କୋହିନୁର ନୁୁହେଁ ଏଇ ହୀରା ସବୁଠି ଅଧିକ ଦାମ୍

Key Points
- ବିଶ୍ଵର ସବୁଠୁ ଦୁର୍ଲଭ ହୀରା କୋହିନୁର ନୁହେଁ
- କୋହିନୁରଠୁ ବି ଅଧିକ ମହଙ୍ଗା ଏହି ହୀରା
ଅର୍ଗସ ବ୍ୟୁରୋ : କୋହିନୁର ହୀରା । ଏ ନାଁ ଶୁଣିବା ମାତ୍ରେ ଆମେ ସମସ୍ତେ କୁହନ୍ତି ଏହା ବିଶ୍ଵର ସବୁଠୁ ମହଙ୍ଗା ହୀରା । ପୂର୍ବରୁ ଏହା ଭାରତ ପାଖରେ ଥିଲା, ହେଲେ ଏବେ ଏହା ବିଟ୍ରିଶ ପାଖରେ । କିଛିବର୍ଷ ତଳେ କୋହିନୁର ହୀରାକୁ ଫେରାଇ ଆଣିବାକୁ ଜୋରଦାର ଦାବି ହୋଇଥିଲା । ଏମିତିକି ଜଗନ୍ନାଥ ମନ୍ଦିରକୁ ହୀରା ଫେରାଇ ଆଣିବା ଲାଗି ପ୍ରକ୍ରିୟା ବି ହେଲା । କିନ୍ତୁ ହୋଇପାରିଲା ନାହିଁ । ହେଲେ ଆପଣ ଜାଣିଛନ୍ତି କି ? କୋହିନୁର ନୁହେଁ ବରଂ ତାହାଠାରୁ ବି ଅଧିକ ମୂଲ୍ୟର ହାରୀ ଅଛି ବିଶ୍ଵରେ । ଯାହାର ନାଁ ଗ୍ରେଟ୍ ମୋଗଲ ବୋଲି ଜଣାପଡ଼ିଛି ।
ହୀରା । ନାଁ ଶୁଣିଲେ ଆମେ ସମସ୍ତେ କୁହନ୍ତି ତାହା କେତେ ମୂଲ୍ୟବାନ । ଆଉ ଏହାରି ଭିତରେ ଯେବେ କୋହିନୁର ହୀରା କଥା ଆସେ ସେବେ ତାର ମୂଲ୍ୟ ବହୁ ଅଧିକ ହୋଇଥିବ ବୋଲି ଚର୍ଚ୍ଚା ବି ହୁଏ । ହେଲେ ତା'ଠୁ ବି ଅଧିକ ଦାମର ହୀରା ବିଶ୍ଵରେ ଥିବା କଥା ଜଣାପଡ଼ିବା ପରେ ଏବେ ଚର୍ଚ୍ଚା ବଢିଛି । ହେଲେ ସେ ହୀରା ଏବେ କେଉଁଠି ଅଛି ? କାହା ପାଖରେ ଅଛି ? ହଠାତ୍ କେଉଁ ଆଡ଼େ ଅଦୃଶ୍ୟ ହୋଇଗଲା ? ତାହାକୁ ନେଇ ଅନେକ ପ୍ରଶ୍ନ ଉଙ୍କି ମାରୁଛି ।
ଗ୍ରେଟ୍ ମୋଗଲ୍ । ୭୮୭ କ୍ୟାରେଟର ଥିଲା ଏହି ହୀରା । କୁହାଯାଏ କି, ଏହି ହୀରା କଞ୍ଚା ପଥର ଆକାରରେ ଆବିଷ୍କୃତ ହୋଇଥିଲା । ବେନିସର ଲୋପିଡାରୀ ହାର୍ଟାଟିଓ ଦ୍ୱାରା ଖୋଦିତ ବି ହୋଇଥିଲା । ଗୋଲକୋଣ୍ଡା ଖଣିରୁ ହୀରାଟି ମିଳିଥିବା ବୋଲି କୁହାଯାଏ । ପ୍ରାୟ ୨୮୦ କ୍ୟାରେଟ୍ର ଥିଲା ଏହି ହୀରା । ୧୭୩୯ରେ ଫରାସୀ ଲୁଟେରା ନାଦିର ଶାହା ମୋଗଲ ସମ୍ରାଟ ମହମ୍ମଦ ଶାହାଙ୍କ ଭଣ୍ଡାର ଲୁଟ କରିଥିଲେ, ସେତେବେଳେ ସେ ଏହି ହୀରାକୁ ମଧ୍ୟ ସାଙ୍ଗରେ ନେଇ ଯାଇଥିଲେ । ପ୍ରାୟ ୧୭୪୦ ଦଶକରେ ନାଦିର ଶାହାଙ୍କୁ ହତ୍ୟା କରାଯାଇଥିଲା । ଏହାପରେ ଏହି ହୀରା ବିଷୟରେ ମିଳିନି କୌଣସି ସୂଚନା । ବ୍ରିଟାନିକାରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, କୋହିନୂର ହୀରାକୁ ମଧ୍ୟ ସେହି ଗ୍ରେଟ ମୋଗଲ ହୀରାରୁ କଟା ଯାଇଥିଲା । ତେବେ ଏହି ହୀରାକୁ ନେଇ ଏବେ ଚର୍ଚ୍ଚା ଜୋର ।