କେଜରିୱାଲଙ୍କୁ ଜୋରଦାର ଆଟାକ୍ କଲେ ଧର୍ମେନ୍ଦ୍ର

ଅର୍ଗସ ବ୍ୟୁରୋ: ବିଧାନସଭା ନିର୍ବାଚନ ପାଇଁ ଦିଲ୍ଲୀ ମାଲବୀୟ ନଗର ଓ ଶାହାପୁରଜାଟରେ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ମାରାଥନ୍ ପ୍ରଚାର । ଯମୁନା ପାଣି ପ୍ରସଙ୍ଗରେ ଆପ୍ ଓ କେଜରିୱାଲଙ୍କ ଉପରେ କଲେ ଜୋରଦାର ଆଟାକ୍ । ଧର୍ମେନ୍ଦ୍ର କହିଲେ, କୁଆଡ଼େ ଗଲା କେଜରିୱାଲଙ୍କ ଯମୁନା ସଫେଇ ପ୍ରତିଶ୍ରୁତି । ମାଲବୀୟନଗର ବିଜେପି ପ୍ରାର୍ଥୀ ସତୀଶ ଉପାଧ୍ୟାୟ କହିଲେ ଧର୍ମେନ୍ଦ୍ରଙ୍କ ପ୍ରଚାର ବଢ଼ାଇଲା ଭୋଟ୍ ବ୍ୟାଙ୍କ ।
ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ମାଲବୀୟନଗର ଓ ଶାହାପୁରଜାଟରେ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ଜୋରଦାର୍ ପ୍ରଚାର । ମାଲବୀୟ ନଗର ବିଜେପି ବିଧାୟକ ପ୍ରାର୍ଥୀ ସତୀଶ ଉପାଧ୍ୟାୟଙ୍କ ପାଇଁ ବିଶାଳ ରାଲି କରିବା ସହ ଭୋଟ୍ ଭିକ୍ଷା କରିଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ଯମୁନା ପାଣି ପ୍ରଦୂଷଣ ପ୍ରସଙ୍ଗରେ ଆପକୁ ଟାର୍ଗେଟ୍ କରି କେନ୍ଦ୍ରମନ୍ତ୍ରୀ କହିଛନ୍ତି- କଥା ଦେଇ କଥା ରଖିନାହାନ୍ତି କେଜ୍ରିୱାଲ୍ । 2022ରେ କେଜରିୱାଲ୍ କହିଥିଲେ ଯମୁନାକୁ ପ୍ରଦୂଷଣ ମୁକ୍ତ ନ କଲେ 2025ରେ ଲୋକେ ତାଙ୍କୁ ଭୋଟ୍ ଦେବେ ନାହିଁ। ଯମୁନାକୁ ସ୍ବଚ୍ଛ କରିବାକୁ କେଜରିୱାଲ୍ କୌଣସି ପଦକ୍ଷେପ ନେଇନଥିବାବେଳେ ପୁଣି ଲୋକଙ୍କୁ ଭୋଟ୍ ମାଗୁଛନ୍ତି କେଜରିୱାଲ୍। ଏଥିସହ ଦିଲ୍ଲୀବାସୀଙ୍କୁ ଧର୍ମେନ୍ଦ୍ର ଅନୁରୋଧ କରିଛନ୍ତି ଆସନ୍ତା 5 ତାରିଖରେ ଆଗ ଭୋଟ୍ ଦେଇ ପରେ ସକାଳ ଜଳଖିଆ କରିବେ । ଦୁଇ ନିର୍ବାଚନୀ ମଣ୍ଡଳ ମାଲବୀୟନଗର ଓ ଶାହପୁରଜାଟରେ ବହୁ ସଂଖ୍ୟାରେ ଓଡ଼ିଆ ଅଛନ୍ତି । ବିଜେପି ସରକାର ଆସିଲେ ଓଡ଼ିଶା ଭଳି ଦିଲ୍ଲୀରେ ବି ଆୟୁଷ୍ମାନ ଭାରତ ଯୋଜନା ଲାଗୁ ହେବ । ଫଳରେ ଉପକୃତ ହେବେ ପ୍ରବାସୀ ଓଡ଼ିଆ ।