Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

Mohan Bhagwat / 'ଲଭ ଜିହାଦ'ର ନାଁ ନେଇ ବଡ଼ ସଂକେତ ଦେଲେ ମୋହନ ଭାଗବତ

Satyendu Sekhar Mishra
Browse all articles by Satyendu Sekhar Mishra
·6 months ago·1 min read
 'ଲଭ ଜିହାଦ'ର ନାଁ ନେଇ ବଡ଼ ସଂକେତ ଦେଲେ ମୋହନ ଭାଗବତ
Mohan Bhagwat

Key Points

ମହିଳାଙ୍କ ପାଇଁ ଆମ ଧର୍ମ, ସଂସ୍କୃତି ଓ ସାମାଜିକ ବ୍ୟବସ୍ଥା ସୁରକ୍ଷିତ ରହିଛି ।

ମହିଳାଙ୍କ ଉପରେ ହେଉଥିବା ସାମାଜିକ ଅତ୍ୟାଚାର ସଂପର୍କରେ ବଡ଼ ବୟାନ ଦେଇଛନ୍ତି RSS ମୁଖ୍ୟ । ବିଶେଷ କରି 'ଲଭ ଜିହାଦ'ର ନାଁ ନେଇ ସେଭଳି ଅପରାଧ ଆଡ଼କୁ ଇସାରା କରିଛନ୍ତି । ମୋହନ ଭାଗବତ କହିଛନ୍ତି, ଏଭଳି ଅପରାଧକୁ ରୋକିବା ପାଇଁ ପ୍ରଥମେ ପରିବାରରେ ପ୍ରୟାସ ହେବା ଉଚିତ୍ । କାରଣ ମହିଳାଙ୍କ ପାଇଁ ଆମ ଧର୍ମ, ସଂସ୍କୃତି ଓ ସାମାଜିକ ବ୍ୟବସ୍ଥା ସୁରକ୍ଷିତ ରହିଛି ।

ଭୋପାଳରେ 'ସ୍ତ୍ରୀ ଶକ୍ତି ସମ୍ବାଦ' କାର୍ଯ୍ୟକ୍ରମରେ ସମ୍ବୋଧନ କରି ମହିଳାଙ୍କ ସାମାଜିକ ଭାଗିଦାରୀ ବଢ଼ାଇବାକୁ କହିଛନ୍ତି ମୋହନ ଭାଗବତ । ପିଲାମାନଙ୍କୁ ଭଲ କ'ଣ, ଖରାପ କ'ଣ ତାର ଶିକ୍ଷା ମା' ଦେଇଥାଏ । ଏବେ ପରିବାରରେ ମିଳାମିଶା ଓ ପରସ୍ପର ମଧ୍ୟରେ କଥାବାର୍ତ୍ତାର ଅବସର କମିଯାଉଥିବାରୁ ପିଲାଙ୍କର ଉଚିତ୍ ଶିକ୍ଷା ପ୍ରଭାବିତ ହେଉଛି । ପୂର୍ବରୁ ସାମାଜିକ ବ୍ୟବସ୍ଥାରେ ମହିଳା ଓ ପୁରୁଷଙ୍କ ଭାଗିଦାରୀ ସମାନ ଥିଲା । ପରବର୍ତ୍ତୀ ସମୟରେ ସୁରକ୍ଷା ଦୃଷ୍ଟିରୁ ମହିଳାଙ୍କୁ ବିଭିନ୍ନ ବନ୍ଧନରେ ବାନ୍ଧିଦିଆଗଲା ।

ଏବେ ସମାଜରେ ପରିବର୍ତ୍ତନ ଆସିଥିଲେ ବି ମହିଳାଙ୍କୁ ସେହି ବନ୍ଧନରୁ ମୁକ୍ତ କରିବା କଥା ଆମେ ଭୁଲି ଯାଇଛେ । ତେଣୁ ପରିବାର ଭିତରେ ଆଲୋଚନା, ମହିଳାଙ୍କ ଆତ୍ମବିଶ୍ବାସ ଓ ଆତ୍ମରକ୍ଷା ସହ ଅପରାଧୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହିଁ ମହିଳା ବିରୋଧୀ ଅପରାଧକୁ ରୋକି ପାରିବ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Mohan Bhagwat | Dialogue within the family is the only way to stop love jihad, says RSS chief Mohan Bhagwat | Argus News