Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ବାଂଲାଦେଶ ହିଂସା ପଛରେ  ପାକିସ୍ତାନର ଅଛି କି ଷଡଯନ୍ତ୍ର ?   

National

ବାଂଲାଦେଶ ହିଂସା ପଛରେ  ପାକିସ୍ତାନର ଅଛି କି ଷଡଯନ୍ତ୍ର ?   

Manini Pattanayak
Browse all articles by Manini Pattanayak
·1 year ago·2 min read
ବାଂଲାଦେଶ ହିଂସା ପଛରେ  ପାକିସ୍ତାନର ଅଛି କି ଷଡଯନ୍ତ୍ର ?   

ନୂଆଦିଲ୍ଲୀ: ବାଂଲାଦେଶରେ ହଣାମରା। ପିରିସ୍ଥିତି ଭୟଙ୍କର। ଆନ୍ଦୋଳନ ଏତେମାତ୍ରା ରେ ବଢିଲାଣି ଯେ ସାରା ବାଂଲାଦେଶରେ କର୍ଫ୍ୟୁ  ଜାରି କରାଯାଇଛି।  ସ୍ଥିତିକୁ ଧ୍ୟାନରେ ରଖି ହାଇଆଲର୍ଟ ଜାରି କରାଯାଇଛି।  ଏହି ଭୟଙ୍କର ପରିସ୍ଥିତିରୁ  ନିଜ ଜୀବନ ରକ୍ଷା କରିବା ପାଇଁ  ପ୍ରଧାନମନ୍ତ୍ରୀ  ଶେଖ୍‌ ହସିନା ଢାକା ଛାଡି ଭାରତକୁ ପଳାୟନ କରିଛନ୍ତି।  ଭାରତ-ବାଂଲାଦେଶ ସୀମାରେ ସୁରକ୍ଷା କଡାକଡି କରାଯାଇଛି। ଦେଶ ଛାଡିବା  ପୂର୍ବରୁ ଶେଖ୍‌ ହସିନା ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିବା ସୂଚନା।  ୨୦ ବର୍ଷ ଶାସନରେ ରହି ଦେଶ  ଚଳାଇ ଆସିଥିବା  ଶେଖ୍‌  ଅସିନାଙ୍କ ଯୁଗ ଶେଷ ହୋଇଛି। ତେବେ କ'ଣ ପାଇଁ ଅଶାନ୍ତ ହୋଇ ଉଠିଛି ବାଂଲାଦେଶ.. ?  ଏମିତି କଣ ହେଲା ଯେ ବାଧ୍ୟ ହେଲେ ଶେଖ୍‌ ହସିନା ଦେଶ ଛାଡିବା ପାଇଁ ?  ଆସନ୍ତୁ ପୁରା ଘଟଣା ଉପରେ ନଜର ପକାଇବା।  ବାଂଲାଦେଶରେ ହିଂସାର ମୂଳ କାରଣ ହେଉଛି ଲାଗୁ ହୋଇଥିବା ସଂରକ୍ଷଣ ବ୍ୟବସ୍ଥା। ଦେଶରେ ସରକାରୀ ଚାକିରିରେ ୩୦ ପ୍ରତିଶତ ସଂରକ୍ଷଣ ରହିଛି। ୧୯୭୧ ସ୍ୱାଧୀନତା ଆନ୍ଦୋଳନରେ ଯେଉଁମାନେ ସଂଗ୍ରାମୀ ଥିଲେ ସେମାନଙ୍କ ସମ୍ପର୍କୀୟଙ୍କ ପାଇଁ ଏହି ବ୍ୟବସ୍ଥା ରଖାଯାଇଛି, ଯାହାକୁ ପ୍ରତ୍ୟାହାର କରିବା ପାଇଁ ଦାବି କରୁଛନ୍ତି ବିଭିନ୍ନ ଛାତ୍ର ସଂଗଠନ। ଏହି ଦାବି ନେଇ ବିଭିନ୍ନ ଛାତ୍ର ସଂଗଠନ ଆନ୍ଦୋଳନକୁ ଓହ୍ଲାଇଛନ୍ତି। 

ଅନେକ ଦିନ ଧରି ଲାଗିଥିବା ଏହି  ସଂରକ୍ଷଣ ହିଂସା ଆଜି ଭୟଙ୍କର ରୂପ ଧାରଣ କରିଛି।  ପାଖାପାଖି ୨୦ ଲକ୍ଷ ନାଗରିକ ପ୍ରଧାନମନ୍ତ୍ରୀଙ୍କ ଭବନ ନିକଟରେ ବିକ୍ଷୋଭ କରିବା ପରେ ପ୍ରଧାନମନ୍ତ୍ରୀ ଶେଖ୍ ହସିନା ନିଜ ପଦରୁ ଇସ୍ତଫା ଦେଇ  ଦେଶ ଛାଡିଛନ୍ତି।  ତୁରନ୍ତ ହେଲିକପ୍ଟର ସହାୟତାରେ ଦେଶ ଛାଡି  ଭାରତ ଶରଣରେ ପହଞ୍ଚିଛନ୍ତି।  ବାଂଲାଦେଶ ଗଣମାଧ୍ୟମର ସୂଚନାଅନୁସାରେ  ଆଜି ଲକ୍ଷ ଲକ୍ଷ ଲୋକ  ପ୍ରଧାନମନ୍ତ୍ରୀଙ୍କ ବାସଭବନ ଘେରାଉ କରିଥିଲେ । ପରିସ୍ଥିତି ଅଣାୟତ ହେବାକୁ ବାଂଲାଦେଶ ସେନା ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କୁ ଇସ୍ତଫା ଦେବାକୁ ପ୍ରସ୍ତାବ ଦେଇଥିଲା । ସେନା ପ୍ରସ୍ତାବକୁ ଗ୍ରହଣ କରି ଶେଖ ହସିନା ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବା ସହ ତୁରନ୍ତ ସେନା ସହାୟତାରେ ଦେଶ ଛାଡି ଭାରତରେ ପହଂଚିଛନ୍ତି ।  ପ୍ରଦର୍ଶନକାରୀ ପ୍ରଧାନମନ୍ତ୍ରୀଙ୍କ ବରସଭବନରେ ପସି  ପୋଡାଜଳା ଆରମ୍ଭ କରିଦେଇଛନ୍ତି।  ପରିସ୍ଥିତିକୁ ଦେଖି  ବିଏସଏଫ  ଭାରତ-ବାଂଲାଦେଶ ସୀମାରେ ହାଇଆଲର୍ଟ ଜାରି କରାଯାଇଛି।  ଶେଖ୍‌  ହସିନାଙ୍କ  ଇସ୍ତଫା ପରେ ଶାସନ ଭାର ହାତକୁ ନେଇଛି ସେନା। ବାଂଲାଦେଶ ସେନା ମୁଖ୍ୟ ଜେନରଲ ବକାର ଓଜ୍ ଜଜ୍ମାନ କହିଛନ୍ତି କି ଦେଶର ନାଗରିକଙ୍କୁ ସେନା ଉପରେ ଭରଶା କରିବାକୁ ଅନୁରୋଧ । ମାରପିଟ୍‌, ଭଙ୍ଗାରୁଜା, ଅରାଜକତାରୁ ଦୁରେଇ ରୁହନ୍ତୁ..  ଶାନ୍ତି ରକ୍ଷା କରନ୍ତୁ ..ଆପଣ ଦାବି ଆମେ  ପୂରଣ କରିବୁ  ବୋଲି  କହିଛନ୍ତି ବାଂଲାଦେଶ ସେନା ମୁଖ୍ୟ । 

ବାଂଲାଦେଶ ହିଂସା ପଛରେ  ପାକିସ୍ତାନ  ସେନା ଆଇଏସଆଇର ଅଛି କି ଷଡଯନ୍ତ୍ର ?   

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ବାଂଲାଦେଶ ହିଂସା ପଛରେ  ପାକିସ୍ତାନ  ସେନା ଆଇଏସଆଇର ଷଡଯନ୍ତ୍ର  ଥିବା ନେଇ ଚାଲିଛି ଚର୍ଚ୍ଚା।  କୁହାଯାଉଛି ଯେ,  ବାଂଲାଦେଶରେ  ଛାତ୍ର ଶିବିର ନାମରେ  ଛାତ୍ର ସଂଙ୍ଗଠନ  ହିଂସାକୁ ପ୍ରୋତ୍ସାହନ ଦବାର କାମ କରୁଛି।  ଏହି ଛାତ୍ର  ସଂଙ୍ଗଠନ   ଜମାତା-ଏ-ଇସ୍ଲାମିର ଏକ ଶାଖା ।  କୁହାଯାଉଛି ଯେ,  ଜମାତା-ଏ-ଇସ୍ଲାମୀ କୁ ପାକିସ୍ତାନର ଆଇଏସଆଇର ସମର୍ଥନ କରୁଛି।  ଯେଉଥିପାଇଁ ଉଗ୍ର ରୂପ ଧାରଣ କରୁଛି ଆନ୍ଦୋଳନ। କାରଣ  କିଛି ଦିନ ପୂର୍ବରୁ ଶାନ୍ତିପୂର୍ଣ୍ଣ ଭାବେ ଚାଲିବା ଛାତ୍ର ପ୍ରଦର୍ଶନ ଏମିତି କଣ ହେଲା ଯେ   ଭୟଙ୍କର ରୂପ ଧାରଣ କରିଛି ଆନ୍ଦୋଳନ.. ଏହାର ପଛରେ ପାକିସ୍ତାନ ସେନାର ହାତ ଥିବା ଚର୍ଚ୍ଚା ଜୋର ଧରିଛି।  

ଅଧିକ ପଢନ୍ତୁ ଭାରତ ଖବର 
 
 

Education Next Season 5
Sponsored
Does Pakistan have a conspiracy behind the violence in Bangladesh? | Argus News