Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଜମ୍ମୁ-କଶ୍ମୀରର ଡୋଡାରେ ବିଶାଳ ତ୍ରିରଙ୍ଗା ରାଲି

Banajyotshna Ray
Browse all articles by Banajyotshna Ray
·11 months ago·1 min read
ଜମ୍ମୁ-କଶ୍ମୀରର ଡୋଡାରେ ବିଶାଳ ତ୍ରିରଙ୍ଗା ରାଲି

Key Points

ଜମ୍ମୁ-କଶ୍ମୀରର ଡୋଡାରେ ବିଶାଳ ତ୍ରିରଙ୍ଗା ରାଲି
"ହର ଘର ତ୍ରିରଙ୍ଗା" ଅଭିଯାନରେ ତ୍ରିରଙ୍ଗା ରାଲିର ଆୟୋଜନ
ଛାତ୍ରଛାତ୍ରୀଙ୍କ ସହ ସାମିଲ ହୋଇଥିଲେ ହଜାର ହଜାର ଲୋକେ
୧୫୦୮ ମିଟର ଲମ୍ବର ତ୍ରିରଙ୍ଗା

ଜମ୍ମୁ-କଶ୍ମୀରର ବିଭିନ୍ନ ଅଞ୍ଚଳରେ "ଆଜାଦୀ କା ଅମୃତ ମହୋତ୍ସବ" ଅନ୍ତର୍ଗତ "ହର ଘର ତ୍ରିରଙ୍ଗା" ଅଭିଯାନରେ ତ୍ରିରଙ୍ଗା ରାଲି କରାଯାଉଛି । ଏହି କ୍ରମରେ ଡୋଡାରେ ଦେଖିବାକୁ ମିଳିଥିଲା ବିଶାଳ ତ୍ରିରଙ୍ଗା ରାଲି । ଯେଉଁଥିରେ ଛାତ୍ରଛାତ୍ରୀଙ୍କ ସହ ସାମିଲ ହୋଇଥିଲେ ହଜାର ହଜାର ଲୋକେ । ୧୫୦୮ ମିଟର ଲମ୍ବର ଏହି ତ୍ରିରଙ୍ଗା ଥିଲା । ଏଥରେ ସମସ୍ତେ ହଜାର ହଜାର ଲୋକ ସାମିଲ୍ ହୋଇ ଜାତୀୟ ଅଭିଯାନ ପ୍ରତି ଦେଶପ୍ରେମ ଏବଂ ଆନୁଗତ୍ୟର ଭାବନା ପ୍ରଦର୍ଶନ କରିଥିଲେ ।


କାଶ୍ମୀରର ସ୍କୁଲ, ୱାର୍ଡ ଏବଂ ପଞ୍ଚାୟତ ସମେତ ସୀମାନ୍ତ ଅଞ୍ଚଳ ଗୁଡ଼ିକରେ ଦେଶପ୍ରେମର ଉତ୍ସାହ ଏବଂ ଜନଭାଗୀଦାରୀର ଏକ ପ୍ରଭାବଶାଳୀ ଲହରୀ ପରିଲକ୍ଷିତ ହେଉଛି । ଏହି ତ୍ରିରଙ୍ଗା ରାଲି ଏକତା, ସୃଜନଶୀଳତା ଏବଂ ଦେଶପ୍ରେମର ଉତ୍ସାହକୁ ପ୍ରତିଫଳିତ କରୁଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଆଉ ଦିନ କେଇଟା ପରେ ଦେଶ ପାଳିବ ସ୍ବାଧୀନତା ଦିବସ । ଏନେଇ ପଲ୍ଲୀରୁ ରାଜଧାନୀ ଦିଲ୍ଲୀ ପର୍ଯ୍ୟନ୍ତ ଆରମ୍ଭ ହୋଇଗଲାଣି ପ୍ରସ୍ତୁତି । ପ୍ରଧାନମନ୍ତ୍ରୀଙ୍କ "ହର ଘର ତ୍ରିରଙ୍ଗା" ଆହ୍ୱାନରେ ପ୍ରତି ଘରେ ତ୍ରିରଙ୍ଗା ଉ଼ଡାଇବାକୁ ଆହ୍ୱାନ କରାଯାଇଛି।

Sponsored
Doda witnesses historic Mega Tiranga Rally with 1508-metre-long National Flag-argus News | Argus News