ବର୍ଷା ହେଲେ ମାଟିରୁ ବାହାରେ ହୀରା, ଲୋକଙ୍କର ଲାଗେ ଲମ୍ୱା ଲାଇନ

Key Points
ଭାରତର ଚମତ୍କାରୀ ସ୍ଥାନ
ବର୍ଷା ହେଲେ ମାଟିରୁ ବାହାରେ ହୀରା
ଦୂରଦୂରାନ୍ତରରୁ ଲୋକଙ୍କର ଲାଗେ ଲମ୍ୱା ଲାଇନ
ଭାରତ ଏଭଳି ଏକ ଦେଶ, ଯେଉଁଠି ପ୍ରତ୍ୟେକ ସ୍ଥାନରେ କିଛି ନା କିଛି ରହସ୍ୟମୟ ଜିନିଷ ଆପଣଙ୍କୁ ଦେଖିବାକୁ ମିଳିବ। ଆପଣ ଅନେକ ଥର ଶୁଣିଥିବେ ଯେ, ଜଣେ ବ୍ୟକ୍ତି ମାଟି ଖୋଳୁ ଖୋଳୁ ହୀରା ପାଇ ରାତାରାତି ଧନୀ ହୋଇଗଲା। କିନ୍ତୁ ଆପଣ ଶୁଣିଛନ୍ତି କି? ବର୍ଷା ହେଲେ ମାଟିରୁ ହୀରା ବାହାରେ ବୋଲି। ଏହା କୌଣସି କାହାଣୀ ନୁହେଁ ବରଂ ଏହା ଏକ ସତ ଘଟଣା। ଆନ୍ଧ୍ରପ୍ରଦେଶର ଅନନ୍ତପୁରର ବୈରାକାରୁର ଏବଂ କୁର୍ଣ୍ଣୁଲ ଗାଁରେ, ଲୋକମାନେ ମାଟିରୁ ହୀରା ଖୋଜିବା ପାଇଁ ଦୂରଦୂରାନ୍ତରୁ ଆସିଥାନ୍ତି। ଅନେକ ସମୟରେ ଲୋକମାନଙ୍କ ହାତରେ ଲକ୍ଷ ଲକ୍ଷ ମୂଲ୍ୟର ହୀରା ମିଳିଥାଏ । ଏହି ପରମ୍ପରା ବ୍ରିଟିଶ ଯୁଗରୁ ଚାଲିଆସିଛି ।
ପ୍ରତିବର୍ଷ ବର୍ଷା ଋତୁରେ କେବଳ ମଦିକେରା ଏବଂ ଟୁଗାଲିରୁ ୫ କୋଟି ଟଙ୍କାର ହୀରା ମିଳିଥିଲା। ହୀରାକୁ ମୁମ୍ବାଇ କିମ୍ବା ସୁରତକୁ ନିଆଯାଇ ଭଲ ମୂଲ୍ୟରେ ବିକ୍ରି କରାଯାଏ। ଏଠାରେ ଲୋକମାନେ କେବଳ ବର୍ଷା ଋତୁ ପାଇଁ ଏହି ସ୍ଥାନରେ ନିଜ ପରିବାର ସହିତ ରହିବା ଆରମ୍ଭ କରନ୍ତି। କେତେକ ମନ୍ଦିରରେ ରୁହନ୍ତି, କେତେକ ଗଛ ତଳେ ତମ୍ବୁ ବାନ୍ଧି ନିରନ୍ତର ହୀରା ଖୋଜନ୍ତି। କିଛି ଲୋକଙ୍କର ଏଠି ଭାଗ୍ୟ ବଦଳି ଯାଏ। ହୀରା କ୍ରେତାମାନେ ମଧ୍ୟ ଏହି ସମୟକୁ ଅପେକ୍ଷା କରିଥାନ୍ତି । ମୌସୁମୀ ଆରମ୍ଭ ହେବା ମାତ୍ରେ ଲୋକମାନେ ଆନ୍ଧ୍ରପ୍ରଦେଶର ବୈରାକାରୁର, ଜୋନାଗିରି, ଟୁଗାଲି ଏବଂ ମଦିକେରାରେ ପହଞ୍ଚି ନିଜର ଭାଗ୍ୟ ପରୀକ୍ଷା କରନ୍ତି। କାରଣ ମୌସୁମୀର ପ୍ରଥମ ବର୍ଷା ଜମିର ଉପର ସ୍ତରକୁ ଧୋଇଦିଏ ଏବଂ ତା’ପରେ କିଛି ଚାଷୀଙ୍କ କ୍ଷେତରୁ ହୀରା ବାହାରିବା ଆରମ୍ଭ ହୁଏ।
📱 Get Argus News App
✨ତେଲେଙ୍ଗାନା ଏବଂ କର୍ଣ୍ଣାଟକର ଲୋକମାନଙ୍କର ଏଠାରେ ଲାଗେ ଲମ୍ବା ଲାଇନ । ଅନେକ ସଂସ୍ଥା ଆନ୍ଧ୍ରପ୍ରଦେଶର ଏହି ଅଞ୍ଚଳଗୁଡ଼ିକୁ ହୀରା ହଟସ୍ପଟ୍ ଭାବରେ ଘୋଷଣା କରିଛନ୍ତି । ଏଠାରେ ହୀରା ଖୋଜିବା ପାଇଁ ମାଟି ଖୋଳିବାକୁ ପଡ଼ିବ ନାହିଁ। କାରଣ ବର୍ଷା ପରେ, ମାଟିର ଉପର ସ୍ତର ଧୋଇ ହୋଇଯିବା ପରେ ଲୋକମାନେ ମାଟି ଉପରେ ଛୋଟ ପଥର ପରି ହୀରା ପାଆନ୍ତି। ତେଣୁ, ଅଧିକାଂଶ ଲୋକ ହୀରା ଖୋଜିବା ଏବଂ ବାହାର କରିବା ପାଇଁ ଚାମଚ ବ୍ୟବହାର କରନ୍ତି।
ଗବେଷଣାରୁ ଜଣାପଡିଛି ଯେ ଅନନ୍ତପୁରର କିଛି ସ୍ଥାନରେ 45 ରୁ ଅଧିକ ଜ୍ୱାଳାମୁଖୀ ଯୋଗୁଁ ପୃଥିବୀ ପୃଷ୍ଠରେ ପ୍ରାକୃତିକ ଭାବରେ ହୋଇଥିବା ଗାତ ଅଛି। ଏହି ପାଇପ୍ ଭୂତଳରୁ ହୀରାକୁ ଭୂପୃଷ୍ଠକୁ ଆଣନ୍ତି ଏବଂ ବର୍ଷା ପରେ, ଯେତେବେଳେ ପ୍ରଥମ ସ୍ତର ଧୋଇଯାଏ, ସେତେବେଳେ ହୀରା ଖୋଜିବା ପାଇଁ ଲୋକଙ୍କ ଭିଡ଼ ଜମେ। କିନ୍ତୁ ଏହି ହୀରା ଖୋଜିବା ପ୍ରକ୍ରୟା ମାତ୍ର କିଛି ସପ୍ତାହ ପର୍ଯ୍ୟନ୍ତ ଚାଲେ । ଏହି ପ୍ରକ୍ରିୟା ସବୁ ସମୟରେ ହୋଇନଥାଏ। ଏହି ସ୍ଥାନକୁ ଦୂରଦୁରାନ୍ତରରୁ ଆସିଥାନ୍ତି ଲୋକମାନେ।