Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - କେତେ ପ୍ରକାରର ଟ୍ୟାକ୍ସ ନୋଟିସ ରହିଛି....ଜାଣିଛନ୍ତି କି?

National

କେତେ ପ୍ରକାରର ଟ୍ୟାକ୍ସ ନୋଟିସ ରହିଛି....ଜାଣିଛନ୍ତି କି?

Ritu Das
Browse all articles by Ritu Das
·2 years ago·1 min read
କେତେ ପ୍ରକାରର ଟ୍ୟାକ୍ସ ନୋଟିସ ରହିଛି....ଜାଣିଛନ୍ତି କି?

ଅର୍ଗସ ବ୍ୟୁରୋ: ଦେଶର ଅର୍ଥନୀତିକୁ ଗତି କରିବା ପାଇଁ ଟ୍ୟାକ୍ସପେୟର୍ସର ବଡ଼ ଯୋଗଦାନ ରହିଛି। ଇନକମ ଟ୍ୟାକ୍ସ ବଞ୍ଚାଇବା ପାଇଁ ଟ୍ୟାକ୍ସପେୟର୍ସ ବହୁ କିଛି ଉପାୟ ଅବଲମ୍ବନ କରିବାକୁ ଚାହୁଁଛି । ସରକାର ମଧ୍ୟ ଟ୍ୟାକ୍ସ ଡିଡକ୍ସନ ପାଇଁ ବହୁ କିଛି ସ୍କିମ ଚଳାଉଛନ୍ତି। ଇନକମ ଟ୍ୟାକ୍ସ ବିଭାଗ ବହୁ କିଛି ଥର ଆଇଟିଆର ଦାଖଲ ନ କରିବା ପାଇଁ ଟ୍ୟାକ୍ସ ପେୟାର୍ସକୁ ନୋଟିସ ପଠାଇଥାଏ। 

ଯଦି ଆପଣ ଟ୍ୟାକ୍ସ ସ୍ଲାବରେ ଆସୁଛନ୍ତି । ତେବେ ଆଇଟିଆର ଭରିବା ଅନିବାର୍ଯ୍ୟ ଅଟେ । ମନେକର ଆପଣ ଜଣେ ଭାରତୀୟ ନାଗରିକ, ହେଲେ ଆପଣ ବିଦେଶୀ ସଂପତ୍ତିର ମାଲିକ ତେବେ ଆପଣଙ୍କୁ ଏହି ପରିସ୍ଥିତିରେ ଆଇଟିଆର ଭରିବାକୁ ପଡିବ । ନଚେତ ଆପଣଙ୍କୁ ଇନକମ ଟ୍ୟାକ୍ସ ବିଭାଗ ନୋଟିସ ପଠାଇପାରେ ।
ତେବେ କେତେ ପ୍ରକାରର ଟ୍ୟାକ୍ସ ନୋଟିସ ରହିଛି ଆପଣ ଜାଣିଛନ୍ତି କି?

ଆୟକର ବିଭାଗ କରଦାତାଙ୍କୁ ଅଲଗା ଅଲଗା ପ୍ରକାରର ନୋଟିସ ଦେଇଥାଏ।  ଟ୍ୟାକ୍ସ ରିଟନ୍ନ ଫାଇଲରେ ସବୁ ଠିକ ହେବାପରେ ଧାରା ୧୪୩ (୧) ଅନୁସାରେ ଏକ ନୋଟିସ ଦିଆଯାଏ। ଆଇଟିଆରର ସମୀକ୍ଷା କରିବା ପାଇଁ ଧାରା ୧୪୩ (୨-୩) ଅନୁସାରେ ଏକ ନୋଟିସ ଦିଆଯାଏ। ବକେୟା ପାଇବାକୁ ହେଲେ ଧାରା ୧୫୬ରେ ନୋଟିସ ଦିଆଯାଏ। ସେହିପରି ଟିକସଦାତାଙ୍କୁ ସମନ ପଠେଇବାକୁ ଧାରା ୧୩୧ରେ ନୋଟିସ ପଠାଯାଇଥାଏ। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଭାରତ ଖବର 
 

Raja Festival
Sponsored
Do you know how | Argus News