ଯୋଗୀ ସରକାରଙ୍କ ବଡ ନିଷ୍ପତ୍ତି, ୧୪ ଲକ୍ଷରୁ ଅଧିକ କର୍ମଚାରୀ ହେବେ ଲାଭବାନ

ଅର୍ଗସ ବ୍ୟୁରୋ: ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର। ରାଜ୍ୟ ସରକାରଙ୍କ ବଡ ନିଷ୍ପତ୍ତି। ଦୀପାବଳୀ ପୂର୍ବରୁ ଦେଲେ ବଡ ଉପହାର। ୧୪ ଲକ୍ଷରୁ ଅଧିକ କର୍ମଚାରୀ ହେବେ ଲାଭବାନ। ଆଜ୍ଞା ହଁ, ଉତ୍ତରପ୍ରଦେଶ ସରକାର ଯୋଗୀ ଆଦିତ୍ୟନାଥଙ୍କ ବଡ ନିଷ୍ପତ୍ତି।ପାଖେଇ ଆସିଲାଣି ଆଲୋକର ପର୍ବ ଦୀପାବଳୀ। ଗାଁଠୁ ସହର ସବୁଠି ଉତ୍ସବର ମାହୋଲ ଦେଖିବାକୁ ମିଳିଲାଣି। ଏଭଳି ପରିସ୍ଥିତିରେ ସରକାରୀ କର୍ମଚାରୀଙ୍କୁ ଛୁଟି ମିଳିବା ସହ ବୋନସ ମଧ୍ୟ ମିଳିବ। ଉତ୍ତରପ୍ରଦେଶ ଯୋଗୀ ସରକାର ତାଙ୍କ କର୍ମଚାରୀଙ୍କୁ ବଡ ଉପହାର ଦେଇଛନ୍ତି ।
ସରକାର ଦୀପାବଳି ପୂର୍ବରୁ ବୋନସ୍ ଓ ମହଙ୍ଗା ଭତ୍ତା ଘୋଷଣା କରି ଦେଇଛନ୍ତି । ବୋନସ୍ ଆକାରରେ ସମସ୍ତ କର୍ମଚାରୀଙ୍କୁ ୬,୯୦୮ ଟଙ୍କା ମିଳିବ । ଏହା ବ୍ୟତିତ ୪% ମହଙ୍ଗା ଭତ୍ତା ମଧ୍ୟ ପ୍ରଦାନ କରାଯିବ । ଏହାର ଲାଭ ପ୍ରଦେଶର ୧୪ ଲକ୍ଷରୁ ଅଧିକ କର୍ମଚାରୀଙ୍କୁ ମିଳିବ ।ମିଳିଥିବା ସୂଚନା ଅନୁସାରେ ଯୋଗୀ ସରକାର ସମସ୍ତ ଅଣଗେଜେଟେଡ୍ କର୍ମଚାରୀଙ୍କୁ ବୋନସ୍ ଓ ସମସ୍ତ ରାଜ୍ୟ କର୍ମଚାରୀ ଓ ଶିକ୍ଷକଙ୍କୁ ବର୍ଦ୍ଧିତ ଦରରେ ମହଙ୍ଗା ଭତ୍ତା ପ୍ରଦାନ କରିବେ । ଏହାଦ୍ୱାରା ରାଜ୍ୟ ସରକାରଙ୍କ ରାଜସ୍ୱ ଭଣ୍ଡାର ଉପରେ ପ୍ରତିମାସରେ ପ୍ରାୟ ୩୦୦କୋଟି ଟଙ୍କାର ବୋଝ ପଡିବ । ଏହି ବୃଦ୍ଧିର ଲାଭ ୧୦ ଲକ୍ଷ ରାଜ୍ୟ କର୍ମଚାରୀ, ୮ ଲକ୍ଷ ଶିକ୍ଷକ ଓ ପେନସନଭୋଗୀ ପାଇବେ ।
📱 Get Argus News App
✨ଅଧିକ ପଢ଼ନ୍ତୁ ଦେଶ ଖବର: