Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଶେଷରେ ଧରାପଡିଲା ପଳାତକ ହୀରା ବ୍ୟବସାୟୀ ମେହୁଲ ଚୋକସି

National

ଶେଷରେ ଧରାପଡିଲା ପଳାତକ ହୀରା ବ୍ୟବସାୟୀ ମେହୁଲ ଚୋକସି

Smruti Parija
Browse all articles by Smruti Parija
·1 year ago·2 min read
ଶେଷରେ ଧରାପଡିଲା ପଳାତକ ହୀରା ବ୍ୟବସାୟୀ ମେହୁଲ ଚୋକସି

Key Points

ପଳାତକ ହୀରା ବ୍ୟବସାୟୀ ମେହୁଲ ଚୋକସି ବେଲଜିୟମରେ ଗିରଫ
PNBରୁ ୧୩,୮୫୦କୋଟି ଟଙ୍କା ଠକେଇ ମାମଲାରେ ସଂପୃକ୍ତି ଥିବା ଅଭିଯୋଗ
ମେହୁଲକୁ ଗିରଫ କରିବାକୁ ସିବିଆଇ ପକ୍ଷରୁ ବେଲଜିୟମ୍ ସରକାରଙ୍କୁ କରାଯାଇଥିଲା ଅନୁରୋଧ
ପୂର୍ବରୁ ମେହୁଲ ଚୋକସିଙ୍କ ବିରୁଦ୍ଧରେ ସିବିଆଇ ଏବଂ ଇଡି ମାମଲା ରୁଜୁ କରିଛି

ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଋଣ ଠକେଇ ମାମଲାରେ ଅଭିଯୁକ୍ତ ପଳାତକ ହୀରା ବ୍ୟବସାୟୀ ମେହୁଲ ଚୋକସି ଓ ତାଙ୍କ ଭଣଜା ନୀରବ ମୋଦି ମଧ୍ୟ ସାମିଲ ଥିବା ଅଭିଯୋଗ ରହିଛି । କୋଟି କୋଟି ଟଙ୍କା ଠକେଇ କରିବା ପରେ ମେହୁଲ ଚୋକସି ଓ ନୀରବ ମୋଦି ୨୦୧୮ରେ ଫେରାର ହୋଇଯାଇଥିଲେ । ଗତ ମାସରେ ମେହୁଲ ବେଲଜିୟମରେ ରହୁଥିବା ନେଇ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ସ୍ପଷ୍ଟ କରାଯାଇଥିଲା । ଏହାପରେ ତାଙ୍କୁ ଗିରଫ କରିବାକୁ ପ୍ରକ୍ରିୟା ଆରମ୍ଭ କରାଯାଇଥିଲା । ଏହା ପୂର୍ବରୁ ମେହୁଲ ଆଣ୍ଟିଗୁଆ ଓ ଡୋମିନିକାରେ ରହୁଥିଲେ। ମେହୁଲଙ୍କୁ ଭାରତ ଆଣିବାକୁ ଭାରତ ସରକାରଙ୍କ ପକ୍ଷରୁ ଉଦ୍ୟମ ଚାଲିଛି ।


ମେହୁଲ ଚୋକସି ନିଜର ଭାରତୀୟ ଏବଂ ଆଣ୍ଟିଗୁଆନ୍ ନାଗରିକତ୍ୱକୁ ବେଲଜିୟମ ଏଜେନ୍ସିରୁ ଲୁଚାଇ ରଖିଥିଲେ। ସେଠାରୁ ସ୍ବିଜରଲ୍ୟାଣ୍ଡକୁ ପଳାଇବାକୁ ଚେଷ୍ଟା କରୁଥିଲେ। ଏହା ମଧ୍ୟ ସାମ୍ନାକୁ ଆସିଛି ଯେ କର୍କଟ ଚିକିତ୍ସା ବାହାନାରେ ସେ ବେଲଜିୟମରେ ପହଞ୍ଚିଥିଲେ। ଭାରତୀୟ ଏଜେନ୍ସି ମେହୁଲ ଚୋକସିଙ୍କ ପ୍ରତ୍ୟର୍ପଣ ଲାଗି ପ୍ରସ୍ତୁତିରେ ବ୍ୟସ୍ତ ଅଛନ୍ତି। ତେବେ ଚୋକସିଙ୍କ ନାଗରିକତା ଏବଂ ସ୍ବାସ୍ଥ୍ୟାବସ୍ଥା ଯୋଗୁଁ ଏହା ସହଜ ହେବ ନାହିଁ ବୋଲି ଚର୍ଚ୍ଚା ହେଉଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ପିଏନବିକୁ ୧୩,୫୦୦ କୋଟି ଟଙ୍କା ଠକେଇ କରିଥିବା ଅଭିଯୋଗରେ ମେହୁଲ ଚୋକସିଙ୍କ ବିରୁଦ୍ଧରେ ସିବିଆଇ ଏବଂ ଇଡି ମାମଲା ରୁଜୁ କରିଛି। ଚୋକସିଙ୍କ ଭଣଜା ନୀରବ ମୋଦି ମଧ୍ୟ ଏହି ମାମଲାରେ ଜଣେ ଅଭିଯୁକ୍ତ, ଯିଏ ଲଣ୍ଡନରେ ଲୁଚି ରହିଛନ୍ତି ଏବଂ ତାଙ୍କର ପ୍ରତ୍ୟର୍ପଣ ମଧ୍ୟ ଅପେକ୍ଷାରେ ଅଛି। ଜାଲି ଲେଟରର୍ସ ଅଫ୍ ଅଣ୍ଡରଟେକିଂ ମାଧ୍ୟମରେ ଉଠାଉଥିଲେ କୋଟି କୋଟି ଟଙ୍କାର ଲୋନ୍। ଭାରତୀୟ ବ୍ୟାଙ୍କରୁ ଉଠାଇଥିଲେ କ୍ରେଡିଟ୍ ବା ଋଣ। ସୁନା ଓ ହୀରା ବିଜନେସ୍ କରୁଥିବା ଗୀତାଞ୍ଜଳି ଗ୍ରୁପର ମାଲିକ ଥିଲେ ମେହୁଲ୍। ଭାରତ ଓ ଭାରତ ବାହାରେ ଥିଲା ଗୀତାଞ୍ଜଳିର ବିଜନେସ୍। 2018ରେ ମେହୁଲଙ୍କ କାରନାମା ସାମ୍ନାକୁ ଆସିବା ପରେ ବୁଡିଗଲା ଗୀତାଞ୍ଜଳି। ତେବେ ସ୍କାମ୍ ସାମ୍ନାକୁ ଆସିବା ଆଗରୁ 2018ରେ ଦେଶ ଛାଡି ପଳାଇଥିଲେ ମେହୁଲ୍ ଚୋକସି।

Sponsored
diamond-merchant-Mehul-Choksi-finally-caught | Argus News