ନିର୍ଦ୍ଦେଶକ ସବ୍ୟସାଚୀ ମହାପାତ୍ରଙ୍କୁ ମିଳିଛି ଲାଇଫଟାଇମ୍ ଆଚିଭମେଣ୍ଟ ଆଓ୍ବାର୍ଡ

Key Points
ବିଦେଶ ମାଟିରେ ପୁରସ୍କୃତ ହେଲେ ଓଡ଼ିଆ ନିର୍ଦ୍ଦେଶକ ସବ୍ୟସାଚୀ ମହାପାତ୍ର
ସବ୍ୟସାଚୀ ମହାପାତ୍ରଙ୍କୁ ମିଳିଛି ଲାଇଫଟାଇମ୍ ଆଚିଭମେଣ୍ଟ ଆଓ୍ବାର୍ଡ
ବିଦେଶ ମାଟିରେ ପୁରସ୍କୃତ ହେଲେ ଓଡ଼ିଆ ନିର୍ଦ୍ଦେଶକ ସବ୍ୟସାଚୀ ମହାପାତ୍ର। ଓଡ଼ିଆ ନିର୍ଦ୍ଦେଶକ ସବ୍ୟସାଚୀ ମହାପାତ୍ରଙ୍କୁ ମିଳିଛି ଲାଇଫଟାଇମ୍ ଆଚିଭମେଣ୍ଟ ଆଓ୍ବାର୍ଡ । ଏଭଳି ଆୱାର୍ଡ଼ ସୋ ହେବା ଆବଶ୍ୟକ ବୋଲି କହିଛନ୍ତି ସବ୍ୟସାଚୀ । ପ୍ରତିବର୍ଷ ରମେଶ ବାରିକ ଓ ଆର ଆର୍ ଇଭେଣ୍ଟ ବିଦେଶ ରେ ଏଭଳି କାର୍ଯ୍ୟକ୍ରମ କରୁଥିବାରୁ ସେମାନଙ୍କୁ ଧନ୍ୟବାଦ୍ ଦେବାର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି । ୨୭ ଅଗଷ୍ଟ ୧୯୫୦ରେ ସୁବର୍ଣ୍ଣପୁରରେ ଜନ୍ମିତ ସବ୍ୟସାଚୀ ଓଡ଼ିଆ ଶିଳ୍ପକୁ ଦେଇଛନ୍ତି ଅନେକ ଫିଲ୍ମ। ତାଙ୍କ ନିର୍ଦ୍ଦେଶିତ ପାହାଡ଼ର ଲୁହ, ଶଲାବୁଢ଼ା, ଜୟ ଜଗନ୍ନାଥ, ବାହୁଡ଼ିବେ ମୋ ଜଗାବଳିଆ, ବୋଉ, ଭୂଖା, ସବୁ ମାୟାରେ ବାୟା, ଝିଲ୍ଲି ଆଦି ଫିଲ୍ମ ଦର୍ଶକଙ୍କ ଦ୍ୱାରା ବେଶ ଆଦୃତ ହୋଇପାରିଛି।
ତାଙ୍କର ଓଡ଼ିଆ ଚଳଚ୍ଚିତ୍ର ଜଗତକୁ ଅବଦାନ ନେଇ ୨୦୧୬ରେ ‘କଳିଙ୍ଗ ରତ୍ନ’ ଉପାଧି ମିଳିଛି। ୨୦୧୪ରେ ଆଦିମ ବିଚାର, ୨୦୧୫ରେ ପାହାଡ଼ର ଲୁହ ପାଇଁ ତାଙ୍କୁ ଜାତୀୟ ପୁରସ୍କାର ମଧ୍ୟ ମିଳିଥିଲା । ସିଙ୍ଗାପୁର ଫିଲ୍ମ ଆୱାର୍ଡ ୨୦୨୫’ ସିଜିନ୍-୬ରେ ଚଳିତ ଥର ମୋଟ ୩୨ଟି ବର୍ଗରେ ବିଭିନ୍ନ କଳାକାରଙ୍କୁ ପୁରସ୍କୃତ କରାଯାଇଛି।