Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଧାରା ୩୭୦କୁ ନେଇ ଶାସକ ଓ ବିରୋଧୀ ଦଳ ସଦସ୍ୟ ମୁହାଁମୁହିଁ

National

ଧାରା ୩୭୦କୁ ନେଇ ଶାସକ ଓ ବିରୋଧୀ ଦଳ ସଦସ୍ୟ ମୁହାଁମୁହିଁ

Smruti Parija
Browse all articles by Smruti Parija
·1 year ago
ଧାରା ୩୭୦କୁ ନେଇ ଶାସକ ଓ ବିରୋଧୀ ଦଳ ସଦସ୍ୟ ମୁହାଁମୁହିଁ

ଅର୍ଗସ ବ୍ୟୁରୋ: ଜମ୍ମୁ ଓ କାଶ୍ମୀର ବିଧାନସଭାରେ ହାଇଡ୍ରାମା। ଧାରା ୩୭୦କୁ ନେଇ ଶାସକ ଓ ବିରୋଧୀ ଦଳ ସଦସ୍ୟ ମୁହାଁମୁହିଁ । ଧାରା ୩୭୦କୁ ପୁଣି ଥରେ ଜମ୍ମୁ ଓ କାଶ୍ମୀରରେ ଲାଗୁ କରିବା ପାଇଁ  ଆଓ୍ବାମୀ ଇତେହାଦ ପାର୍ଟି ବିଧାୟକ ଗୃହରେ ଦାବି କରିବା ସହ ପ୍ଲାକାର୍ଡ ଦେଖାଇଥିଲେ । ଏହାକୁ ବିଜେପି ବିଧାୟକ ମାନେ ପ୍ରବଳ ବିରୋଧ କରିଥିଲେ । ବିଜେପି ସଦସ୍ୟ ମାନେ ଗୃହର ମଧ୍ୟଭାଗକୁ ଆସି ପ୍ରତିବାଦ କରିଥିଲେ । 

ବିଜେପି ବିଧାୟକ ତଥା ବିରୋଧୀ ଦଳ ନେତା ସୁନୀଲ ଶର୍ମା ଏଭଳି ଅସାମ୍ବିଧାନିକ ପଦକ୍ଷେପକୁ ଦୃଢ ନିନ୍ଦା କରିଥିଲେ । ଏହା ଦ୍ବାରା ଗୃହର ଗରିମା ନଷ୍ଟ ହେଉଥିବା କହିଥିଲେ ।  ବିଜେପିର ପ୍ରତିବାଦ ସତ୍ତ୍ବେ ପ୍ଲାକାର୍ଡ ନ ହଟାଇବାରୁ ଗୃହରେ ଶାସକ ଓ ବିରୋଧୀ ସଦସ୍ୟ ମୁହାଁମୁହିଁ ହୋଇଥିଲେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Raja Festival
Sponsored
dispute-over-article-370-in-jammu-kashmir-assembly- | Argus News