Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଦିଦିଙ୍କୁ ଡାକ୍ତରଙ୍କ ଚେତାବନୀ, ସବୁ ଦାବି ପୂରଣ ନହେବା ଯାଏ ଜାରି ରହିବ ଆନ୍ଦୋଳନ 

Sangram Tripathy
Browse all articles by Sangram Tripathy
·1 year ago·2 min read
ଦିଦିଙ୍କୁ ଡାକ୍ତରଙ୍କ ଚେତାବନୀ, ସବୁ ଦାବି ପୂରଣ ନହେବା ଯାଏ ଜାରି ରହିବ ଆନ୍ଦୋଳନ 

ଅର୍ଗସ ବ୍ୟୁରୋ:ଦିଦି ମନାଇଲେ ଡାକ୍ତର ମାନିଲେ,ତଥାପି କେଉଁଠି ରହିଲା କେଁ । କୋଲକାତାର ଆର୍‌ଜି କର ମେଡିକାଲ କଲେଜ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ଦିନ ଗଡୁଛି ହେଲେ ସରୁନି ନ୍ୟାୟ ପାଇଁ ଲୁଚକାଳି ଖେଳ। ଶେଷରେ ମୁଣ୍ଡ ନୁଆଁଇଛନ୍ତି ପଶ୍ଚିମବଙ୍ଗ  ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ଡାକ୍ତରଙ୍କ ୫ ଦାବି ମଧ୍ୟରୁ ୩ ଦାବି ମାନିନେଇଛନ୍ତି ମମତା ସରକାର। ହେଲେ ସବୁ ଦାବି ପୂରଣ ନହେବା ଯାଏ ଆନ୍ଦୋଳନ ଜାରି ରହିବ ବୋଲି କହିଛନ୍ତି ଡାକ୍ତର ମାନେ। ସେପଟେ କିନ୍ତୁ ଆନ୍ଦୋଳନରତ ଡାକ୍ତରଙ୍କ ବିରୋଧରେ  କୌଣସି ଦଣ୍ଡବିଧାନ କରାଯିବ ନାହିଁ ବୋଲି  ପ୍ରତିଶ୍ରୁତି ଦେଇଛନ୍ତି ଦିଦି । କେବଳ ସେତିକି ନୁହେଁ ମମତାଙ୍କ ଏତେ କ୍ଷମତା ଡ଼ର ଘାରିଛି ଯେ ରାତି ଅଧିଆ ନେଇଛନ୍ତି ଆକ୍ସନ। ଅଧ ରାତିରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କଲିକତା ପୋଲିସ କମିସନର ବିନୀତ ଗୋୟଲଙ୍କୁ ବିଦା କରିଛନ୍ତି । ପୁଲିସ କମିସନରଙ୍କ ବଦଳି ଦାବିରେ ଡାକ୍ତର ରହିଥିଲେ ଅଟଳ। 


କେବଳ ସେତିକି ନୁହେଁ, ସ୍ବାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀଙ୍କୁ ବି ବଦଳି କରାଯାଇଛି । ଏଥିସହ ମେଡିକାଲ ଶିକ୍ଷା ବିଭାଗର ନିର୍ଦ୍ଦେଶକ କୌସ୍ତଭ ନାୟକ, ସ୍ୱାସ୍ଥ୍ୟ ବିଭାଗର ନିର୍ଦ୍ଦେଶକ ଦେବାଶିଷ ହାଲଦାରଙ୍କୁ ବି ସେମାନଙ୍କ ପଦରୁ ବହିଷ୍କାର କରାଯାଇଛି। କୋଲକତା ପୁଲିସ୍‌ର ଡେପୁଟି କମିଶନରଙ୍କୁ ବି ତାଙ୍କ ପଦରୁ ହଟାଇ ଦିଆଯିବ ବୋଲି ସୂଚନା ମିଳିଛି । କାରଣ ପୀଡ଼ିତାଙ୍କ ପରିବାର ତାଙ୍କ ବିରୋଧରେ ଲାଞ୍ଚ ଯାଚିବା ଭଳି ଅଭିଯୋଗ ଆଣିଥିଲେ। ୫ ଦାବି ମଧ୍ୟରୁ ୩ ଦାବି ମମତା ମାନିନେଇଥିବାବେଳେ ଅନ୍ୟ ଦାବିର ସମାଧାନ ଲାଗି ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ କମିଟି ଗଠନ କରାଯାଇଛି । କିନ୍ତୁ ମାନିନାହାନ୍ତି ଡାକ୍ତର ମାନେ। ଆନ୍ଦୋଳନରେ ପୂର୍ଣ୍ଣଛେଦ୍ ପଡିବ ବୋଲି ଆଶା କରୁଥିଲେ ମମତା,କିନ୍ତୁ ଡାକ୍ତରମାନେ ପୁଣି ବଢାଇଦେଇଛନ୍ତି ଦିଦିଙ୍କ ଟେନସନ । ପ୍ରଶାସନ ଆମର ବହୁ ଦାବି ମାନି ନେଇଛି କିନ୍ତୁ ସ୍ୱାସ୍ଥ୍ୟ ବିଭାଗରେ ଭ୍ରଷ୍ଟାଚାର ମାମଲାରେ ପଦକ୍ଷେପ ନିଆ ନ ଯିବା ପର୍ଯ୍ୟନ୍ତ ଆନ୍ଦୋଳନା ଚାଲୁ ରହିବ ପୂରା ବ୍ୟବସ୍ଥାକୁ ଲୋକତାନ୍ତ୍ରିକ କରିବାକୁ ଡାକ୍ତର ମାନେ ଦାବି ରଖିଛନ୍ତି। ଅନ୍ୟପଟେ ପଶ୍ଚିମବଙ୍ଗ ସରକାର ମହିଳାମାନଙ୍କ ରାତି ଡ୍ୟୁଟି ବନ୍ଦ କରିବା ନିଷ୍ପତ୍ତି ଉପରେ ପ୍ରଶ୍ନ ଉଠାଇଛନ୍ତି ସୁପ୍ରିମକୋର୍ଟ। ମହିଳାମାନଙ୍କୁ ଡ୍ୟୁଟିକୁ ଆସିବାକୁ ବାରଣ କରିବାକୁ ସରକାର କିଏ, ସେମାନଙ୍କୁ ସୁରକ୍ଷା ଯୋଗାଇବା ରାଜ୍ୟ ସରକାରଙ୍କ କାମ ବୋଲି ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ କହିଛନ୍ତି। ଆର୍‌ଜି କର ମେଡିକାଲ କଲେଜ ଘଟଣା ଅଗଷ୍ଟ ୯ରୁ ସେପ୍ଟେମ୍ବର ୧୭ ଗୋଟିଏ ମାସରୁ ଉର୍ଦ୍ଦ ବିତିଛି,କେବେ ମିଳିବ ପୀଡିତା ପରିବାରଙ୍କୁ ନ୍ୟାୟ,କେବେ ଅସଲ ସତ ଆସିବ ସାମ୍ନାକୁ। ଜନତା ପ୍ରଶ୍ନ ଦିଦିଙ୍କୁ, ନ୍ୟାୟ ଆଉ କେତେ ବାଟ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Doctors warn Didi that the agitation will continue until all demands are met | Argus News