|
logo
Live

Argus News - `ମିଚାଓଙ୍ଗ୍' ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ଖୋଲାହେଲା ବିପର୍ଯ୍ୟୟ ପରିଚାଳନା ପ୍ରକୋଷ୍ଠ

National

`ମିଚାଓଙ୍ଗ୍' ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ଖୋଲାହେଲା ବିପର୍ଯ୍ୟୟ ପରିଚାଳନା ପ୍ରକୋଷ୍ଠ

Ritu Das
Browse all articles by Ritu Das
·2 years ago·2 min read
`ମିଚାଓଙ୍ଗ୍' ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ଖୋଲାହେଲା ବିପର୍ଯ୍ୟୟ ପରିଚାଳନା ପ୍ରକୋଷ୍ଠ

Key Points

•    ଯାତ୍ରୀମାନଙ୍କ ସୁବିଧା ପାଇଁ କୌଣସି ସୂଚନା କିମ୍ବା ସହାୟତା ଯୋଗାଇବାକୁ ପୂର୍ବତଟ ରେଳପଥ ଦ୍ୱାରା 24 ଘଣ୍ଟିଆ ହେଲ୍ପଲାଇନ ନମ୍ବର 
•    ପାଟ୍ରୋଲିଂ ଏବଂ ଜାଗୁଆଳିମାନଙ୍କୁ ସମ୍ବେଦନଶୀଳ ସ୍ଥାନ ମାନଙ୍କରେ ନିୟୋଜନ 
 
•    ରେଳ ମଣ୍ଡଳ ମୁଖ୍ୟାଳୟରେ ମଧ୍ୟ ଅତିରିକ୍ତ କଣ୍ଟ୍ରୋଲ୍ ରୁମ୍ ଏବଂ ବିପର୍ଯ୍ୟୟ ପରିଚାଳନା ସେଲ୍ ଖୋଲାଯିବ 
 

ଅର୍ଗସ ବ୍ୟୁରୋ: ପୂର୍ବତଟ ରେଳପଥ ବାତ୍ୟା ସାଇକ୍ଲୋଥନ୍ ମିଚାଓଙ୍ଗ୍ ଏବଂ ଏହାର ପ୍ରଭାବରେ ସାମ୍ଭାବ୍ୟ ବିପର୍ଯ୍ୟୟ ପରିଚାଳନା ପାଇଁ ଭୂମି କାର୍ଯ୍ୟ ରକ୍ଷଣାବେକ୍ଷଣର ପ୍ରସ୍ତୁତି କରିଛି। ପାଣିପାଗ ବିଭାଗର ପୂର୍ବାନୁମାନ ଏବଂ ବିପର୍ଯ୍ୟୟର ପରିଚାଳନାର ଅଭିଜ୍ଞତାର ସୁଯୋଗ ନେଇ ପୂର୍ବତଟ ରେଳପଥ ମଧ୍ୟରେ ଯଦି ବାତ୍ୟା ମିଚାଓଙ୍ଗ୍ ଦ୍ୱାରା ଟ୍ରେନ୍ ଟ୍ରାଫିକ୍ ଏବଂ ରେଲୱେ ଟ୍ରାକ ପ୍ରଭାବିତ ହୁଏ ତେବେ ତାହାର ଶୀଘ୍ର ପୁନରୁଦ୍ଧାର ପାଇଁ ଯୋଜନା କରିଛି। ପୂର୍ବତଟ ରେଳପଥ ମୁଖ୍ୟାଳୟ ରେଳ ସଦନ ସହିତ ରେଳ ମଣ୍ଡଳ ମୁଖ୍ୟାଳୟ ବିଶାଖାପାଟନମ୍, ଖୋର୍ଦ୍ଧା ରୋଡ୍ ଏବଂ ସମ୍ବଲପୁର ଠାରେ 24 ଘଣ୍ଟିଆ ବିପର୍ଯ୍ୟୟ ପରିଚାଳନା ସେଲ୍ ଖୋଲାଯାଇଛି। 
ସମ୍ବେଦନଶୀଳ ସ୍ଥାନଗୁଡିକର ନିରନ୍ତର ମନିଟରିଂ ଏବଂ ଟ୍ରାକ୍, ସିଗନାଲ୍ ସିଷ୍ଟମ୍ ଏବଂ ଓଭର ହେଡ଼ ବିଦ୍ୟୁତ ସରବରାହ ଇତ୍ୟାଦି ଶୀଘ୍ର ପୁନରୁଦ୍ଧାର ପାଇଁ ପୂର୍ବତଟ ରେଳପଥର ମହାପ୍ରବନ୍ଧକ ଶ୍ରୀ ମନୋଜ ଶର୍ମା ଅଧିକାରୀମାନଙ୍କୁ ସତର୍କ ରହିବାକୁ ପରାମର୍ଶ ଦେବା ସହିତ ଶୀଘ୍ର କାର୍ଯ୍ୟସମ୍ପାଦନ କରିବାକୁ କହିଛନ୍ତି। 
ହେଲ୍ପଲାଇନ ନମ୍ବର:
ଭୁବନେଶ୍ୱର: 0674 - 2301525, 2301626, 2303060,
ଟ୍ରେନ୍ ବାତିଲ୍:
ବାତ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଗତକାଲିର ବିଜ୍ଞପ୍ତି ସହିତ ଆଉ କିଛି ଟ୍ରେନ୍ ବାତିଲ କରାଯାଇଛି। ଏହି ଟ୍ରେନ୍ ଗୁଡିକ ହେଉଛି…
-17482 ତିରୁପତି-ବିଳାସପୁର ଏକ୍ସପ୍ରେସ ତିରୁପତିରୁ 03.12.2023 ରେ

-17481 ବିଳାସପୁର-ତିରୁପତି ଏକ୍ସପ୍ରେସ ବିଳାସପୁରରୁ 05.12.2023 ରେ 

-17480 ତିରୁପତି-ପୁରୀ ଏକ୍ସପ୍ରେସ ତିରୁପତିରୁ 04.12.2023 ରେ 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

- 17479 ପୁରୀ - ତିରୁପତି ଏକ୍ସପ୍ରେସ ପୁରୀରୁ ୬ରେ 

- 12509 ବେଙ୍ଗାଲୁରୁ-ଗୌହାଟୀ ଏକ୍ସପ୍ରେସ ବେଙ୍ଗାଲୁରୁରୁ 6 ଏବଂ 7 ଡିସେମ୍ବର।
- 18190 ଏର୍ଣ୍ଣାକୁଲମ -ଟାଟା ଏକ୍ସପ୍ରେସ ଏର୍ଣ୍ଣାକୁଲମ ଠାରୁ 06.12.2023 ରେ।

ଅଧିକ ପଢ଼ନ୍ତୁ ଭାରତ ଖବର 

Sponsored
`ମିଚାଓଙ୍ଗ୍' ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ଖୋଲାହେଲା ବିପର୍ଯ୍ୟୟ ପରିଚାଳନା ପ୍ରକୋଷ୍ଠ | Argus News