Videos
|
National

ବାଂଲାଦେଶରେ ହିନ୍ଦୁଙ୍କ ବିରୋଧରେ ହିଂସା ବିରୋଧରେ ଓଡ଼ିଶାରେ ତେଜୁଛି ଅସନ୍ତୋଷ

Manini Pattanayak
Browse all articles by Manini Pattanayak
·1 year ago·2 min read
ବାଂଲାଦେଶରେ ହିନ୍ଦୁଙ୍କ ବିରୋଧରେ ହିଂସା ବିରୋଧରେ ଓଡ଼ିଶାରେ ତେଜୁଛି ଅସନ୍ତୋଷ

ନୂଆଦିଲ୍ଲୀ/ଭୁବନେଶ୍ୱର : ପଡ଼ୋଶୀ ଦେଶ ବାଂଲାଦେଶରେ ହିନ୍ଦୁଙ୍କ ଉପରେ ହିଂସା ବିରୋଧରେ ଆମ ରାଜ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ଓଡ଼ିଶାର ବିଭିନ୍ନ ସ୍ଥାନରେ ରୋହିଙ୍ଗ୍ୟା ମୁସଲମାନ ଓ ବାଂଲାଦେଶୀଙ୍କ ଅନୁପ୍ରବେଶ ବଢ଼ିବାରେ ଲାଗିଛି। ଏହାକୁ ରୋକିବା ଦାବିରେ ରାସ୍ତାକୁ ଓହ୍ଲାଇଛି ହିନ୍ଦୁ ଜାଗରଣ ମଞ୍ଚ। ମାଲକାନଗିରିରେ 12 ଘଣ୍ଟିଆ ବନ୍ଦ କରାଯାଇଛି। ସେପଟେ ଅନୁପ୍ରବେଶକାରୀ ସନ୍ଦେହରେ ସମ୍ବଲପୁରରେ ୩୨ ଜଣଙ୍କୁ ଧରି ପୋଲିସ ଜିମା ଦେଇଛନ୍ତି ବିଜେପି କର୍ମୀ।  ବାଂଲାଦେଶରେ ରାଜନୈତିକ ଅସ୍ଥିରତା ଯୋଗୁଁ ହେଉଥିବା ହିଂସାକାଣ୍ଡରେ ମୁଖ୍ୟ ଟାର୍ଗେଟ୍ ପାଲଟୁଛନ୍ତି ସଂଖ୍ୟାଲଘୁ ହିନ୍ଦୁ ।

ପୁଣି ବହୁ ସଂଖ୍ୟାରେ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ଯୋଗୁଁ ଓଡ଼ିଶାରେ ସୃଷ୍ଟି ହେଉଛି ସମସ୍ୟା। ବାଂଲାଦେଶୀ ଅନୁପ୍ରବେଶ ରୋକିବା ସହ ଓ ହିନ୍ଦୁଙ୍କ ସୁରକ୍ଷା ଦାବିରେ ନେଇ ମାଲକାନଗିରି ଜିଲ୍ଲା ହିନ୍ଦୁ ଜାଗରଣ ମଞ୍ଚ ପକ୍ଷରୁ ଆଜି ଦିଆଯାଇଥିଲା 12 ଘଣ୍ଟିଆ ବନ୍ଦ ଡାକରା। ପ୍ରଭାବରେ ଜିଲ୍ଲାର ସବୁ ସରକାରୀ, ବେସରକାରୀ ଶିକ୍ଷାନୁଷ୍ଠାନ ଓ ସଂସ୍ଥା, ଦୋକାନ ବଜାର ଆଦି ବନ୍ଦ ରହିଥିଲା। ଗୋବିନ୍ଦପାଲ୍ଲୀ, ମାଥିଲି, ଖଇରପୁଟ, ବାଲିମେଳା, କାଲିମେଳା ଓ ପୋଟେରୁରେ ବନ୍ଦର ପ୍ରଭାବ ଅଧିକ ଦେଖିବାକୁ ମିଳିଥିଲା। ବାଂଲାଦେଶରେ ହିଂସା ଯୋଗୁଁ ମାଲକାନଗିରି ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ରୋହିଜ୍ଞା ମୁସଲମାନଙ୍କ ଅନୁପ୍ରବେଶ ବଢିଛି । ଏବେ ଓ ପୂର୍ବରୁ ଅନୁପ୍ରବେଶ କରି ରହୁଥିବା ରୋହିଜ୍ଞାଙ୍କୁ ଶୀଘ୍ର ବିଦା କରିବାକୁ ଦାବି କରିଛି ହିନ୍ଦୁ ଜାଗରଣ ମଞ୍ଚ । ସମ୍ବଲପୁରରେ ବାଂଲାଦେଶୀ ଅନୁପ୍ରବେଶକାରୀ ସନ୍ଦେହରେ 32 ଜଣଙ୍କୁ କାବୁ କରିଛନ୍ତି ବିଜେପି କର୍ମୀ। ସମ୍ବଲପୁରର ବରେଇପାଲି ଅଂଚଳରେ ଏକ ଫ୍ଲାଟରେ ଲୁଚି ରହିଥିବା ଏମାନଙ୍କୁ କାବୁ କରି ଥାନାରେ ଜିମା ଦେଇଛନ୍ତି ।

ଏମାନଙ୍କର ପରିଚୟ ପତ୍ର ଯାଞ୍ଚ କରୁଛି ପୋଲିସ । ଓଡ଼ିଶାରେ ବାଂଲାଦେଶୀ ଅନୁପ୍ରବେଶକାରୀ ସମସ୍ୟାକୁ ନେଇ ଜିଲ୍ଲାପାଳଙ୍କୁ ଦାବିପତ୍ର ଦେଇଛି ସନାତନୀ ସୁରକ୍ଷା ମଂଚ।   ଅନୁପ୍ରବେଶକୁ ନଜରରେ ରଖି ଆକ୍ସନ୍ ମୋଡକୁ ଆସିଛି କେନ୍ଦ୍ରାପଡ଼ା ପୋଲିସ। ଜିଲ୍ଲାର ମହାକାଳପଡ଼ା ଓ ରାଜନଗର ସମୁଦ୍ର ତଟବର୍ତ୍ତୀ ଅଂଚଳ ସିଲ୍ କରିଛି ପୋଲିସ। ସାମୁଦ୍ରିକ ଥାନା ତାଳଚୁଆ, ତଣ୍ଟିଆପାଳ ଓ ଜମ୍ବୁ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ସାମୁଦ୍ରିକ ଥାନାରେ କର୍ମଚାରୀଙ୍କ ଅଭାବ ପାଇଁ ଅନ୍ୟ ଥାନାର କର୍ମଚାରୀଙ୍କୁ ଏଠାରେ ଡିୟୁଟି ଦିଆଯାଇଛି । ସନ୍ଧ୍ୟା ଓ ବିଳମ୍ବିତ ରାତିରେ ସମୁଦ୍ର ଭିତରେ ସ୍ପିଡ୍ ବୋଟରେ ପାଟ୍ରୋଲିଂ ପାଇଁ ସାଙ୍ଗକୁ ଦୂର ବୀକ୍ଷଣ ଯନ୍ତ୍ର ଓ ଟର୍ଚ୍ଚ ଲାଇଟ୍ ଦିଆଯାଇଛି । ସନ୍ଦିଗ୍ଧ ସମସ୍ତଙ୍କୁ ତୁରନ୍ତ କାବୁ କରାଯାଇ ପରିଚୟ ପତ୍ର ଯାଞ୍ଚ କରାଯିବ। ଆବଶ୍ୟକ ପଡ଼ିଲେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ।   ଅନ୍ୟପଟେ 2ମାସ ପୂର୍ବରୁ କିଛି ଅନୁପ୍ରବେଶକାରୀ ସମୁଦ୍ରକୁ ମାଛ ଧରିବାକୁ ଆସି ଏବେ ବି ମହାକାଳପଡ଼ାରେ ଲୁଚି ରହିଛନ୍ତି ସେମାନଙ୍କୁ ଚିହ୍ନଟ କରିବାକୁ ଦାବି କରିଛନ୍ତି କେନ୍ଦ୍ରାପଡ଼ାବାସିନ୍ଦା।  

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢନ୍ତୁ ଭାରତ ଖବର 

Dissatisfaction is growing in Odisha against violence against Hindus in Bangladesh | Argus News