Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

Dharmendra Pradhan / ରାଷ୍ଟ୍ରର ସାଂସ୍କୃତିକ, ଆଧ୍ୟାତ୍ମିକ ଚେତନାର ପ୍ରତିଷ୍ଠାକୁ ସମ୍ମାନ, କହିଲେ ଧର୍ମେନ୍ଦ୍ର

Satyendu Sekhar Mishra
Browse all articles by Satyendu Sekhar Mishra
·7 months ago·2 min read
ରାଷ୍ଟ୍ରର ସାଂସ୍କୃତିକ, ଆଧ୍ୟାତ୍ମିକ ଚେତନାର ପ୍ରତିଷ୍ଠାକୁ ସମ୍ମାନ, କହିଲେ ଧର୍ମେନ୍ଦ୍ର
Diwali In UNESCO

Key Points

ଦୀପାବଳିକୁ ୟୁନେସ୍କୋ ଅମୂଲ୍ୟ ସାଂସ୍କୃତିକ ଐତିହ୍ୟ ମାନ୍ୟତା ।
ୟୁନେସ୍କୋ ଘୋଷଣାକୁ ନେଇ ଖୁସି ବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ ମୋଦି ।

ଦେଶବାସୀଙ୍କ ପାଇଁ ଗର୍ବର ମୁହୂର୍ତ୍ତ। ୟୁନେସ୍କୋ ଅମୂଲ୍ୟ ସାଂସ୍କୃତିକ ଐତିହ୍ୟ ତାଲିକାରେ ସ୍ଥାନିତ ହୋଇଛି ଆଲୋକର ପର୍ବ ଦୀପାବଳି । ଲାଲକିଲ୍ଲାରେ ଆୟୋଜିତ ୟୁନେସ୍କୋ ସମାରୋହରେ ଏହି ବଡ଼ ଘୋଷଣା ପରେ ଖୁସିବ୍ୟକ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଦୀପାବଳିକୁ ଆମ ସଭ୍ୟତାର ଆତ୍ମା ବୋଲି ଏକ୍ସ ପୋଷ୍ଟରେ ଲେଖିବା ସହ ପ୍ରଭୁ ଶ୍ରୀରାମଙ୍କ ଆଦର୍ଶ ଅନନ୍ତକାଳ ପାଇଁ ଆମକୁ ମାର୍ଗଦର୍ଶନ କରୁ ବୋଲି ଉଲ୍ଲେଖ କରିଛନ୍ତି ପ୍ରଧାନମନ୍ତ୍ରୀ । ରାଷ୍ଟ୍ରର ସାଂସ୍କୃତିକ, ଆଧ୍ୟାତ୍ମିକ ଚେତନାର ପ୍ରତିଷ୍ଠାକୁ ସମ୍ମାନ ମିଳିଥିବା କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଭାରତୀୟ ପରମ୍ପରାକୁ ବୈଶ୍ବିକ ସ୍ବୀକୃତି । UNESCOର ଅମୂଲ୍ୟ ସାଂସ୍କୃତିକ ଐତିହ୍ୟ ତାଲିକାରେ ସ୍ଥାନିତ ଆଲୋକର ପର୍ବ ଦୀପାବଳି । ଆନୁଷ୍ଠାନିକ ଭାବରେ ୟୁନେସ୍କୋର ସାଂସ୍କୃତିକ ଐତିହ୍ୟ ତାଲିକାରେ ଦୀପାବଳିକୁ ସ୍ଥାନ ମିଳିବା ପରେ ଖୁସି ବ୍ୟକ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଦୀପାବଳିକୁ ଆମ ସଭ୍ୟତାର ଆତ୍ମା ବୋଲି ଏକ୍ସ ପୋଷ୍ଟରେ ଲେଖିବା ସହ ପ୍ରଭୁ ଶ୍ରୀରାମଙ୍କ ଆଦର୍ଶ ଅନନ୍ତକାଳ ପାଇଁ ଆମର ମାର୍ଗଦର୍ଶନ କରୁ ବୋଲି ଉଲ୍ଲେଖ କରିଛନ୍ତି ପ୍ରଧାନମନ୍ତ୍ରୀ । ଦୀପୋତ୍ସବ ଭାରତର ଦିବ୍ୟ ସାଂସ୍କୃତିକ ଗାରିମାକୁ ଆଲୋକିତ କରୁଥିବା ଲେଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ନୂଆଦିଲ୍ଲୀର ଐତିହାସିକ ଲାଲକିଲ୍ଲାରେ ଅନୁଷ୍ଠିତ ୟୁନେସ୍କୋର ଆନ୍ତଃସରକାରୀ କମିଟିର ୨୦ତମ ଅଧିବେଶନରେ ଏହି ବଡ଼ ଘୋଷଣା ହୋଇଛି ।

ଭାରତ ପାଇଁ ଗର୍ବର ମୁହୂର୍ତ୍ତ। ପ୍ରଥମ ଥର ପାଇଁ ଡିସେମ୍ବର ୮ ତାରିଖରୁ ଦେଶରେ ୟୁନେସ୍କୋ ବୈଠକ ଆୟୋଜିତ ହୋଇଥିବା ବେଳେ ରାଷ୍ଟ୍ରର ସାଂସ୍କୃତିକ ପ୍ରତୀକ ଦୀପାବଳି ୟୁନେସ୍କୋର ଅଂଶ ହୋଇଛି। ଲାଲକିଲ୍ଲାରେ ଆସନ୍ତା ୧୩ ତାରିଖ ପର୍ଯ୍ୟନ୍ତ ଚାଲିବ ୟୁନେସ୍କୋ ବୈଠକ । ୟୁନେସ୍କୋ ICH‌ ତାଲିକାରେ ଦୀପାବଳି ସାମିଲ ଘୋଷଣା ପରେ ବୈଠକ ଗୃହରେ ଗୁଞ୍ଜରିତ ହୋଇଛି ବନ୍ଦେ ମାତରମ୍ ଓ ଭାରତ ମାତା କି ଜୟ ଧ୍ୱନି । ଦେଶବାସୀଙ୍କୁ ଏହି ଘୋଷଣା ଗର୍ବିତ କରିଛି ।

ୟୁନେସ୍କୋ ବର୍ତ୍ତମାନ୍ ପର୍ଯ୍ୟନ୍ତ ୧୫ଟି ଭାରତୀୟ ସାଂସ୍କୃତିକ ଐତିହ୍ୟ ସ୍ଥାନକୁ ସାଂସ୍କୃତିକ ତାଲିକାରେ ସାମିଲ କରିଛି। ଏହାମଧ୍ୟରେ ରହିଛି କୁମ୍ଭମେଳା, ପଶ୍ଚିମବଙ୍ଗ ଦୁର୍ଗା ପୂଜା, ଗୁଜରାଟର ଗରବା, ଯୋଗ, ରାମଲୀଳା, ବୈଦିକ ମନ୍ତ୍ର ଉଚ୍ଚାରଣ, ରାମାୟଣର ପାରମ୍ପରିକ ପ୍ରଦର୍ଶନ । ୟୁନେସ୍କୋର ଅମୂଲ୍ୟ ଐତିହ୍ୟ ତାଲିକାର ଏକ ଅଂଶ ହେବା ପରେ ଦୀପାବଳି ବିଶ୍ୱବ୍ୟାପୀ ଆହୁରି ଅଧିକ ଲୋକପ୍ରିୟତା ହାସଲ କରିବ ବୋଲି ଆଶାବ୍ୟକ୍ତ କରିଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Dharmendra Pradhan | Diwali included in UNESCO Intangible Cultural Heritage list | Argus News