Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଆପଣ ଚକୋଲେଟ ଖାଉଛନ୍ତି କି? ତେବେ ସାବଧାନ

Ritu Das
Browse all articles by Ritu Das
·2 years ago·2 min read
ଆପଣ ଚକୋଲେଟ ଖାଉଛନ୍ତି କି? ତେବେ ସାବଧାନ

ଅର୍ଗସ ବ୍ୟୁରୋ: ଚକୋଲେଟ କାହାକୁ ଭଲ ନ ଲାଗେ କହିଲେ। ଖାଇସାରିବା ପରେ ପ୍ରାୟତଃ ସମସ୍ତେ ଚକୋଲେଟ ଖୋଜିଥାନ୍ତି ଖାଇବାକୁ। କିନ୍ତୁ ଚକୋଲେଟକୁ ନେଇ ଆଜି ଏକ ବଡ଼ ଆଶ୍ଚର୍ଯ୍ୟକର ଘଟଣା ସାମ୍ନାକୁ ଆସିଛି। ଆଉ ଚକୋଲେଟକୁ ନେଇ ଚକିତ କରିଦେବା ଭଳି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ଆପଣ ଦେଖିପାରିବେ ଚକୋଲେଟ ଖଣ୍ଡରେ କିଭଳି ପୋକ ସାଲୁବାଲୁ ହେଉଛନ୍ତି। ହଁ ଆଜ୍ଞା ଆପଣ ଠିକ ବୁଝିଲେ ଯେ ଚକୋଲେଟରେ ସାଲୁବାଲୁ ପୋକ ବାହାରୁଛନ୍ତି। ଆପଙ୍କୁ ସକ୍‌ ଲାଗିଲା ନା କିନ୍ତୁ କଥାଟା ସତ। ଆଉ ଏହି ଭିଡିଓ ଦ୍ରୂତ ଗତିରେ ଭାଇରାଲ ହେବାରେ ଲାଗିଛି। 

 

 

View this post on Instagram

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

A post shared by Humor Uruguayo 🧉 🇺🇾 (@humoruruguayo_)

ପୁଣି ଥରେ ସୋସିଆଲ ମିଡିଆରେ ଏଭଳି ଏକ ଭିଡିଓ ଦେଖିବାକୁ ମିଳିଛି। ଯାହାକୁ ଦେଖିଲେ ଆପଣଙ୍କ ଲୋମଟାଙ୍କୁରି ହୋଇଯିବ। ଭିଡିଓରେ ଆପର ଦେଖିପାରିବେ ଯେ,ଜଣେ ବ୍ୟକ୍ତି ଏକ ଛୁରୀ ସାହାଯ୍ୟରେ ଚକୋଲେଟକୁ କାଟୁଛନ୍ତି ଆଉ ଯେମିତି ଚକୋଲେଟ ଗୁଡ଼ିକ ଖଣ୍ଡ ଖଣ୍ଡ କରି ପ୍ଲେଟରେ ରଖିଲେ ପ୍ଲେଟରେ ଧଳା ପୋକ ଗୁଡ଼ିକ ସାଲୁବାଲୁ ହୋଇ ଦେଖାଗଲେ। ଏହି ଭିଡିଓକୁ ଝୁମର ଉରୁଗେ ନାମକ ଜଣେ ବ୍ୟକ୍ତି ତାଙ୍କ ଇନଷ୍ଟା ଆକାଉଣ୍ଟରେ ଶେୟାର କରିଛନ୍ତି। ତେବେ ଏହି ଭିଡିଓକୁ ପ୍ରାୟ ୧ଲକ୍ଷରୁ ଅଧିକ ଲୋକ ଦେଖିସାରିଲେଣି। କିଛି ଲୋକ ଏହି ଭିଡିଓକୁ ଫେକ କହୁଥିବାବେଳେ ଆଉ କେତେକ ଲୋକ ସତର୍କ ରହି ଚକୋଲେଟ ଖାଇବାକୁ ପରାମର୍ଶ ଦେଇଛନ୍ତି। ଜଣେ ୟୁଜର୍ସ ଲେଖିଛନ୍ତି ଏହି ଚକୋଲେଟ ରାପର ପ୍ରଥମରୁ ହିଁ ଖୋଲାଥିଲା।  

କିଛି ମାସ ତଳେ ଏକ ନାମୀଦାମୀ ଚକୋଲଟରୁ ଏଭଳି ପୋକ ବାହାରିଥିବା ଖବର ଆସିଥିଲା। ହାଇଦ୍ରାବାଦରେ ରବୀନ ଜାକ୍ୟୁସ ନାମକ ଜଣେ ବ୍ୟକ୍ତି ଚକୋଲେଟ୍ କିଣିଥିଲେ । ଆଉ ଚକୋଲେଟ ଜରି ଖୋଲିବା ପରେ ହଠାତ ଦେଖିଥିଲେ ସାଲୁବାଲୁ ହୋଇ କୃମିପୋକ ଗୁଡ଼ିକ ଚୋକୋଲେଟ ଉପରେ ଥିବା ଦେଖିଥିଲେ। ସେତେବଳେ ସୋସିଆଲ ମିଡିଆ ପ୍ଲାଟଫର୍ମ X କୁ ନେଇ ରବିନ୍ ଜାକ୍ୟୁସ୍ ଏକ ଭିଡିଓ ପୋଷ୍ଟ କରିଥିଲେ, ଯାହା ଖୁବ ଭାଇରାଲ୍ ହୋଇଥିଲା। ଜାକିସଙ୍କ ଏହି ପୋଷ୍ଟ ଶୀଘ୍ର ଭାଇରାଲ ହେବା ସହ ଯୁଜର୍ସମାନେ ଉକ୍ତ ଚକୋଲେଟ କମ୍ପାନୀ କର୍ତ୍ତୃପକ୍ଷଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଥିଲେ।  

ଅଧିକ ପଢ଼ନ୍ତୁ ଭାରତ ଖବର 
 

Sponsored
Do you eat chocolate? | Argus News