Videos
|
National

ଦୁଇ ପ୍ରସ୍ତାବିତ ପ୍ରକଳ୍ପକୁ ତ୍ବରାନ୍ବିତ କରିଥିବାରୁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ଧର୍ମେନ୍ଦ୍ର

Ritu Das
Browse all articles by Ritu Das
·2 years ago·1 min read
ଦୁଇ ପ୍ରସ୍ତାବିତ ପ୍ରକଳ୍ପକୁ ତ୍ବରାନ୍ବିତ କରିଥିବାରୁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ଧର୍ମେନ୍ଦ୍ର

ଅର୍ଗସ ବ୍ୟୁରୋ: ତ୍ବରାନ୍ବିତ ହେବ କୋଷ୍ଟାଲ ହାଇୱେ ଓ କ୍ୟାପିଟାଲ ରିଜିୟନ୍ ରିଙ୍ଗ୍ ରୋଡ୍ । ଦୁଇଟି ପ୍ରସ୍ତାବିତ ପ୍ରକଳ୍ପକୁ ତ୍ବରାନ୍ବିତ କରିଥିବାରୁ ପ୍ରଧାନମନ୍ତ୍ରୀ ଏବଂ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ମୋଦି ସରକାରରେ ସଡ଼କପଥ କ୍ଷେତ୍ରରେ ଓଡ଼ିଶାରେ ହେବ ନୂଆ ସୂର୍ଯ୍ୟୋଦୟ । ପ୍ରାୟ ୨୩ ହଜାର ୮୮୨ କୋଟି ଟଙ୍କା ବ୍ୟୟରେ ୪୧୩ କିମି ଲମ୍ବ ଚାରି ଲେନ୍ ବିଶିଷ୍ଟ ‘କୋଷ୍ଟାଲ ହାଇଓ୍ୱେ’ ତିନୋଟି ସେକ୍ସନରେ ନିର୍ମାଣ ହେବ । 

ଭାରତମାଳା ପରିଯୋଜନାରେ  ରାମେଶ୍ବରରୁ ରତନପୁର, ରତନପୁରରୁ ଦୀଘା ଏବଂ ଜାମୁଝାଡିରୁ ଧାମରା ପର୍ଯ୍ୟନ୍ତ ନିର୍ମାଣ ହେବ ଉପକୂଳ ରାଜପଥ । ୬ ହଜାର ୯୨ କୋଟି ଟଙ୍କା ବ୍ୟୟରେ ୧୧୧ କିମି ବିଶିଷ୍ଟ କ୍ୟାପିଟାଲ ରିଜିୟନ୍ ରିଙ୍ଗ୍ ରୋଡ୍ ପ୍ରକଳ୍ପ କାର୍ଯ୍ୟ ମଧ୍ୟ ଆଗକୁ ବଢିଛି । ଖୋର୍ଦ୍ଧା, ଭୁବନେଶ୍ୱର ଏବଂ କଟକକୁ ସଂଯୋଗ କରୁଥିବା ପ୍ରସ୍ତାବିତ ୬ ଲେନ୍ ବିଶିଷ୍ଟ ରିଙ୍ଗ୍ ରୋଡ୍ ପ୍ରକଳ୍ପ ଓଡ଼ିଶାର ଯୋଗାଯୋଗ କ୍ଷେତ୍ରରେ ମାଇଲଖୁଣ୍ଟ ସାବ୍ୟସ୍ତ ହେବ ବୋଲି ସୋସିଆଲ ମିଡିଆ `X'ରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପୋଷ୍ଟ କରିଛନ୍ତି। 

ଅଧିକ ପଢ଼ନ୍ତୁ ଭାରତ ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Dharmendra thanked the | Argus News