Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

Ram Mandir / ଅଯୋଧ୍ୟାରେ ଭକ୍ତଙ୍କ ଭିଡ଼, ସବୁଠି ରାମ ନାମ

Satyendu Sekhar Mishra
Browse all articles by Satyendu Sekhar Mishra
·7 months ago·2 min read
ଅଯୋଧ୍ୟାରେ ଭକ୍ତଙ୍କ ଭିଡ଼, ସବୁଠି ରାମ ନାମ

Key Points

ଘର, ମନ୍ଦିର, ମଠରେ ରାମଭକ୍ତ ଲଗାଇଛନ୍ତି ଶ୍ରୀରାମଙ୍କ ପତାକା ।
ବୈଦିକ ମନ୍ତ୍ର ଉଚ୍ଚାରଣ ଓ ପତାକା ଉତ୍ତୋଳନ ସମଗ୍ର ରାମନଗରୀକୁ ଏକ ଉତ୍ସବମୁଖର କରିଥିଲା।

ସାରା ବିଶ୍ୱରେ ଅଯୋଧ୍ୟା ଯୋଡ଼ିଲା ନୂଆ ଐତିହାସିକ ଫର୍ଦ୍ଦ। ଅଯୋଧ୍ୟା ରାମ ମନ୍ଦିର ଶିଖରରେ ଫରଫର ହୋଇ ଉଡୁଛି କେଶରିଆ ଧର୍ମ ଧ୍ୱଜା। ଜୀବନ୍ତ ହୋଇ ଉଠିଛି ଐତିହାସିକ ମୁହୂର୍ତ୍ତ। ରାମଭକ୍ତଙ୍କ ଗହଣରେ ସ୍ଥାପନ ହେଲା ଧର୍ମଧ୍ୱଜା। ଲକ୍ଷ ଲକ୍ଷ ରାମଭକ୍ତ ଓ ଦାନବୀରଙ୍କୁ ଏ ଅବସରରେ ଶୁଭେଚ୍ଛା ଜଣାଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

ଧ୍ୱଜାରୋହଣ ଉତ୍ସବ ପାଇଁ ନବବଧୂ ଭଳି ସଜେଇ ହୋଇଛି ଅଯୋଧ୍ୟା । ଏହି ଅବସରରେ ଉତ୍ସାହ ଓ ଖୁସି ସହ ବିଭୋର ରାମଭକ୍ତ। ରାମନଗରୀ ପରି ରାମଭକ୍ତ ବି ହୋଇଛନ୍ତି ପ୍ରସ୍ତୁତ। ହାତରେ ଶଙ୍ଖ, ଡମ୍ବୁର ଧରି ଭଗବାନଙ୍କ ଉଦ୍ଦେଶ୍ୟରେ ଏହାକୁ ବଜାଇଛନ୍ତି। ଭକ୍ତଙ୍କ ଜୟ ଶ୍ରୀରାମ ନାରାରେ ସହିତ ସେମାନଙ୍କ ତିଲକ ଓ ବେଶଭୂଷା ପାଇଁ ଅଯୋଧ୍ୟା ନଗରୀ ପାଲଟିଥିଲା ଗେରୁଆମୟ। ଅଯୋଧ୍ୟାରେ ଅଗଣିତ ସନ୍ଥ, ପ୍ରଭୁ ରାମଙ୍କ ଭକ୍ତ ଏବଂ ଯୋଦ୍ଧାମାନଙ୍କ ମହିମାମୟ ଉପସ୍ଥିତ ଏହି ଦିନର ଗୌବରକୁ ଦ୍ୱିଗୁଣିତ କରିଦେଇଛି ।

ଘର, ମନ୍ଦିର, ମଠରେ ରାମଭକ୍ତ ଲଗାଇଛନ୍ତି ଶ୍ରୀରାମଙ୍କ ପତାକା । ବୈଦିକ ମନ୍ତ୍ର ଉଚ୍ଚାରଣ ଓ ପତାକା ଉତ୍ତୋଳନ ସମଗ୍ର ରାମନଗରୀକୁ ଏକ ଉତ୍ସବମୁଖର କରିଥିଲା। ଛୋଟ ପିଲାଠାରୁ ଆରମ୍ଭ କରି ବୃଦ୍ଧବୃଦ୍ଧା ବି ବାଦ୍ ପଡିନଥିଲେ। ଏହି ଐତିହାସିକ ମୂହୁର୍ତ୍ତର ମୁକସାକ୍ଷୀ ହେବାକୁ ଧାଇଁ ଆସିଥିଲେ ରାମନଗରୀ।

ରାମମନ୍ଦିର ଧ୍ୱଜାରୋହଣ ସମାରୋହରେ ସାମିଲ ହେବାକୁ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା । ୫୦ରୁ ୬୦ ହଜାର ଥିଲେ ନିମନ୍ତ୍ରିତ ଅତିଥି ଓ ବିଭିନ୍ନ ପ୍ରାନ୍ତରୁ ଆସିଥିବା ସାଧୁସନ୍ଥ । ଏହି ବିଶେଷ ସମାରୋହରେ ଯୋଗ ଦେଇ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି, ଧ୍ୱଜାରୋହଣ ଯଜ୍ଞର ପୂର୍ଣ୍ଣାହୂତି ନୁହେଁ, ଏହା ଏକ ନୂତନ ଯୁଗର ଅୟମାରମ୍ଭ । ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ଅନେକ ସ୍ୱପ୍ନ ଦେଖିଥିଲେ । ଏଥିପାଇଁ ଅନେକ ପ୍ରୟାସ କରିଥିଲେ, ଅନେକ ବ୍ୟକ୍ତି ଏଥିପାଇଁ ଜୀବନ ଦେଇଛନ୍ତି । ସେମାନଙ୍କର ଆତ୍ମା ଆଜି ନିଶ୍ଚୟ ଶାନ୍ତି ପାଇଥିବ । ଧ୍ୱଜାରୋହଣ ସହ ରାମମନ୍ଦିରର ଶାସ୍ତ୍ରୀୟ ପ୍ରକ୍ରିୟା ସମ୍ପୂର୍ଣ ହୋଇଛି ବୋଲି ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ସରସଂଘ ଚାଳକ ମୋହନ ଭାଗବତ କହିଛନ୍ତି ।

ସେପଟେ ରାମନଗରୀରୁ ଗୁଲାମି ମାନସିକତାରୁ ହଟିବା ପାଇଁ ଆହ୍ୱାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ । ଗୁଲାମି ମାନସିକତାରୁ ବାହାରିଲେ ୨୦୪୭ ସୁଦ୍ଧା ବିକଶିତ ଭାରତର ଗଠନ ନିଶ୍ଚିତ । ଅଯୋଧ୍ୟା ନଗରୀ ଏବେ ସାରା ବିଶ୍ୱ ପାଇଁ ଉଦାହରଣ । ଏକବିଂଶ ଶତାବ୍ଦୀର ଅଯୋଧ୍ୟା ବିଶ୍ୱକୁ ବିକାଶର ନୂଆ ମଡେଲ୍ ଦର୍ଶାଉଛି । ପ୍ରାଣପ୍ରତିଷ୍ଠା ଦିନଠାରୁ ୪୫ କୋଟି ଶ୍ରଦ୍ଧାଳୁ ରାମଲାଲାଙ୍କ ଦର୍ଶନ କରିଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Ram Mandir | Dhwajarohan today marks completion of Ayodhya Ram Mandir | Argus News