Shocking Medical Incident / ଅଜବ ଘଟଣା...ପ୍ରସୂତୀଙ୍କ ପେଟରେ କପଡ଼ା ଛାଡ଼ିଦେଲେ ଡାକ୍ତର, ଦେଢ଼ ବର୍ଷ ଯନ୍ତ୍ରଣା ଭୋଗିଲେ ପୀଡ଼ିତା
·6 months ago·2 min read

Key Points
ଗ୍ରେଟର ନୋଏଡାରେ ଥିବା ଏକ ହସ୍ପିଟାଲରେ ଡାକ୍ତରଙ୍କ ଚରମ ଅବହେଳାର ଖବର ସାମ୍ନାକୁ ଆସିଛି । ପ୍ରସୂତୀଙ୍କ ପେଟରେ ଡାକ୍ତର ଅଧ ମିଟର କପଡ଼ା ଛାଡ଼ି ଦେଇଛନ୍ତି ।
ଡାକ୍ତରଙ୍କୁ ଆମେ ଭଗବାନ ଭାବେ ପୂଜା କରନ୍ତି। ଅପରେସନ୍ ଥିଏଟରରେ ଜଣେ ଡାକ୍ତରଙ୍କ ଉପରେ ରୋଗୀଙ୍କ ଜୀବନ ନିର୍ଭର କରେ । କିନ୍ତୁ ଏହି ଗୁରୁତ୍ବପୂର୍ଣ୍ଣ ସମୟରେ ଯଦି ଜଣେ ଡାକ୍ତର ସାମାନ୍ୟ ଅବହେଳା କରିଦଅନ୍ତି ତେବେ ରୋଗୀଙ୍କ ଜୀବନ ଯିବାର ସମ୍ଭାବନା ରହିଛି। ଗ୍ରେଟର ନୋଏଡାରେ ଥିବା ଏକ ହସ୍ପିଟାଲରେ ଡାକ୍ତରଙ୍କ ଚରମ ଅବହେଳାର ଖବର ସାମ୍ନାକୁ ଆସିଛି । ପ୍ରସୂତୀଙ୍କ ପେଟରେ ଡାକ୍ତର ଅଧ ମିଟର କପଡ଼ା ଛାଡ଼ି ଦେଇଛନ୍ତି ।
ପ୍ରସବ କରାଇବା ସମୟରେ ଡାକ୍ତରଙ୍କ ଏହି ଅବହେଳା ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି । ପୀଡ଼ିତାଙ୍କ ଅଭିଯୋଗ ପରେ ବି ପୋଲିସ କିଛି ଶୁଣିନଥିଲା । ପରେ ପୀଡ଼ିତା କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ଏବେ ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ସମେତ ୭ ଜଣଙ୍କ ବିରୋଧରେ ମାମଲା ରୁଜୁ ହୋଇଛି ।
ନଲେଜ୍ ପାର୍କ ଥାନା ଅଞ୍ଚଳରେ ଏହି ଘଟଣା ୨୦୨୩ରେ ଘଟିଥିଲା । ଦେଢ଼ ବର୍ଷ ଧରି ପୀଡ଼ିତା ଅସହ୍ୟ ପେଟ ଯନ୍ତ୍ରଣା ଭୋଗିଥିଲେ । ଏବେ ପୋଲିସ ହସ୍ପିଟାଲର ଡାକ୍ତର ଅଞ୍ଜନା ଅଗ୍ରୱାଲ, ଡାକ୍ତର ମନୀଷ ଗୋୟଲ, ସ୍ୱାମୀ, ସିଏମଓ ନରେନ୍ଦ୍ର କୁମାର, ଡାକ୍ତର ଚନ୍ଦନ ସୋନି (ତଦନ୍ତ ଅଧିକାରୀ) ଏବଂ ଡାକ୍ତର ଆଶା କିରଣ ଚୌଧୁରୀଙ୍କ ବିରୁଦ୍ଧରେ ଏକ ଏଫଆଇଆର ରୁଜୁ କରିଛି।
ପ୍ରାୟ ଦେଢ଼ ବର୍ଷ ଧରି ପେଟ ଯନ୍ତ୍ରଣା ଭୋଗିବା ପରେ ପୀଡ଼ିତା ଅଲଟ୍ରାସାଉଣ୍ଡ କରାଇଥିଲେ । ଏହା ପରେ ପେଟରେ କପଡ଼ା ଥିବା ଜଣାପଡ଼ିଥିଲା । ଅସ୍ତ୍ରୋପଚାର ପରେ ପୀଡ଼ିତାଙ୍କ ପେଟରୁ ଅଧ ମିଟର କପଡ଼ା ବାହାର କରିଥିଲେ ଡାକ୍ତର ।
ଗ୍ରେଟର ନୋଏଡାର ନଲେଜ୍ ପାର୍କ କୋତୱାଲି ପୋଲିସ ଷ୍ଟେସନ ଅଧୀନରେ ଆସୁଥିବା ଡେଲ୍ଟା-୧ର ବାସିନ୍ଦା ଅଂଶୁଲ ବର୍ମା ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗରେ କୁହାଯାଇଛି ଯେ, ତାଙ୍କୁ ନଭେମ୍ବର ୧୪, ୨୦୨୩ରେ ତୁଘଲକପୁରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଯେଉଁଠାରେ ଡାକ୍ତର ଅଞ୍ଜନା ଅଗ୍ରୱାଲ ଏବଂ ତାଙ୍କ ଟିମ୍ ତାଙ୍କର ପ୍ରସବ କରାଇଥିଲେ । ଦୁଇ ଦିନ ପରେ ନଭେମ୍ବର ୧୬, ୨୦୨୩ରେ ତାଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯାଇଥିଲା। ହେଲେ ତାଙ୍କର ପେଟରେ ପ୍ରବଳ ଯନ୍ତ୍ରଣା ହୋଇଥିଲା । ଅସ୍ତ୍ରୋପଚାର ଯୋଗୁଁ ଯନ୍ତ୍ରଣା ହେଉଛି ବୋଲି ଅନୁମାନ କରୁଥିଲେ ପୀଡ଼ିତା । କିନ୍ତୁ ଅନେକ ଦିନ ପର୍ଯ୍ୟନ୍ତ ପେଟ ଯନ୍ତ୍ରଣା କମି ନଥିଲା।
ଯନ୍ତ୍ରଣା ଥମିବା ବଦଳରେ ବଢ଼ିବାକୁ ଲାଗିଲା। ଦେଢ଼ ବର୍ଷ ଯନ୍ତ୍ରଣା ସହିବା ପରେ ପୀଡ଼ିତା ୨୨ ମାର୍ଚ୍ଚ ୨୦୨୫ରେ ପରୀକ୍ଷା କରାଇଥିଲେ । କିନ୍ତୁ ଡାକ୍ତର ପେନ କିଲର ଦେଇଥିଲେ । ହେଲେ ଯନ୍ତ୍ରଣା କମିନଥିଲା । ୭ ଏପ୍ରିଲ ୨୦୨୫ରେ ଅନେକ ପରୀକ୍ଷା କରାଇଥିଲେ। କିନ୍ତୁ କିଛି ଜଣାପଡ଼ି ନଥିଲା ବୋଲି ପୀଡ଼ିତା କହିଛନ୍ତି ।
ଏପ୍ରିଲ ୧୪ରେ ଅନ୍ୟ ଏକ ହସ୍ପିଟାଲରେ ପରୀକ୍ଷା ପରେ ପେଟରେ କିଛି ଥିବା ଜଣାପଡ଼ିଥିଲା ଏବଂ ସେଠାକାର ଡାକ୍ତର ତାଙ୍କୁ ଅସ୍ତ୍ରୋପଚାର କରାଇବାକୁ ପରାମର୍ଶ କରିଥିଲେ । ତେବେ ଅସ୍ତ୍ରୋପଚାର ପରେ ତାଙ୍କ ପେଟରୁ ପ୍ରାୟ ଅଧ ମିଟରର ଏକ କପଡ଼ା ବାହାରିଥିଲା । ପରେ ଯେଉଁ ହସ୍ପିଟାଲର ଡାକ୍ତର ତାଙ୍କ ପେଟରେ କପଡ଼ା ଛାଡ଼ିଥିଲେ, ତାଙ୍କ ବିରୋଧରେ ଥାନାରେ ଅଭିଯୋଗ କରିଥିଲେ ପୀଡ଼ିତା । କିନ୍ତୁ ହସ୍ପିଟାଲ ଟଙ୍କା ଦେଇ ମାମଲାକୁ ଚାପି ଦେଇଥିଲା । ଏବେ କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ସଂପୃକ୍ତ ହସ୍ପିଟାଲର ଡାକ୍ତରଙ୍କ ବିରୋଧରେ ମାମଲା ରୁଜୁ କରିଛି ପୋଲିସ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories