟିଏମସିକୁ ଧୋଇଥିଲେ ଧର୍ମେନ୍ଦ୍ର। ବଙ୍ଗ ସରକାରର ଅଧଡଜନ ମନ୍ତ୍ରୀ ଦୁର୍ନୀତି ଅଭିଯୋଗରେ ଏବେ ଜଲରେ। ଯାହାର ଯାଞ୍ଚ ସିବିଆଇ କରୁଛି। ଦୁର୍ନୀତି ମାମଲାରେ ମୁଖିଆ ବନ୍ଧା ହେବା ଭୟରେ ଟିଏମସି ସାଂସଦ ଗୃହର ସମୟ ଖରାପ କରୁଥିବା କହିଛନ୍ତି କେନ୍ଦ୍ରମନ୍ତ୍ରୀ।ଶିକ୍ଷକ ଭର୍ତ୍ତି ସ୍କାମରେ ପଶ୍ଚିମବଙ୍ଗର ପୂର୍ବତନ ଶିକ୍ଷାମନ୍ତ୍ରୀ ପାର୍ଥ ଚାଟାର୍ଜୀ ଏବେ ଜେଲରେ । ତାଙ୍କ ସହଯୋଗୀ ଅର୍ପିତା ମୁଖାର୍ଜୀଙ୍କ ଗରୁ 20 କୋଟି ନଗଦ ଟଙ୍କା ଜବତ କରିଥିଲା ଇଡି। ଏଥିସହ ବିଭିନ୍ନ ଘୋଟାଲାରେ ମମତା ସରକାରର ବହୁ ମନ୍ତ୍ରୀ ଓ ବିଧାୟକ ଏବେ ଜେଲ କାଟୁଛନ୍ତି। ସେମାନଙ୍କ ବିରୋଧରେ ଦୁର୍ନୀତି ମାମଲାର ତଦନ୍ତ କରୁଛନ୍ତି ଇଡି ସିବିଆଇ ପରି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା।

ସେଥିପାଇଁ କେନ୍ଦ୍ର ବିରୋଧରେ ସବୁ ବି ଓଗାଳି ଆସୁଛନ୍ତି ଟିଏମସି ନେତା। ଏଥିସହ ପ୍ରଶ୍ନ ପାଇଁ ଟଙ୍କା ମାମଲାରେ ତୃଣମୂଳ ସାଂସଦ ମହୁଆ ମୈଇତ୍ରାଙ୍କ ସଦସ୍ୟତା ବି ଏବେ ସଂକଟରେ ସେଥିପାଇଁ ଔଷଧ ବିକଳରେ ତାଟିଆ କାମୁଡୁଛନ୍ତି ଟିଏମସି ସାଂସଦ। ପ୍ରସଙ୍ଗ ବାହର କଥା ଉଠାଇ ସଂସଦରେ ଅଯାଥାରେ ହଙ୍ଗାମା କରିବାକୁ ଉଦ୍ୟମ କରିଆସୁଛନ୍ତି। ଯାହାର ମୁହଁତୋଡ ଜବାବ ଦେଇ ତୃଣମୂଳ କଂଗ୍ରେସକୁ ଆଇନା ଦେଖାଇଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଦେଶ ଖବର: 

Sponsored
Dharmendra smoke attack on TMC in Rajya Sabha | Argus News