Viral Video / ମାତ୍ର ୩ ମିନିଟ୍ରେ ଚିକିତ୍ସା, ଡାକ୍ତରଙ୍କ ଯୋଗୁଁ ଟ୍ରେନରେ ଯାତ୍ରା କରିପାରିଲେ ଯୁବକ..
·8 months ago·2 min read

Key Points
ଡାକ୍ତର ହେବ ତ ଏମିତି
ଷ୍ଟେସନରେ ୩ ମିନିଟ୍ରେ କଲେ ମାଢିର ଚିକିତ୍ସା
ମାଢି ଭାଙ୍ଗିଥିବାରୁ ଟ୍ରେନରେ ଯାତ୍ରା କରିପାରୁନଥିଲେ ଯୁବକ

ରେଳ ଷ୍ଟେସନରେ ଯାତ୍ରୀଙ୍କର ତୁରନ୍ତ ଚିକିତ୍ସା କଲେ ଡାକ୍ତର । ଆଉ ସୁରକ୍ଷିତ ଭାବରେ ଯାତ୍ରା କରିପାରିଲେ ଯୁବକ । ଯାହାର ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ସମସ୍ତେ ଡାକ୍ତରଙ୍କ ମହନୀୟତାକୁ ବେଶ ପ୍ରଶଂସା କରିଛନ୍ତି ।
କେରଳର ପାଲକ୍କଡ ଜଙ୍କସନରେ ଜଣେ ୨୪ ବର୍ଷୀୟ ଯୁବକ କନ୍ୟାକୁମାରୀ ଦିବ୍ରୁଗଡ ବିବେକ ଏକ୍ସପ୍ରେସରେ ଯିବାପାଇଁ ଅପେକ୍ଷାରେ ରହିଥିବା ବେଳେ ହଠାତ ତାଙ୍କର ମାଢିରେ ଯନ୍ତ୍ରଣା ହୋଇଥିଲା । ସେ ପାଟି ଖୋଲି ହାଇ ମାରିବା ପରେ ପାଟି ଆଉ ବନ୍ଦ କରିପାରି ନଥିଲେ । ସେହି ସମୟରେ ରେଲୱେ ଡାକ୍ତର ଡକ୍ଟର ଜିଥିନ ପିଏସ ତାଙ୍କ ମାଢିର ଚିକିତ୍ସା ମାତ୍ର ୩ ମିନିଟ୍ରେ କରି ଦେଇଥିଲେ । ଯାହାଦ୍ଵାରା ଯୁବକ ଜଣକ ପୁଣି ତାଙ୍କ ପାଟି ପୂର୍ବ ଭଳି ବନ୍ଦ କରିପାରିଲେ, ଏବଂ ଯାତ୍ରା କରିବାକୁ ସକ୍ଷମ ହୋଇପାରିଲେ ।
ଅଧିକ ପଢନ୍ତୁ : KBC ସୋ'ର ବିବାଦକୁ ନେଇ କ୍ଷମା ମାଗିଲେ ଇଶିତ୍
ଏହି ପ୍ରକ୍ରିୟାଙ୍କୁ ମାନୁଆଲ ରିଡକ୍ସନ କୁହାଯାଏ, ଯାହାଦ୍ଵାରା ଏଥିରେ ଅଧିକ ଚାପ ପକାଯାଇ ପାଟିର ମାଢିକୁ ପୁନର୍ବାର ସାଇଜ୍ କରାଯାଏ । ଏହା ଏକ ସାଧାରଣ ସମସ୍ୟା, ଯେତେବେଳେ ଆମେ ପାଟିକୁ ହାଇ ମାରିବା ସମ।ରେ ଅଧିକ ଖୋଲା ରଖିଥାନ୍ତି, ସେହି ସମୟରେ ଏପରି ହୋଇଥାଏ ।
ତେବେ ଡାକ୍ତରଙ୍କର ଏହି ଭିଡିଓ ଖୁବ ଭାଇରାଲ ହେବାରେ ଲାଗିଛି । ସମସ୍ତେ ଡାକ୍ତରଙ୍କର ଏପରି କାର୍ଯ୍ୟକୁ ଖୁବ ପ୍ରଶଂସା କରିଛନ୍ତି । ଜଣେ କହିଛନ୍ତି, ଭାରତର ଚିକିତ୍ସା ବ୍ୟବସ୍ଥା ଏତେ ସୁଲଭ ଯେ, ଲୋକମାନେ ସବୁ ସମୟରେ ନିଜର ଚିକିତ୍ସା ସୁବିଧା ପାଇପାରନ୍ତି । ସେମାନେ ଭାବିବା ଦରକାର, ଆମେ ଭାଗ୍ୟବାନ ବୋଲି ଏତେ ସୁନ୍ଦର ଚିକିତ୍ସା ବ୍ୟବସ୍ଥା ଆମକୁ ମିଳିପାରୁଛି । ସେହି ଯୁବକ ଜଣକ ମଧ୍ୟ ଶେଷରେ ତାଙ୍କୁ କୃତଜ୍ଞତା ଜଣାଇବା ସହ ତାଙ୍କ ସହ ହାତ ମିଳାଇଛନ୍ତି ।
ଏହି ସମସ୍ୟା ସେତେବେଳେ ହୋଇଥାଏ, ଯେତେବେଳେ ତଳ ମାଢି ଖପୁରୀ ସହ ସଂଯୋଗ କରୁଥିବା ସ୍ଥାନରୁ ବାହାରକୁ ଚାଲିଯାଏ । ଏହି ଜଏଣ୍ଟ ସ୍ଥାନ କାନର ସମ୍ମୁଖ ଭାଗରେ ଦେଖିବାକୁ ମିଳିଥାଏ । ଯାହା ପାଟିକୁ ଖୋଲିବା ବନ୍ଦ କରିବାରେ ସାହାଯ୍ୟ କରେ । ଏହା ବିପଦପୂର୍ଣ୍ଣ ନୁହେଁ, କିନ୍ତୁ ଏହି ଗଣ୍ଠି ସମସ୍ୟାକୁ ରୋକିବା ପାଇଁ ତୁରନ୍ତ ଡାକ୍ତରୀ ଚିକିତ୍ସାର ଆବଶ୍ୟକତା ରହିଥାଏ ।

🏥 Quick medical aid at Palakkad Junction
— Southern Railway (@GMSRailway) October 18, 2025
A 24-year-old passenger traveling on Train No. 22503 Kanniyakumari – Dibrugarh Vivek Express suffered a Jaw dislocation and received timely medical assistance from Dr. Jithin P.S., DMO/RH Palakkad. The passenger resumed the journey… pic.twitter.com/UY4zvSxwJH
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories