ନୁଡଲ୍ସ ପ୍ୟାକେଟରୁ ବାହାରିଲା ହୀରା: ବିମାନବନ୍ଦରରୁ ୨ କୋଟିରୁ ଅଧିକ ଟଙ୍କାର ହୀରା ଜବତ
·2 years ago

ଅର୍ଗସ ବ୍ୟୁରୋ: ନୁଡଲ୍ସ ପ୍ୟାକେଟର ବାହାରିଲା ହୀରା। ଖବରଟି ଶୁଣିଲେ ଆପଣ ନିହାତି ଆଶ୍ଚର୍ଯ୍ୟ ହେଉଥିବେ। କିନ୍ତୁ କଥାଟା ଏକଦମ ସତ। ଏଭଳି ଘଟଣା ଘଟିଛି ମୁମ୍ବାଇ ବିମାନବନ୍ଦରରେ। ନୁଡଲ୍ସ ପ୍ୟାକେଟରୁ ବାହାରିଲା କୋଟି କୋଟି ଟଙ୍କାର ହୀରା ଓ ସୁନା । ମୁମ୍ବାଇ ଛତ୍ରପତୀ ଶିବାଜୀ ଆନ୍ତର୍ଜାତିକ ବିମାନ ବନ୍ଦରରୁ ଜବତ କରିଛି ମୁମ୍ବାଇ କଷ୍ଟମ୍ ବିଭାଗ । ଜଣେ ବ୍ୟକ୍ତିଙ୍କ ବ୍ୟାଗରୁ ନୁଡଲ୍ସ ପ୍ୟାକେଟରେ ୨ କୋଟିରୁ ଅଧିକ ଟଙ୍କାର ହୀରା ଜବତ କରାଯାଇଛି ।
ସେହିପରି ୬ କେଜି ୮ ଶହ ଗ୍ରାମର ସୁନା ଜବତ ହୋଇଛି । ମୋଟ ୬ କୋଟି ୪୬ ଲକ୍ଷ କୋଟି ଟଙ୍କାର ହୀରା ଓ ସୁନା ଜବତ କରିଛି କଷ୍ଟମ୍ ବିଭାଗ । ଏହି ମାମଲାରେ କଷ୍ଟମ୍ ବିଭାଗ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି।
ଅଧିକ ପଢ଼ନ୍ତୁ ଭାରତ ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: