Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଭାରତୀୟ ସମାଜ ଓ ବଜାର ପାଇଁ ଷ୍ଟାର୍ଟଅପ୍ ବିକଶିତ କରିବା ଉପରେ ଧର୍ମେନ୍ଦ୍ରଙ୍କ ଆଲୋଚନା 

National

ଭାରତୀୟ ସମାଜ ଓ ବଜାର ପାଇଁ ଷ୍ଟାର୍ଟଅପ୍ ବିକଶିତ କରିବା ଉପରେ ଧର୍ମେନ୍ଦ୍ରଙ୍କ ଆଲୋଚନା 

Manini Pattanayak
Browse all articles by Manini Pattanayak
·1 year ago·1 min read
ଭାରତୀୟ ସମାଜ ଓ ବଜାର ପାଇଁ ଷ୍ଟାର୍ଟଅପ୍ ବିକଶିତ କରିବା ଉପରେ ଧର୍ମେନ୍ଦ୍ରଙ୍କ ଆଲୋଚନା 

ନୂଆଦିଲ୍ଲୀ:  କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅଷ୍ଟ୍ରେଲିଆ ଗସ୍ତର ଅନ୍ତିମ ଦିନ। ଶେଷ ଦିନରେ  ଭାରତୀୟ ସମାଜ ଓ ବଜାର ପାଇଁ ଷ୍ଟାର୍ଟଅପ୍ ଗୁଡ଼ିକୁ ବିକଶିତ କରିବା ଉପରେ ଆଲୋଚନା କରିଛନ୍ତି କେନ୍ଦ୍ରମନ୍ତ୍ରୀ । ଅଷ୍ଟ୍ରେଲିଆର ଗବେଷଣା ଭିତ୍ତିକ ବିଶ୍ବବିଦ୍ୟାଳୟସମୂହ ‘ଗ୍ରୁପ୍ ଅଫ୍ ୮’ ଦ୍ବାରା ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। ଏହାସହ ଅଷ୍ଟ୍ରେଲିଆରେ ଅଧ୍ୟୟନରତ ଭାରତୀୟ ଛାତ୍ରଛାତ୍ରୀ ଓ ବରିଷ୍ଠ ଗବେଷକଙ୍କ ସହ ସାକ୍ଷାତ ମଧ୍ୟ କରିଛନ୍ତି। ମ୍ୟାକ୍ୱାରି ପାର୍କ ଇନୋଭେସନ୍ ଡିଷ୍ଟ୍ରିକ୍ଟ ପରିଦର୍ଶନ କରିବା ସହ ଗବେଷକ ଏବଂ ଉଦ୍ୟମିତାଙ୍କ ଆଇଡିଆକୁ ବିକଶିତ କରିବା ଦିଗରେ ବିଶ୍ୱବିଦ୍ୟାଳୟର କାର୍ଯ୍ୟକୁ ପ୍ରଶଂସା କରିଛନ୍ତି। 

ୟୁନିଭରସିଟି ଅଫ୍ ନ୍ୟୁ ସାଉଥ ଓ୍ୱେଲ୍ସର ବିଭିନ୍ନ ବିଦ୍ୟାଳୟ ଦ୍ୱାରା ପରିଚାଳିତ ଷ୍ଟାର୍ଟଅପ୍ ଗୁଡ଼ିକର ମୁଖ୍ୟ ଏବଂ ଅନ୍ୟ ସଦସ୍ୟଙ୍କ ସହ ମଧ୍ୟ ଆଲୋଚନା କରିଛନ୍ତି। କ୍ରୀଡ଼ା ଶିକ୍ଷା ଓ କ୍ରୀଡ଼ା ଗବେଷଣା କ୍ଷେତ୍ରରେ ସହଯୋଗ ଲୋଡ଼ିବା ପାଇଁ ୟୁଟିଏସ୍ ମୁର୍ ପାର୍କ ପରିଦର୍ଶନ କଲେ। ସେ କହିଥିଲେ ଗବେଷଣା ସହଯୋଗ ହେଉଛି ଅଷ୍ଟ୍ରେଲିଆ ଏବଂ ଭାରତ ମଧ୍ୟରେ ଥିବା ସମ୍ପର୍କର ମୂଳ ଆଧାର । ଆଜିର ସାକ୍ଷାତ୍ ଆଲୋଚନା କାର୍ଯ୍ୟକ୍ରମ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ବ୍ୟାପକ ଏବଂ ଗଭୀର ଗବେଷଣା ସହଯୋଗର ଆବଶ୍ୟକତାକୁ ଆଗକୁ ନେବା ପାଇଁ ଏକ ଭଲ ସୂଚନା ପ୍ରଦାନ କରିଛି । 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Dharmendra talks on developing startups for the Indian society and market | Argus News