Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - କେତେ ପର୍ଯ୍ୟାୟ ଦେଇ ଗଲା ପରେ ରାଜ୍ୟକୁ ସବୁଜ ସଙ୍କେତ ମିଳିଥାଏ ?

National

କେତେ ପର୍ଯ୍ୟାୟ ଦେଇ ଗଲା ପରେ ରାଜ୍ୟକୁ ସବୁଜ ସଙ୍କେତ ମିଳିଥାଏ ?

Smruti Parija
Browse all articles by Smruti Parija
·1 year ago·2 min read
କେତେ ପର୍ଯ୍ୟାୟ ଦେଇ ଗଲା ପରେ ରାଜ୍ୟକୁ  ସବୁଜ ସଙ୍କେତ ମିଳିଥାଏ ?

Key Points

ଆଜି ଦେଶ ପାଳୁଛି ୭୬ତମ ସାଧାରଣତନ୍ତ୍ର ଦିବସ । ଗଣତନ୍ତ୍ର ଦିବସ ପାଇଁ ଦିଲ୍ଲୀରୁ ପଲ୍ଲୀ ସବୁଠି ଉତ୍ସାହର ମାହୋଲ। ଗଣତନ୍ତ୍ର ଦିବସରେ ଅନ୍ୟତମ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟେ ସୁନ୍ଦର ସୁନ୍ଦର ପ୍ରଜ୍ଞାପନ ମେଢ ।

ନୂଆଦିଲ୍ଲୀ: ଆଜି ଦେଶ ପାଳୁଛି ୭୬ତମ ସାଧାରଣତନ୍ତ୍ର ଦିବସ । ଗଣତନ୍ତ୍ର ଦିବସ ପାଇଁ ଦିଲ୍ଲୀରୁ ପଲ୍ଲୀ ସବୁଠି ଉତ୍ସାହର ମାହୋଲ। ଗଣତନ୍ତ୍ର ଦିବସରେ ଅନ୍ୟତମ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟେ ସୁନ୍ଦର ସୁନ୍ଦର ପ୍ରଜ୍ଞାପନ ମେଢ । ତେବେ କ'ଣ ଆପଣ ଜାଣନ୍ତି କେମିତି ପ୍ରଜ୍ଞାପନ ମେଢ ଗୁଡିକ ଚୟନ କରାଯାଏ । କେତେ ପର୍ଯ୍ୟାୟ ଦେଇ ଗଲା ପରେ ରାଜ୍ୟକୁ ସବୁଜ ସଙ୍କେତ ମିଳିଥାଏ ?



ପ୍ରଜ୍ଞାପନ ମେଢ଼ ଚୟନ କରିବା ପାଇଁ ପ୍ରତିରକ୍ଷା ମନ୍ତ୍ରଣାଳୟ ଏକ କମିଟି ଗଠନ କରନ୍ତି । ଏହି ଚୟନ କମିଟିରେ ସଂସ୍କୃତି, ଚିତ୍ରାଙ୍କନ, ସଙ୍ଗୀତ, ସ୍ଥପତ୍ୟ, କୋରିଓଗ୍ରାଫି ଏବଂ ମୂର୍ତ୍ତିକଳା ଭଳି ବିଭିନ୍ନ କ୍ଷେତ୍ରର ବିଶେଷଜ୍ଞ ରହିଥାନ୍ତି । ବିଶେଷଜ୍ଞ କମିଟି ପ୍ରସ୍ତାବିତ ମେଢ଼ର ଥିମ୍ ଏବଂ ଡିଜାଇନ୍ ଯାଞ୍ଚ କରନ୍ତି । ଏହି ପର୍ଯ୍ୟାୟରେ ପ୍ରଜ୍ଞାପନ ମେଢର ଏକ ସ୍କେଚ୍ ରହିଥାଏ, ଯେଉଁଥିରେ ଏହା ବାବଦରେ ସମସ୍ତ ତଥ୍ୟ ଉଲ୍ଲେଖ ରହିଥାଏ । ପ୍ରଥମ ରାଉଣ୍ଡ ପରେ ଆବେଦନକାରୀଙ୍କୁ ସେମାନଙ୍କର 3D ମଡେଲ ପଠାଇବାକୁ କୁହାଯାଏ । ଯଦି ଦ୍ୱିତୀୟ ପର୍ଯ୍ୟାୟରେ ମଡେଲ୍ ଚୟନ ହୁଏ, ତେବେ ରାଜ୍ୟ ଓ ସଂଗଠନ ମେଢ଼ ପ୍ରସ୍ତୁତି ଆରମ୍ଭ କରନ୍ତି ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ପ୍ରତିରକ୍ଷା ମନ୍ତ୍ରଣାଳୟ ଅନୁଯାୟୀ ଚୟନ ଅନେକ କାରଣ ଉପରେ ନିର୍ଭର କରେ । ଯେମିତିକି ମେଢ଼ କେମିତି ଦେଖାଯାଉଛି । ଦର୍ଶକଙ୍କ ଉପରେ ଏହା କେଉଁଭଳି ପ୍ରଭାବ ପକାଇବ? କେଉଁ ପ୍ରକାରର ସଂଗୀତ ଯୋଡା ଯାଇଛି ଏବଂ ଥିମ୍ ର ଗଭୀରତା କେତେ । ଆଉ ଏ ସବୁ ପ୍ରକ୍ରିୟା 6 ରୁ 7 ଟା ପର୍ଯ୍ୟାୟରେ ହୋଇଥାଏ । ଅନେକ ମାନଦଣ୍ଡ ପୂରଣ କରିବା ପରେ ମେଢକୁ ସର୍ଟଲିଷ୍ଟ୍ କରାଯାଇଥାଏ । ପରେଡରେ ସାମିଲ ହେଉଥିବା ପ୍ରଜ୍ଞାପନ ମେଢ ଗୁଡିକ ଘଣ୍ଟାପ୍ରତି 5 କିମି ବେଗରେ ଗତି କରିଥାନ୍ତି । ଆଉ ଯେଉଁମାନେ ଏହି ପ୍ରଜ୍ଞାପନ ମେଢ ଗୁଡିକୁ ଚଲାଇଥାନ୍ତି ସେମାନେ ଏକ ଛୋଟିଆ ଝରକା ଦେଇ ଦେଖିଥାନ୍ତି ।



୨୬ ଜାନୁଆରୀ ପରେଡ୍ ଅଭ୍ୟାସ ପାଇଁ, ପ୍ରତ୍ୟେକ ଗ୍ରୁପ୍ ୧୨ କିଲୋମିଟର ଦୂରତା ଅତିକ୍ରମ କରନ୍ତି । କିନ୍ତୁ ୨୬ ଜାନୁଆରୀ ଦିନ, ସେମାନେ କେବଳ ୯ କିଲୋମିଟର ଦୂରତା ଅତିକ୍ରମ କରନ୍ତି । ଯେଉଁ ପର୍ଯ୍ୟନ୍ତ ପରେଡ୍ ହୁଏ ସେହି ସ୍ଥାନ ଗୁଡିକରେ ସମୟରେ ବିଚାରକମାନେ ବସିଥାନ୍ତି, ଏବଂ ପ୍ରତ୍ୟେକ ଅଂଶଗ୍ରହଣକାରୀ ଗୋଷ୍ଠୀକୁ ୨୦୦ ପାରାମିଟର ଆଧାରରେ ବିଚାର କରନ୍ତି ।

Sponsored
do-you-know-how-the-application-forms-are-selected | Argus News