Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

କାର ଭିତରେ ରଖନ୍ତୁନି ଏହି ଜିନିଷ, ଘଟିପାରେ ବିସ୍ଫୋରଣ

Banajyotshna Ray
Browse all articles by Banajyotshna Ray
·2 years ago·2 min read
କାର ଭିତରେ ରଖନ୍ତୁନି ଏହି ଜିନିଷ, ଘଟିପାରେ ବିସ୍ଫୋରଣ

ଅର୍ଗସ ବ୍ୟୁରୋ:  ଦିନକୁ ଦିନ ତାତି ବଢ଼ି ବମି ଚାଲିଛି। ଏଭଳି ସ୍ଥିତିରେ ବାହାରକୁ ବାହାରିବା ମୁସ୍କିଲ। ଯଦି ଆପଣ କାରରେ ବି ବାହାରକୁ ଯାଉଛନ୍ତି, ତେବେ ତଥାପି ବି ଆପଣ ସତର୍କ ହୋଇଯାଆନ୍ତୁ । ଏହାସହ କାରେ ଛାଡିକି ଯାଆନ୍ତୁ ନାହିଁ ନଚେତ ଆପଣଙ୍କ କାର ବ୍ଲାଷ୍ଟ ହେବାର ଅନେକ ସମ୍ଭାବନା ରହିଛି। ଦେଶର ବିଭିନ୍ନ ସ୍ଥାନରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜନ ଜୀବନକୁ ଅସହ୍ୟ କରିଦେଇଛି । ଦେଶର କେତେକ ସ୍ଥାନରେ ତାପମାତ୍ରା ୪୫ରୁ ୪୭ ଡିଗ୍ରୀ ଟପିଯାଇଛି । ଦିଲ୍ଲୀ, ମୁମ୍ବାଇ ଓ ଚେନ୍ନାଇ ପରି ମହାନଗରୀରେ ପାର୍କିଂ ଏକ ବଡ ସମସ୍ୟା ଅଟେ । ଏଠାରେ ଅଧିକାଂଶ ଲୋକଙ୍କ ଲାଗି କଭରଡ୍ ପାର୍କିଂ ବ୍ୟବସ୍ଥା ନାହିଁ ତେଣୁ ଲୋକମାନେ ନିଜ କାର୍‌କୁ ଖରାରେ ରଖିବାକୁ ବାଧ୍ୟ ହୋଇଥାନ୍ତି । ଯଦି କାର୍‌ରେ ଆପଣ କିଛି ଖାସ୍ ଜିନିଷ ଛାଡି ଆସୁଛନ୍ତି ତେବେ ଏହା ବିସ୍ଫୋରଣ ଘଟିବାର ସମ୍ଭାବନା ରହିଛି । ଏହି ଜିନିଷ ଆପଣଙ୍କ କାର ଖରାରେ ଥିବାବେଳେ ରଖନ୍ତୁ ନାହିଁ।

ପରଫ୍ୟୁମ୍‌: ଏଥିରେ ଅଧିକ ମାତ୍ରାରେ ଆଲକୋହଲ୍ ରହିଥାଏ ଯାହା ଜ୍ୱଳନଶୀଳ ହୋଇଥାଏ । ଯଦି ଆପଣ ଏହାକୁ ଗରମ କାର୍‌ରେ ଛାଡୁଛନ୍ତି ଓ ସୂର୍ଯ୍ୟଙ୍କ କିରଣ ଏହା ଉପରେ ପଡୁଛି ତେବେ ବୋତଲ ଭିତରେ ଗ୍ୟାସ୍ ସୃଷ୍ଟି ହେବ । ଫଳରେ ବୋତଲରେ ବିସ୍ଫୋରଣ ହେବ ।

ସିଗାରେଟ୍ ଲାଇଟର: ସିଗାରେଟ୍ ପିଉଥିବା ଅଧିକାଂଶ ଲୋକ ଲାଇଟର ରଖିଥାନ୍ତି । ଲାଇଟରରେ ବି ଗ୍ୟାସ୍ ରହିଛି । ଅଧିକ ଉତ୍ତାପ କାରଣରୁ ଲାଇଟର ଫାଟିପାରେ ଓ ଏଥିରୁ ବି କାର୍‌ରେ ନିଆଁ ଲାଗିପାରେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ହ୍ୟାଣ୍ଡ ସାନିଟାଇଜର: ଏଥିରେ ବି ପର୍ଯ୍ୟାପ୍ତ ମାତ୍ରାରେ ଆଲକୋହଲ ରହିଛି । ତେଣୁ ଏହାକୁ ଗରମ କାର୍‌ରେ ରଖିବା ବିପଦଜନକ ।

ତେବେ ସତର୍କ ହୋଇଯାଆନ୍ତୁ ଏବଂ ଆପଣଙ୍କ କାର ଖରାରେ ଥିବାବେଳେ ଏହିସବୁ ଜିନିଷ ରଖନ୍ତୁ ନାହିଁ କାର ଭିତରେ। 

ଅଧିକ ପଢ଼ନ୍ତୁ ଦେଶ ଖବର: 
 

Sponsored
do not leave these things in the car | Argus News