Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଘରେ କରନ୍ତୁ ଏହି କାମ, ଧନର ଅଭାବ ରହିବ ନାହିଁ...

Banajyotshna Ray
Browse all articles by Banajyotshna Ray
·2 years ago·1 min read
ଘରେ କରନ୍ତୁ ଏହି କାମ, ଧନର ଅଭାବ ରହିବ ନାହିଁ...

ଅର୍ଗସ ବ୍ୟୁରୋ: ଘର ଭିତରେ ଅଶାନ୍ତି ଲାଗି ରହୁଛି କି। ଅନେକ ସମୟରେ ଟଙ୍କା ପଈସାର ଅଭାବ ଦେଖାଦେଉଛି କି। କିଭଳି ପାଇବେ ଏଥିରୁ ମୁକ୍ତି ଜାଣିନିଅନ୍ତୁ। ବାସ୍ତୁ ଶାସ୍ତ୍ର ଅନୁସାରେ ଶୋଇବା ପୂର୍ବରୁ ବ୍ୟକ୍ତି ଯଦି କିଛି କାର୍ଯ୍ୟ କରିବ ତେବେ ମା’ ଲକ୍ଷ୍ମୀ ନିଶ୍ଚୟ ପ୍ରସନ୍ନ ହେବେ । ଶୋଇବା ସମୟରେ ମୁଖ୍ୟ ଦ୍ୱାର ନିକଟରେ ପରିଷ୍କାର ପରିଚ୍ଛନ୍ନତା ପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ । ଯେଉଁ ଘର ଅଳିଆ ଅପରିଷ୍କାର ରହିଥାଏ ସେଠି ମା’ ଲକ୍ଷ୍ମୀ ଆଦୌ ପ୍ରବେଶ କରନ୍ତି ନାହିଁ ।

ସକାଳେ ପୂଜାରେ ବ୍ୟବହୃତ ଫୁଲ, ଫଳ ଓ ଅନ୍ୟ ସାମଗ୍ରୀ ରାତି ପର୍ଯ୍ୟନ୍ତ ପୂଜା ଘରେ ରଖନ୍ତୁ ନାହିଁ । ସନ୍ଧ୍ୟା ଆରତୀ ପରେ ବାସି ଫୁଲ, ପାଣିକୁ ଢାଳି ଦିଅନ୍ତୁ ଓ କଳସରେ ନୂଆ ଜଳ ଭରି ରଖନ୍ତୁ । ଯଦି ଆପଣ ଘରେ ନକରାତ୍ମକ ଶକ୍ତି ଅନୁଭବ କରୁଛନ୍ତି ତେବେ ରାତିରେ ଶୋଇବା ପୂର୍ବରୁ କର୍ପୁର ସହିତ ଲବଙ୍ଗ ପକାଇ ଜାଳନ୍ତୁ । ବାସ୍ତୁ ଅନୁସାରେ ରାତିରେ ଶୋଇବା ପୂର୍ବରୁ ଉତ୍ତର ଦିଗକୁ ବି ପରିଷ୍କାର ପରିଚ୍ଛନ୍ନ ରଖନ୍ତୁ । ଏହି ଦିଗରେ ଜୋତା ଚପଲ ରଖନ୍ତୁ ନାହିଁ । ଏସବୁ ପ୍ରତି ଧ୍ୟାନ ଦିଅନ୍ତୁ। ଯାହା ଦ୍ୱାରା ଆପଣଙ୍କ ଘରେ ଟଙ୍କା ପଈସାର ଅଭାବ ରହିବ ନାହିଁ।

ଅଧିକ ପଢ଼ନ୍ତୁ ଦେଶ ଖବର: 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored