Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

କୋଲକାତା ଡାକ୍ତରୀ ଛାତ୍ରୀ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ତେଜୁଛି ଅସନ୍ତୋଷ

Banajyotshna Ray
Browse all articles by Banajyotshna Ray
·1 year ago·1 min read
କୋଲକାତା ଡାକ୍ତରୀ ଛାତ୍ରୀ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ତେଜୁଛି ଅସନ୍ତୋଷ

ଅର୍ଗସ ବ୍ୟୁରୋ:  କୋଲକାତା ଡାକ୍ତରୀ ଛାତ୍ରୀ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ତେଜୁଛି ଅସନ୍ତୋଷ । ଆଜି ସର୍ବଭାରତୀୟ ରେସିଡେଣ୍ଟ ଡାକ୍ତର ସଂଘ ପକ୍ଷରୁ ସାରାଦେଶରେ ଆନ୍ଦୋଳନ କରାଯାଉଛି । RG କର ମେଡିକାଲ କଲେଜ ପ୍ରିନ୍ସିପାଲଙ୍କୁ ହଟାଇବା ଏବଂ କେନ୍ଦ୍ରୀୟ ସୁରକ୍ଷା ଆଇନ କମିଟି ଗଠନ ପାଇଁ ଦାବି ରଖିଛି FORDA । ସେପଟେ ଜୁନିୟର ଡାକ୍ତର ରାଜ୍ୟବ୍ୟାପୀ ବିରୋଧ ପ୍ରଦର୍ଶନ ସହ ଆଜିଠୁ ଜରୁରୀକାଳୀନ ସେବା ବନ୍ଦ ରଖିଛନ୍ତି । ମୃତ ଛାତ୍ରୀଙ୍କ ପରିବାରକୁ ଉପଯୁକ୍ତ ଅନୁକମ୍ପା ରାଶି ପ୍ରଦାନ ସହ ଘଟଣାର ତଦନ୍ତ କରି ଦୋଷୀକୁ କଠୋର ଦଣ୍ଡ ଦେବା ସହ ସମସ୍ତ ଡାକ୍ତରଙ୍କୁ ସୁରକ୍ଷା ଯୋଗାଇବାକୁ ଦାବି କରିଛି ଡାକ୍ତର ସଂଘ ।

ଘଟଣାରେ ସଞ୍ଜୟ ରାୟ ନାମକ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ । ପଶ୍ଚିମବଙ୍ଗ ସରକାରଙ୍କ ଅଧିନରେ ଥିବା ଏହି ହସ୍ପିଟାଲରେ ସଞ୍ଜୟ ଜଣେ ସିଭିକ୍ ଭଲ୍ୟୁଣ୍ଟର ଭାବେ କାମ କରୁଥିଲା । ସେହି କାରଣରୁ ହସ୍ପିଟାଲ ଭିତରକୁ ତାର ଅବାଧ ପ୍ରବେଶ ଥିଲା । ଘଟଣା ଦିନ ସଂଜୟ ଅଶ୍ଳୀଳ ଫିଲ୍ମ ଦେଖିବା ପରେ ପୈଶାଚିକ କାଣ୍ଡ ଘଟାଇଥିବା ପୋଲିସ ଜାଣିବାକୁ ପାଇଛି । ଅପରପକ୍ଷେ ଘଟଣାରେ ପଶ୍ଚିମବଙ୍ଗ ସରକାର ମେଡିକାଲ କଲେଜ ସୁପରିନ୍‌ଡେଣ୍ଟଙ୍କୁ ପଦରୁ ହଟାଇଦେଇଛନ୍ତି । ଏଥିସହ ଫିଜିଓଲଜି ପ୍ରଫେସର ଡକ୍ଟର ବୁଲବୁଲ ମୁଖପାଧ୍ୟାୟଙ୍କୁ ନୂଆ ସୁପରିଟେଣ୍ଡେଣ୍ଟ କମ୍ ଭାଇସ୍-ପ୍ରିନ୍ସିପାଲ ଭାବେ ନିଯୁକ୍ତ କରିଛନ୍ତି ।

ଅଧିକ ପଢ଼ନ୍ତୁ ଦେଶ ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Discontent is rising over the incident of the Kolkata medical student's misbehavior and murder | Argus News