ପତ୍ନୀଙ୍କୁ ଫୋନ ନ ମିଳିବାରୁ ସ୍ବାମୀଙ୍କୁ ଦେଲେ ଛାଡ଼ପତ୍ର
·2 years ago·1 min read

ଅର୍ଗସ ବ୍ୟୁରୋ: ଉତ୍ତରପ୍ରଦେଶର ଆଗ୍ରାରେ ଜଣେ ପତ୍ନୀ ଫୋନ ମାଗିବାରୁ ମହାଭାରତ ହୋଇଛି। ପତିପତ୍ନୀଙ୍କ ମଧ୍ୟରେ ଛାଡ଼ପତ୍ର ପର୍ଯ୍ୟନ୍ତ କଥା ମଧ୍ୟ ଯାଇଛି। ବିବାହ ପରେ ସ୍ବାମୀ ତାଙ୍କ ପତ୍ନୀଙ୍କୁ ସ୍ମାର୍ଟ ଫୋନ ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ଦିନ ପରେ ଦିନ ଗଡ଼ି ଚାଲିଲା ସ୍ବାମୀ ତାଙ୍କ କଥା ଆଉ ପୂରଣ କରିପାରିଲେନି। ଦୁଇ ତିନି ମାସ ଅପେକ୍ଷା କରି ସ୍ତ୍ରୀ ଜଣକ ରାଗିଯାଇଥିଲେ।
କିନ୍ତୁ ପରେ ଆଉ ଫୋନ ନ ଦେବାରୁ ସ୍ତ୍ରୀ ଜଣକ ରାଗିଯାଇଥିଲେ। ମାରପିଟ ପର୍ଯ୍ୟନ୍ତ କଥା ମଧ୍ୟ ଗଲା। ଏହାପରେ ସ୍ତ୍ରୀ ତାଙ୍କ ସ୍ବାମୀଙ୍କ ଘର ଛାଡ଼ି ନିଜ ବାପଘରକୁ ଚାଲିଯାଇଥିଲେ। ଏବେ ସ୍ତ୍ରୀ ଜଣଙ୍କ ତାଙ୍କ ସ୍ବାମୀଙ୍କୁ ନେଇ ଥାନା ପର୍ଯ୍ୟନ୍ତ ଯାଇଛନ୍ତି। ଆଉ ସ୍ବାମୀଙ୍କ ନାଁରେ ଲିଖିତ ଅଭିଯୋଗ କରିବା ସହ ଛାଡ଼ପତ୍ର ନୋଟିସ କରିଛନ୍ତି।
ପୋଲିସ ଉକ୍ତ ମାମଲାକୁ ପରିବାର ପରାମର୍ଶ କେନ୍ଦ୍ରକୁ ପଠାଇ ଦେଇଛନ୍ତି। ପୋଲିସ ଉଭୟ ପତି-ପତ୍ନୀଙ୍କୁ ଡାକି ବୁଝାଇଛି। ଛାଡ଼ପତ୍ର ନ ଦେବାକୁ ପରାମର୍ଶ ଦେଇଛି।
ଅଧିକ ପଢ଼ନ୍ତୁ ଭାରତ ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: