Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

କାର୍ଯ୍ୟବନ୍ଦ ଆନ୍ଦୋଳନକୁ ପୁଣି ଓହ୍ଲାଇଲେ ଜୁନିୟର ଡାକ୍ତର,ବଢିଲା ଦିଦିଙ୍କ ଟେନସନ

Sangram Tripathy
Browse all articles by Sangram Tripathy
·1 year ago·2 min read
କାର୍ଯ୍ୟବନ୍ଦ ଆନ୍ଦୋଳନକୁ ପୁଣି ଓହ୍ଲାଇଲେ ଜୁନିୟର ଡାକ୍ତର,ବଢିଲା ଦିଦିଙ୍କ ଟେନସନ

ଅର୍ଗସ ବ୍ୟୁରୋ:ମମତାଙ୍କୁ ଦିଶୁନି ବୁଦ୍ଧିବାଟ,ପୁଣି କାର୍ଯ୍ୟ ବନ୍ଦ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଜୁନିୟର ଡାକ୍ତର,କିଛି ଦିନର ବିରାମ ପରେ ଆରମ୍ଭ ହୋଇଛି ନ୍ୟାୟ ପାଇଁ ଲଢେଇ,ସରୁନି ଲୁଚକାଳି ଖେଳ। କୋଲକାତାର ଆର୍‌ଜି କର ମେଡିକାଲ କଲେଜ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣା ନ୍ୟାୟ ଦାବିରେ ଜୁନିୟର ଡାକ୍ତରମାନେ ୪୨ ଦିନ ଧରି ବିକ୍ଷୋଭ କରିଥିଲେ। ଏହାପରେ ସେପ୍ଟେମ୍ବର ୨୧ରୁ ଆନ୍ଦୋଳନରେ ବିରାଟ ଲଗାଇ ଆଂଶିକ ଭାବେ କାର୍ଯ୍ୟରେ ଯୋଗ ଦେଇଥିଲେ। କିଛିଦିନ ପୂର୍ବରୁ ଡାକ୍ତରଙ୍କ ୫ ଦାବି ମଧ୍ୟରୁ ୩ ଦାବିକୁ  ମାନିନେଇଥିଲେ ପଶ୍ଚିମବଙ୍ଗ ସରକାର। ଲାଗୁଥିଲା ଟିଏମସି ସରକାରଙ୍କ ଦ୍ୱାରା ଦିଆଯାଇଥିବା ସବୁ ପ୍ରତିଶ୍ରୁତି ପୂରଣ ହୋଇଯିବ ବୋଲି ମାତ୍ର ସରାକାର ପୂର୍ବ ଆନ୍ଦୋଳନ ପ୍ରତ୍ୟାହାର ବେଳେ ଦେଇଥିବା ଦାବିଗୁଡ଼ିକୁ ପୂରଣ କରୁ ନଥିବାରୁ ପୁଣି ରାଜରାସ୍ତାକୁ ଓହ୍ଲାଇଛନ୍ତି ଜୁନିୟର ଡାକ୍ତର ମାନେ ।

ସେତେବେଳେ ସିନା ଦିଦି ମନାଇଥିଲେ ଡାକ୍ତର ମାନିଯାଇଥିଲେ,ଏବେ କିନ୍ତୁ ଆଉ ନୁହେଁ। ପଶ୍ଚିମବଙ୍ଗର ଜୁନିୟର ଡାକ୍ତରମାନେ ଅନିର୍ଦ୍ଦିଷ୍ଟ ଓ କାର୍ଯ୍ୟ ବନ୍ଦ ଆନ୍ଦୋଳନ ପୁଣି ଆରମ୍ଭ କରିଦେଇଛନ୍ତି। ପ୍ରତିକ୍ରିୟାରେ କହିଛନ୍ତି ସୁରକ୍ଷା ସମ୍ପର୍କିତ ଆମ ଦାବିକୁ ପୂରଣ କରିବା ଦିଗରରେ ରାଜ୍ୟ ସରକାର କୌଣସି ସକାରାତ୍ମକ ପଦକ୍ଷେପ ନେବା ଭଳି ଆମେ ଦେଖିବାକୁ ପାଉନୁ,ଆଜି ଆନ୍ଦୋଳନ ୫୨ ଦିନରେ ପହଞ୍ଚିଥିବା ବେଳେ ଆମେ ଏବେ ବି ଆକ୍ରମଣର ଶିକାର ହେଉଛୁ । ଏପରି ଏକ ସ୍ଥିତିରେ ଆମ ପାଖରେ ସଂପୂର୍ଣ୍ଣ କାର୍ଯ୍ୟ ବନ୍ଦ ଆନ୍ଦୋଳନ ଛଡ଼ା ଆଉ କିଛି ଉପାୟ ନାହିଁ। ଜୁନିୟର ଡାକ୍ତରମାନେ ଏକାଠି ହୋଇ କଲେଜ ଛକ ଠାରୁ କେନ୍ଦ୍ରୀୟ କୋଲକାତାର ଏସପ୍ଲାନେଡ ଯାଏ ବିକ୍ଷୋଭ ଶୋଭାଯାତ୍ରାର ଡାକରା ଦେଇଛନ୍ତି। ଏଥିରେ ସାଧାରଣ ଲୋକଙ୍କୁ ସାମିଲ ହେବାକୁ ମଧ୍ୟ ଆହ୍ୱାନ ଦେଇଛନ୍ତି। କୋଲକାତା ଘଟଣାରେ ଆଉ ବିଲମ୍ବ ନକରି ତୁରନ୍ତ ପୀଡିତାଙ୍କ ପରିବାରକୁ ନ୍ୟାୟ ଦିଆଯାଉ ବୋଲି ଜୋରଧରିଛି ଦାବି । ଜୁନିୟର ଡାକ୍ତରଙ୍କ ସଂପୂର୍ଣ୍ଣ କାର୍ଯ୍ୟ ବନ୍ଦ ଆନ୍ଦୋଳନ ଫଳରେ ବେଙ୍ଗଲର ସବୁ ହସ୍ପିଟାଲରେ ରୋଗୀ ସେବା ପ୍ରଭାବିତ ହୋଇଛି। ଏପଟେ କିନ୍ତୁ ଦିଦିଙ୍କୁ ପୁଣି ଘାରିଛି କ୍ଷମତା ଡ଼ର,ପୂର୍ବରୁଛାତ୍ରସଙ୍ଗଠନ,ଜନସାଧାରଣ,ଡାକ୍ତର ମାନେ ରାଜରାସ୍ତାକୁ ଓହ୍ଲାଇ ସାରିଛନ୍ତି ଏବଂ ଟିଏମସିକୁ ଚେତାବନି ମଧ୍ୟ ଦେଇଥିଲେ,ଏବେ କଣ କରିବେ ଦିଦି,କାରଣ କୋଲକାତା ଘଟଣାର ମାଷ୍ଟରମାଇଣ୍ଡ ସଞ୍ଜୟ ରୟ ଏବଂ ସନ୍ଦିପ ଘୋଷଙ୍କ ସହ କୁଆଡେ ଟିଏମସିର ରହିଛି ଭିତିରି ସମ୍ପର୍କ ବୋଲି ଚର୍ଚ୍ଚା ଥମିନି। କେବେ ମିଳିବ ନ୍ୟାୟ କେବେ ସତ ଆସିବ ସାମ୍ନାକୁ,ନ୍ୟାୟ ଆଉ କେତେଦିନ ବୋଲି ସାଧାରଣରେ ପ୍ରଶ୍ନ କରିବା ଆରମ୍ଭ କଲେଣି

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Didi's tension increased when the junior doctor joined the strike again | Argus News